Masthead

ପଦ୍ମ ଫୁଟାଇଲେ ଶ୍ରମିକଙ୍କ ପତ୍ନୀ

କୋଲକାତା (ବଡ଼ ଖବର ବ୍ୟୁରୋ): ଶ୍ରମିକଙ୍କ ସ୍ତ୍ରୀ ଜିତିଲେ ବିଧାୟକ ଆସନ । ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିର ଚର୍ଚ୍ଚିତ ଚେହେରା ଚନ୍ଦନା ବାଉରୀ ଟିଏମସିକୁ ମାତ ଦେଇ ହାତେଇଛନ୍ତି ଏମଏଲଏ ପଦ । ବାହୁବଳ କି ଟଙ୍କା ବଳ ନୁହେଁ ଜିତିଲା ମନୋବଳ । ଦିନମଜୁରିଆଙ୍କ ସ୍ତ୍ରୀ ହେଲେ ବିଧାୟକ । ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲା ସାଲତୋରା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ୩୦ ବର୍ଷୀୟ ଚନ୍ଦନା ବାଉରୀ ହେଲେ ବିଜୟୀ । ଚନ୍ଦନା ଜଣେ ଦିନମଜୁରିଆଙ୍କ ସ୍ତ୍ରୀ ହୋଇଥିବା ବେଳେ ତାଙ୍କ ମୋଟ ସ୍ଥାବର ଅସ୍ଥାବର ସମ୍ପତ୍ତି ମୂଲ୍ୟ ରହିଛି ମାତ୍ର ୩୦,୩୧୧ ଟଙ୍କା । ତାଙ୍କ ବିଜୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି ଟ୍ବିଟରରେ ହୋଇଛି ପ୍ରଂଶସାର ବର୍ଷା ।

ତୃଣମୂଳ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ କୁମାର ମଣ୍ଡଳଙ୍କୁ ୪,୧୪୫ ଭୋଟରେ ହରାଇ ବିଜୟର ମୁକୁଟ ପିନ୍ଧିଛନ୍ତି ଚନ୍ଦନା ବାଉରୀ । ବାଉରୀଙ୍କ ସ୍ବାମୀ ମିସ୍ତ୍ରୀ ଭାବେ କାମ କରି ଦୈନିକ ୪୦୦ ଟଙ୍କା ରୋଜଗାର କରନ୍ତି । ତାଙ୍କ ଆର୍ଥିକ ସ୍ଥିତି ଏତେ ଖରାପ କି ତାଙ୍କର ପକ୍କା ଘରଟିଏ କି ପାଇଖାନାଟିଏ ବି ନଥିଲା । ଏବେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ଟଙ୍କାରେ ଘରଟିଏ କରିବାକୁ ସକ୍ଷମ ହେଉଛନ୍ତି । ସେ କହିଛନ୍ତି କି ତୃଣମୂଳ ଦୁର୍ନୀତିଗ୍ରସ୍ତ ଥିବାବେଳେ କେନ୍ଦ୍ର ଯୋଜନାର ଟଙ୍କା ଆତ୍ମସାତ ହେଉଥିଲା । ଏଣୁ ସେ ବିଜେପିର ବିକାଶ ମନ୍ତ୍ର ଓ ନିଜ ଦୃଢ ଆଭିମୁଖ୍ୟ ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କ ପାଖରେ ପହଞ୍ଚାଇ ଜୟଯୁକ୍ତ ହୋଇଛନ୍ତି ।

ଟିକେଟ ପାଇବା ପରେ ଚନ୍ଦନା କହିଥିଲେ ସେ କଦାପି ଭାବିନଥିଲେ କି ବିଜେପି ଭଳି ଜାତୀୟ ଦଳ ତାଙ୍କୁ ବିଧାନସଭା ନିର୍ବାଚନ ଲଢିବାକୁ ସୁଯୋଗ ଦେବ । ଏପରିକି ଅଭିନେତା ତଥା ବିଜେପି ନେତା ମିଥୁନ୍ ଚକ୍ରବର୍ତ୍ତୀଙ୍କ ଭଳି ସୁପରଷ୍ଟାର ତାଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ । ତେବେ ସ୍ବାମୀଙ୍କ ସହଯୋଗ ଓ ପରିବାରର ପ୍ରେରଣା ସହ ଲୋକଙ୍କ ବିପୁଳ ସମର୍ଥନ ପାଇ ଆଜି ସେ ଖୁସି ବ୍ୟକ୍ତ କରିଛନ୍ତି ।

ଚନ୍ଦନା ୨୦୧୪ ରେ ଭାଜପା କାର୍ଯ୍ୟକର୍ତ୍ତା ଭାବେ ସାଲତୋରାରେ କାମ କରିଆସୁଛନ୍ତି । ସେ ୨୦୧୮ ରେ ପଞ୍ଚାୟତ ନିର୍ବାଚନ ସମୟରେ ଗ୍ରାମ ପଞ୍ଚାୟତ ସଦସ୍ୟ ହୋଇଥିଲେ । ଏହା ପରେ ଚନ୍ଦନା ୨୦୧୯ ରେ ଭାଜପା ବାଙ୍କୁରା ଜିଲ୍ଲାର ସମିତି ସଭ୍ୟ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ