Masthead

ବଢୁଛି ମାଳଦ୍ୱୀପ ବୟକଟ ଟ୍ରେଣ୍ଡ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିବାଦ ମଧ୍ୟରେ ମାଳଦ୍ୱୀପ ହାଇକମିଶନରଙ୍କୁ ସମନ । ସମନ ପରେ ବୈଦେଶିକ ମନ୍ତ୍ରାଳୟ ପହଞ୍ଚିଲେ ହାଇକମିଶନର । ମୋଦିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ମାଳଦ୍ବୀପ ମନ୍ତ୍ରୀ । ଯାହାକୁ ନେଇ ବଢୁଛି ମାଳଦ୍ୱୀପ ବୟକଟ ଟ୍ରେଣ୍ଡ । ଭାରତ ବିରୋଧୀ ମନ୍ତବ୍ୟ ପରେ ଏବେ ମାଲଦ୍ୱୀପର ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହୋଇଛିା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ଉପରେ ଆପତିଜନକ ମନ୍ତବ୍ୟ ଦେଇଥିବା ମାଳଦ୍ୱୀପ ସରକାରଙ୍କ ୩ ମନ୍ତ୍ରୀ ଏବେ ନିଲମ୍ବିତ ହୋଇସାରିଛନ୍ତି । ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‌ କରି ମାଳଦ୍ବୀପର ଯେଉଁ ମନ୍ତ୍ରୀମାନେ ଟ୍ବିଟ୍‌ କରିଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ଏବଂ ୩ ଜଣ ମନ୍ତ୍ରୀଙ୍କୁ ନିଲମ୍ବନ କରାଯାଇଛି। ସରକାରୀ ସୂତ୍ରକୁ ଉଦ୍ଧାର କରି ସ୍ଥାନୀୟ ଗଣମାଧ୍ୟମ ଏହି ଖବର ପ୍ରସାରିତ କରିଛନ୍ତି। କିନ୍ତୁ ମାଳଦ୍ୱୀପର ଉପମନ୍ତ୍ରୀ ହାସନ ଜିହାନ୍ ତାଙ୍କୁ ଓ ଅନ୍ୟ ଦୁଇ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ନିଲମ୍ବିତ କରାଯାଇଥିବା ଖବରକୁ ଖଣ୍ଡନ କରିଛନ୍ତି।

ହେଲେ ଏହାପରେ ବି ମାଳଦ୍ୱୀପ ବୟକଟ ଟ୍ରେଣ୍ଡ ଜାରି ରହିଛି । ଏବେ ଟ୍ରାଭେଲ ବୁକିଂ ସଂସ୍ଥା ଇଜ୍ ମାଇଁ ଟ୍ରିପ ମଧ୍ୟ ବଡ ପଦକ୍ଷେପ ଗ୍ରହଣ କରିଛି । ଏବେ ଏହି ବୁକିଂ ସଂସ୍ଥା ନିଜ ଆପ୍ରେ ମାଲଦ୍ୱୀପ ଯାଉଥିବା ବିମାନ ବୁକିଂକୁ ବାତିଲ କରିଛି ।ମାଲଦ୍ୱୀପର ମହିଳା ମନ୍ତ୍ରୀ ମରିୟମ ଶିଆନା ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ମାଲଦ୍ୱୀପର ମହମ୍ମଦ ମୁଇଜୋ ସରକାରଙ୍କ ସହ ଭାରତ ଏହି ପ୍ରସଙ୍ଗ ଉଠାଇଥିଲା। ମାଲେ ରେ ଭାରତୀୟ ଉଚ୍ଚ କମିଶନର ମନ୍ତ୍ରୀଙ୍କ ମନ୍ତବ୍ୟକୁ ତୀବ୍ର ବିରୋଧ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ