Masthead

ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଗଣଧାରଣା

ଯାଜପୁର (ବଡ଼ ଖବର ବ୍ୟୁରୋ): ଯାଜପୁର ଜିଲ୍ଲା ଭୀମ ଆର୍ମି ପକ୍ଷରୁ ଛଅ ଦଫା ଦାବିନେଇ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଗଣଧାରଣା ଓ ପ୍ରତିବାଦ ସଭା ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ସହରର କିଆନାଲି କୂଳ ଛକରୁ ଶୋଭାଯାତ୍ରାରେ ଆସି ବଲାଙ୍ଗିଆ ଗ୍ରାମର ଚତୁପାର୍ଶ୍ଵରେ ଗଢି ଉଠିଥିବା ବେଆଇନ କ୍ରସର ବନ୍ଦ କରିବା, ବଲାଙ୍ଗିଆ ବାସୀଙ୍କୁ ଘରଡିହ ପଟା, ବିଶୁଦ୍ଧ ପାନୀୟ ଜଳ ଓ ପକ୍କା ରାସ୍ତା, ଧାରଣାରତ ଟାଟା ଓ ନୀଳାଞ୍ଚଳ ବାସଚ୍ୟୁତ ପରିବାରଙ୍କ ସମସ୍ୟାର ସମାଧାନ, ପୋଆ ଆଇନକୁ ସମ୍ପୂର୍ଣ କାର୍ଯ୍ୟକାରୀ କରିବା ଓ ଠିକ ସମୟରେ କ୍ଷତିପୂରଣ ପ୍ରଦାନ କରିବା ଅନିତା ଜେନାଙ୍କୁ ନ୍ୟାୟ ପ୍ରଦାନ, ଚାରିନଙ୍ଗଳ ପଂଚାୟତର ଗହରନଗର ଗ୍ରାମକୁ ସବୁଦୁନିଆ ରାସ୍ତା କରିବା, ସରାଇ ମୁଣ୍ଡା ପରିବାରକୁ ୫୦ଲକ୍ଷ୍ୟ କ୍ଷତି ପୂରଣ ଦାବି ନେଇ ଜିଲ୍ଲାପ୍ରଶାସନକୁ ଦାବିପତ୍ର ପ୍ରଦାନ କରିଥିଲେ । ଯଦି ପ୍ରଶାସନ ଦାବି ଗୁଡିକ ସମାଧାନ ନ କରନ୍ତି ତେବେ ଆଗାମୀ ଦିନରେ ଭୀମ ଆର୍ମି ପୁଣି ଥରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା