Masthead

ହଠାତ୍ ଚାଲିଗଲା ଜୀବନ

ନୂଆପଡ଼ା(ବଡ଼ ଖବର ବ୍ୟୁରୋ): ମୃତ୍ୟୁ । କେବେ କାହାକୁ କେମିତି ଆସେ କିଏ ବା ଜାଣିଛି । ସେଥିପାଇଁ କୁହାଯାଏ ମଣିଷ ଜୀବନ ଆଜି କି ଅଛି କାଲି କି ନାହିଁ । ସାଧାରଣ ମଣିଷ ପରି ଠିଆ ହୋଇଥିଲେ । ଏବଂ ହଠାତ ଜୀବନ ଚାଲିଗଲା । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ାରେ । ଏକ ଘରୋଇ ବସରେ ପାଇକମାଳରୁ ରାୟପୁର ଯାଉଥିଲେ ଜଣେ ଯାତ୍ରୀ । ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ଯୁବକଙ୍କ ସାଥୀ ବସରୁ ଓହ୍ଲାଇବାକୁ କହିଥିଲେ । ବସ କର୍ମଚାରୀ ତାଙ୍କୁ ନୂଆପଡ଼ା ଏକତା ଛକରେ ଓହ୍ଲାଇ ଦେଇଥିଲେ ।

ପ୍ରାୟ ୨୫ ମିନିଟ ଯୁବକ ଜଣଙ୍କ ସେଠାରେ ପଡ଼ି ରହିଥିବା ବେଳେ ନୂଆପଡା ପୋଲିସ ପହଁଞ୍ଚି ଆମ୍ବୁଲାନ୍ସ ସାହାଯ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଯୁବକ ଜଣଙ୍କ ହେଉଛନ୍ତି ପାଇକମାଲ ଥାନା ଛେତେଙ୍ଗାର ମହେନ୍ଦ୍ରା ପଟେଲ । ହେଲେ ଘରୋଇ ବସ୍ ଟି ଯେଉଁ ଜାଗାରେ ଛାଡିଲା ତାର ଠିକ ୧୦୦ ମିଟର ଦୂରତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଥିଲା ମାତ୍ର ସେଠାରେ ତାଙ୍କୁ ଛାଡ଼ି ନଥିଲା ଘରୋଇ ବସ । ହୁଏତ ଚିକିତ୍ସାଳୟରେ ଛାଡ଼ିଥିଲେ ଯୁବକଙ୍କର ଚିକିତ୍ସା କରାଯାଇ ପାରିଥାନ୍ତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ