Masthead

ମହାରାଷ୍ଟ୍ରରେ ପୁଣି ବଢ଼ିଲା ଲକଡାଉନ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ମହାରାଷ୍ଟ୍ରରେ ପୁଣି ଘୁଞ୍ଚିଲା ଲକଡାଉନ । ଜୁନ ୧୫ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ମହାରାଷ୍ଟ୍ରରେ ଲକଡାଉନ । କରୋନାର ତୃତୀୟ ପ୍ରବାହ ପ୍ରତି ଜନତାଙ୍କୁ ସଚେତନ କରାଇବା ସହ ଅମାନିଆ ହୁଅନ୍ତୁ ନାହିଁ ବୋଲି କହି ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ତେବେ ସେ କହିଚନ୍ତି ପ୍ରତିଟି ଜିଳ୍ଲାର କୋଭିଡ଼ ଅବସ୍ଥା ସମୀକ୍ଷା କରିବା ପରେ କେଉଁ ଅଞ୍ଚଳରେ କଟକଣା ସୁଦୃଢ଼ ହେବ କେଉଁ ଅଞ୍ଚଳରେ କୋହଳ ହେବ ତାହା ରାଜ୍ୟ ସରକାର ବିଚାର କରିବେ । ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ, କେତେବେଳେ ତୃତୀୟ ପ୍ରବାହ ଆସିବ ତାହା ଆମେ ଜାଣିନେ । ତେଣୁ ଅମାନିଆ ହେବ ଅନୁଚିତ ।

ରାଜ୍ୟରେ ଏବେ ସୁସ୍ଥ ହାର ୯୨% ରହିଛି । ମୃତ୍ୟୁ ହାର ବି କମୁଛି । ତେବେ ତୃତୀୟ ସଂକ୍ରମଣ ସମୟରେ ସମ୍ଭାବ୍ୟ ଡାକ୍ତର ସଙ୍କଟଜନିତ ସମସ୍ୟା ଏଡ଼ାଇବାକୁ ଯାଇ ‘ମାଜା ଡକ୍ଟରଦ’ (ମୋ ଡାକ୍ତର) ନାମରେ ନୂଆ ଉପକ୍ରମ ଆରମ୍ଭ ହୋଇଥିବା କଥା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ସମସ୍ତ ପାରିବାରିକ ଡାକ୍ତରମାନଙ୍କୁ ନିବେଦନ କରି ସେ କହିଛନ୍ତି, ଆସନ୍ନ ବର୍ଷାଋତୁରେ ଲୋକମାନଙ୍କ ଠାରେ କୋଭିଡ୍‌ ସଦୃଶ ଲକ୍ଷଣ ଦେଖାଦେବ। ସେଥିପାଇଁ ବିଚଳିତ ନ ହେବାକୁ ପାରିବାରିକ ଡାକ୍ତରମାନେ ସେମାନଙ୍କୁ ପରାମର୍ଶ ଦେବେ। ଏହା ବ୍ୟତିରେକେ, ପାରିବାରିକ ଡାକ୍ତରମାନେ ମଧ୍ୟ ସାମାନ୍ୟରୁ ମଧ୍ୟମ ଧରଣର କୋଭିଡ୍‌-୧୯ ଆକ୍ରାନ୍ତଙ୍କୁ ସେମାନଙ୍କ ଘରେ ଚିକିତ୍ସା କରିପାରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା