Masthead

ଆକ୍ସନ ମୁଡରେ ରାଜସ୍ୱ ବିଭାଗ

ଓଡ଼ଗାଁ (ବଡ଼ ଖବର ବ୍ୟୁରୋ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲଦାର ମାଙ୍କଡ଼ା ଓ ବାଲି ମାଫିଆଙ୍କୁ କାବୁ କରିବାକୁ ଆକ୍ସନ ମୁଡ଼କୁ ଆସିଛନ୍ତି । ସପ୍ତାହ ମଧ୍ୟରେ ପୋଲିସ ୨ ଗାଡ଼ି ଜବତ କରି ୨ ଜଣଙ୍କୁ ଗିରଫ କରିଛି । ଗୁରୁବାର ୪ ବେଆଇନ ମାଙ୍କଡ଼ା ଚାଲାଣ କରୁଥିବା ଟ୍ରାକ୍ଟର ମାଲିକଙ୍କଠାରୁ ତହସିଲଦାର ୫୨ହଜାର ଟଙ୍କା ଜୋରିମନା ଆଦାୟ କରିଥିଲେ । ଏପରିସ୍ଥଳେ ବୁଧବାର ବେଆଇନ ମାଙ୍କଡ଼ା ଚାଲାଣ ଅଭିଯୋଗରେ ଜବତ ହୋଇଥିବା ରୋହିବାଙ୍କ ଗ୍ରାମର ଝୁନୁ ସେଠିଙ୍କ ଓଡି ୨୫ଡି ୬୪୬୩ ମିନିଟ୍ରକ, ରବୀନ୍ଦ୍ର ସେଠୀଙ୍କ ଓଡି ୨୫ଏ ୩୨୬୩ ମିନିଟ୍ରକ ବାବଦରେ ୪୦ ହଜାର ଜୋରିମନା ଆଦାୟ ହୋଇଛି ।

ସେହିପରି ରାଜସ୍ୱ କର୍ମଚାରୀଙ୍କ ମିଳିତ ସ୍କ୍ୱାଡ ଶୁକ୍ରବାର ଗୌଡ଼ପୁଟ ଅଞ୍ଚଳରୁ ଡ଼ୁଆଣ୍ଟ ନଦୀରୁ ବେଆଇନ ବାଲିଚାଲାଣ ଅଭିଯୋଗରେ ଓଡି ୨୫ ଇ ୮୬୦୮, ଓଡି ୨୫ ବି ୨୬୦୧ ଓ ଓଡି ୨୫ ଡ଼ି ୧୬୭୯ ନମ୍ବର ବିଶିଷ୍ଟ ୩ଟି ଟ୍ରାକ୍ଟର ଜବତ କରିବା ସହ ଓଡ଼ଗାଁର କେଦାରନାଥ ସାହୁ, ନନ୍ଦିଘୋରର ଚରଣ ପ୍ରଧାନ ଓ ବିଶ୍ୱଜିତ ପ୍ରଧାନଙ୍କଠାରୁ ଜୋରିମନା ବାବଦକୁ ୩୪ ହଜାର ଟଙ୍କା ଆଦାୟ କରିଥିବା ତହସିଲଦାର ବିଜୟିତା ସାମନ୍ତସିଂହାର ସୂଚନା ଦେଇଛନ୍ତି । ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ରାଜସ୍ୱ ସୁପରଭାଇଜର ଗଣେଶ୍ୱର ମହାନ୍ତିଙ୍କ ସହିତ ୪ ଜଣ ରାଜସ୍ୱ ନିରୀକ୍ଷକ ସାମିଲ ହୋଇଥିଲେ । ଅନ୍ୟପକ୍ଷେ ରାଜସ୍ୱ ଓ ପୋଲିସ ବିଭାଗର ଏପରି ଚଢ଼ାଉରେ କୌଣସି ଚାପ କାମ କରୁ ନ ଥିବା ଆଲୋଚନା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ