Masthead

ଆକ୍ସନ ମୁଡରେ ରାଜସ୍ୱ ବିଭାଗ

ଓଡ଼ଗାଁ (ବଡ଼ ଖବର ବ୍ୟୁରୋ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲଦାର ମାଙ୍କଡ଼ା ଓ ବାଲି ମାଫିଆଙ୍କୁ କାବୁ କରିବାକୁ ଆକ୍ସନ ମୁଡ଼କୁ ଆସିଛନ୍ତି । ସପ୍ତାହ ମଧ୍ୟରେ ପୋଲିସ ୨ ଗାଡ଼ି ଜବତ କରି ୨ ଜଣଙ୍କୁ ଗିରଫ କରିଛି । ଗୁରୁବାର ୪ ବେଆଇନ ମାଙ୍କଡ଼ା ଚାଲାଣ କରୁଥିବା ଟ୍ରାକ୍ଟର ମାଲିକଙ୍କଠାରୁ ତହସିଲଦାର ୫୨ହଜାର ଟଙ୍କା ଜୋରିମନା ଆଦାୟ କରିଥିଲେ । ଏପରିସ୍ଥଳେ ବୁଧବାର ବେଆଇନ ମାଙ୍କଡ଼ା ଚାଲାଣ ଅଭିଯୋଗରେ ଜବତ ହୋଇଥିବା ରୋହିବାଙ୍କ ଗ୍ରାମର ଝୁନୁ ସେଠିଙ୍କ ଓଡି ୨୫ଡି ୬୪୬୩ ମିନିଟ୍ରକ, ରବୀନ୍ଦ୍ର ସେଠୀଙ୍କ ଓଡି ୨୫ଏ ୩୨୬୩ ମିନିଟ୍ରକ ବାବଦରେ ୪୦ ହଜାର ଜୋରିମନା ଆଦାୟ ହୋଇଛି ।

ସେହିପରି ରାଜସ୍ୱ କର୍ମଚାରୀଙ୍କ ମିଳିତ ସ୍କ୍ୱାଡ ଶୁକ୍ରବାର ଗୌଡ଼ପୁଟ ଅଞ୍ଚଳରୁ ଡ଼ୁଆଣ୍ଟ ନଦୀରୁ ବେଆଇନ ବାଲିଚାଲାଣ ଅଭିଯୋଗରେ ଓଡି ୨୫ ଇ ୮୬୦୮, ଓଡି ୨୫ ବି ୨୬୦୧ ଓ ଓଡି ୨୫ ଡ଼ି ୧୬୭୯ ନମ୍ବର ବିଶିଷ୍ଟ ୩ଟି ଟ୍ରାକ୍ଟର ଜବତ କରିବା ସହ ଓଡ଼ଗାଁର କେଦାରନାଥ ସାହୁ, ନନ୍ଦିଘୋରର ଚରଣ ପ୍ରଧାନ ଓ ବିଶ୍ୱଜିତ ପ୍ରଧାନଙ୍କଠାରୁ ଜୋରିମନା ବାବଦକୁ ୩୪ ହଜାର ଟଙ୍କା ଆଦାୟ କରିଥିବା ତହସିଲଦାର ବିଜୟିତା ସାମନ୍ତସିଂହାର ସୂଚନା ଦେଇଛନ୍ତି । ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ରାଜସ୍ୱ ସୁପରଭାଇଜର ଗଣେଶ୍ୱର ମହାନ୍ତିଙ୍କ ସହିତ ୪ ଜଣ ରାଜସ୍ୱ ନିରୀକ୍ଷକ ସାମିଲ ହୋଇଥିଲେ । ଅନ୍ୟପକ୍ଷେ ରାଜସ୍ୱ ଓ ପୋଲିସ ବିଭାଗର ଏପରି ଚଢ଼ାଉରେ କୌଣସି ଚାପ କାମ କରୁ ନ ଥିବା ଆଲୋଚନା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ