Masthead

ଓଡ଼ିଶା ହେବ ଟେକ୍ସଟାଇଲ ହବ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଟେକ୍ସଟାଇଲ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଲୋକସେବା ଭବନ କନଭେନସନ ହଲରେରେ ଆରମ୍ଭ ହେଲା ଓଡ଼ିଶା ଟେକ୍ସ ୨୦୨୫ । ଆଉ ଲୋକମାନଙ୍କୁ ଦାଦନ ଖଟିବା ପାଇଁ ଓଡ଼ିଶା ବାହାରକୁ ଯିବାକୁ ପଡ଼ିବନି । ନିଜ ପେଟ ପାଟଣା ପାଇଁ ଲୋକେ ଓଡ଼ିଶାରେ ରହି କାମ କରିବେ ।

ରାଜ୍ୟରେ ୬ଟି ଟେକ୍ସଟାଇଲ ପାର୍କର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜଗତସିଂହପୁର, କେନ୍ଦୁଝର, ସମ୍ବଲପୁର, କଟକ, ଗଞ୍ଜାମ ଭଳି ଜିଲ୍ଲାରେ ହେବ ଟେକ୍ସଟାଇଲ ପାର୍କ । ଯେଉଁଥିରେ ୨୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆଉ କାମ କରିବାକୁ ତାମିଲନାଡୁ, ମୁମ୍ବାଇ, ଗୁଜୁରାଟ ଯିବେନି ଓଡ଼ିଶା ଲୋକ । ଆଜି ୭ ହଜାର ୮୦୮ କୋଟି ଟଙ୍କାର ୩୩ ଟି ଏମଓୟୁ ସ୍ୱାକ୍ଷରିତ ହୋଇଥିବା ବେଳେ ୫୩ ହଜାର ନିଯୁକ୍ତି ସୃଷ୍ଟି ହେବ । ଆଗକୁ ଆହୁରି ୫ ଟେକ୍ସଟାଇଲ ପାର୍କ ଖୋଲା ଯିବ । ଟେକ୍ସଟାଇଲ କ୍ଷେତ୍ରରେ ଆହୁରି ୫ ଲକ୍ଷ ନଯୁକ୍ତି ସୁଯୋଗ ସୃଷ୍ଟି ହେବ । ଓଡ଼ିଶା ଟେକ୍ସ ୨୦୨୫ରେ ସରକାରୀ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରି କହିଛନ୍ତି, ସପ୍ତାହରେ ଗୋଟିଏ ଦିନ ଓଡ଼ିଶା ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ପୋଷାକ ପିନ୍ଧନ୍ତୁ । ନିଜର ଜୀବନ କାଳ ଜିତରେ ଥରେ ହାତବୁଣା ବସ୍ତ୍ର କିଣି ଘରକୁ ନିଅନ୍ତୁ । ପ୍ରତିବର୍ଷ ଓଡ଼ିଶାରେ ହେବ ଓଡ଼ିଶା ଟେକ୍ସ ।

ଶିଳ୍ପ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କୁ ଇନସେନଟିଭ୍ ୧ହଜାର ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବୁଣାକାର ଶ୍ରମିକ ମାନଙ୍କର ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପୁରୁଷ କର୍ମଚାରୀଙ୍କ ପାଇଁ ୫ ରୁ ୬ ହଜାର ଏବଂ ମହିଳାଙ୍କ ପାଇଁ ୬ ରୁ ୭ ହଜାର ଭତ୍ତା ବୃଦ୍ଧି କରାଯାଇଛି । ଓଡ଼ିଶାରେ ଅଧିକ ନିବେଶ କରିବା । ଏବଂ ସହଯୋଗୀ ହୋଇ କାମ କରିବାକୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ ଟେକ୍ସଟାଇଲ ଓ ଆପାରେଲ୍ ଉତ୍ପାଦନ କ୍ଷେତ୍ରରେ ଦେଶରେ ଅଗ୍ରଣୀ ରାଜ୍ୟରେ ପରିଣତ ହେବ ଓଡ଼ିଶା । ସମୃଦ୍ଧ ଓଡ଼ିଶା ୨୦୩୬ ଦିଗରେ ଏହା ଏକ ଦୃଢ ପଦକ୍ଷେପ ହେବ । ବିକଶିତ ଓଡ଼ିଶାର ସ୍ୱପ୍ନକୁ ପୂରଣ କରିବାରେ ଲାଗିଛି ଡ଼ବଲ ଇଞ୍ଜିନ ସରକାର ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ