Before Header

ମୁନ ମିଶନରେ ଓଡ଼ିଆ ପୁଅଙ୍କ ହାତ

0 287

କେନ୍ଦ୍ରାପଡା (ବଡ଼ ଖବର ବ୍ୟୁରୋ): ମୁନ ମିଶନରେ ଓଡ଼ିଆ ପୁଅଙ୍କ ହାତ । ମିଶନକୁ ସଫଳତାର ବିଜୟ ପଥରେ ପହଂଚାଇବାରେ ରହିଛି ଓଡ଼ିଶାର ଶୁଭାଶିଷ ସାମଲଙ୍କ ଅବଦାନ । ଇସ୍ରୋର ଏଲଭିଏମ-୩ ତିଆରି କରିବାରେ ଟେକ୍ନିକାଲ ଟିମର ଏକ ଅଂଶ ଥିଲେ ଶୁଭାଶିଷ । ରକେଟକୁ ଚନ୍ଦ୍ରୟାନକୁ ପଠାଇବାର ପୂରା ପ୍ରକି୍ରୟାରେ ଶୁଭାଶିଷଙ୍କ ବୁଦ୍ଧି ସାମିଲ ରହିଛି । ଚନ୍ଦ୍ରୟାନର ଟେକ୍ନିକାଲ ଟିମରେ ଲଗାତାର ୨୦୧୮ ମସିହାରୁ ସେ ଇସ୍ରୋ ସହ କାମ କରି ଆସୁଛନ୍ତି । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକର ମୁକୁନ୍ଦପୁର ଗାଁରେ ଶୁଭାଶିଷଙ୍କ ଘର । ୨୮ ବର୍ଷୀୟ ଏହି ଯୁବ ବୈଜ୍ଞାନିକ ୨୦୦୯ରେ ଦୋହଲୀ ସ୍ଥିତ ବିବି ମଡେଲ ହାଇ ସ୍କୁଲରୁ ମାଟି୍ରକ ପାସ କରିଥିଲେ । ପେଶାରେ ଶୁଭାଶିଷଙ୍କ ପିତା ମଳୟ ନାୟକଙ୍କର ପୂଜା ସାମଗ୍ରୀ ବ୍ୟବସାୟ ରହିଛି । ତାଙ୍କ ମା’ ନିର୍ମଳା ନାୟକ ଜଣେ ଗୃହିଣୀ । ତାଙ୍କର ଏକ ସାନ ଭଉଣୀ ମଧ୍ୟ ଅଛି ।

Leave A Reply

Your email address will not be published.