Masthead

ଗୁଜରାଟ, ତାମିଲନାଡ଼ୁ ଭଳି ରାଜ୍ୟକୁ ପଛରେ ପକାଇ ସ୍ବଚ୍ଛତାରେ ଓଡ଼ିଶା ଚତୁର୍ଥ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସ୍ବଚ୍ଛ ସର୍ବେକ୍ଷଣ-୨୦୨୩ର ଫଳାଫଳ ଗୁରୁବାର ଘୋଷଣା କରାଯାଇଛି। ଚଳିତବର୍ଷ ପ୍ରଥମ ଥର ଲାଗି ୨ଟି ରାଜ୍ୟକୁ ପ୍ରଥମ ପୁରସ୍କାର ମିଳିଥିବାବେଳେ ଉଭୟ ୯୩୪୮.୩୯ ସ୍କୋର ପାଇଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋର ସହର ଲଗାତାର ସପ୍ତମ ଥର ପାଇଁ ବାଜିମାତ୍‌ କରିଥିବାବେଳେ ଗୁଜରାଟର ସୁରଟ ପ୍ରଥମ ଥର ଲାଗି ଏହି ପୁରସ୍କାର ହାସଲ କରିଛି। ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ସ୍ବଚ୍ଛ ସର୍ବେକ୍ଷଣ-୨୦୨୩ରେ ଓଡ଼ିଶାକୁ ବଡ଼ ସଫଳତା ମିଳିଛି। ଦେଶର ସ୍ବଚ୍ଛ ସହର ତାଲିକାରେ ଓଡ଼ିଶା ଚତୁର୍ଥ ସ୍ଥାନ ହାସଲ କରିଛି।

ପ୍ରଥମ ସ୍ଥାନରେ ମହାରାଷ୍ଟ୍ର ଥିବାବେଳେ ୩୭୨୧.୫୫ ସ୍କୋର ମିଳିଛି। ଦ୍ୱିତୀୟରେ ମଧ୍ୟପ୍ରଦେଶକୁ ୩୬୫୭.୯୨, ତୃତୀୟ ସ୍ଥାନରେ ଥିବା ଛତିଶଗଡ଼କୁ ୩୪୨୫.୪୧ ଏବଂ ଚତୁର୍ଥ ସ୍ଥାନରେ ଥିବା ଓଡ଼ିଶାକୁ ୩୧୩୧.୩୮ ସ୍କୋର ମିଳିଛି । ସେହିପରି ଚଳିତବର୍ଷ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ମଧ୍ୟ ଭଲ ପ୍ରଦର୍ଶନ କରିଛି। ଗତଥର ଭୁବନେଶ୍ୱରକୁ ସର୍ବଭାରତୀୟ ସ୍ତରରେ ୮୦ତମ ର଼୍ୟାଙ୍କ୍‌ ମିଳିଥିବାବେଳେ ଏଥର ୩୪ତମ ର଼୍ୟାଙ୍କ୍‌ ମିଳିଛି। ଏଥିସହ ଓ୍ବାଟର ପ୍ଲସ୍‌ ଏବଂ ଗାର୍‌ବେଜ୍‌ ଫ୍ରି ବା ଆବର୍ଜନାମୁକ୍ତ ସହର ଭାବେ ଥ୍ରୀ ଷ୍ଟାର ରେଟିଂ ମିଳିବା ସହ ରାଜ୍ୟରେ ପ୍ରଥମ ସହର ଭାବେ ସ୍ଥାନ ଅଧିକାର କରିଛି। ଏଥିପାଇଁ ଭୁବନେଶ୍ୱରକୁ ‘କ୍ଲିନ୍‌ ସିଟି ଇନ୍‌ ଓଡ଼ିଶା’ ପୁରସ୍କାର ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା