Masthead

ନେପାଳରୁ ଅଯୋଧ୍ୟା ଆସିବେ ୨୧୦୦୦ ପୂଜାରୀ

କାଠମାଣ୍ଡୁ (ବଡ଼ ଖବର ବ୍ୟୁରୋ): ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉପଲକ୍ଷେ ରାମଭକ୍ତିରେ ଗଦଗଦ ସାରା ଭାରତ । ରାମ ମନ୍ଦିର ନିର୍ମାଣରେ ବିଭିନ୍ନ ରାଜ୍ୟର ଯୋଗଦାନ ରହିଥିବା ବେଳେ, ଏବେ ମଧ୍ୟ ଦେଶର ବିଭିନ୍ନ ପ୍ରାନ୍ତରୁ ଛୁଟିଛି ପ୍ରଭୁଙ୍କ ପାଇଁ ବିଭିନ୍ନ ଦିବ୍ୟ ନୈବେଦ୍ୟ । ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଦିନ ‘ଜୟ ଶ୍ରୀରାମ ନାମ ମହାଯଜ୍ଞ’ ର ଆୟୋଜନ କରାଯାଉଛି । ନେପାଳରୁ ୨୧୦୦୦ ପୁରୋହିତ ଅଯୋଧ୍ୟାକୁ ଆସିବାକୁ ଯାଉଛନ୍ତି।

ରାମ ମନ୍ଦିରର ସମର୍ପଣ ସମାରୋହ ପୂର୍ବରୁ ଜାନୁଆରୀ ୧୪ରୁ ୨୫ ପର୍ଯ୍ୟନ୍ତ ଅଯୋଧ୍ୟାରେ ସରଜୁ ନଦୀକୂଳରେ ୧୦୦୮ ନର୍ମଦେଶ୍ୱର ଶିବଲିଙ୍ଗ ସ୍ଥାପନ ପାଇଁ ଏକ ବିଶାଳ ‘ରାମ ନାମ ମହାଯଜ୍ଞ’ ଆୟୋଜନ କରାଯିବ। ଯେଉଁଥିରେ ଏହି ୨୧ ହଜାର ପୁରୋହିତ ଅଂଶଗ୍ରହଣ କରିବେ। କୁହାଯାଉଛି, ନେପାଳର କେବଳ ୨୧,୦୦୦ ପୁରୋହିତ ଏହି ମହାଯଜ୍ଞ କରିବେ। ଏଥିପାଇଁ ୧୦୦୮ ଟି କୁଡ଼ିଆ ପ୍ରସ୍ତୁତ ହୋଇସାରିଛି।

ଯେଉଁଥିରେ ଏକ ବଡ଼ ଯଜ୍ଞ ମଣ୍ଡପ ମଧ୍ୟ ଅନ୍ତର୍ଭୁକ୍ତ ଏବଂ ଏଥିରେ ୧୧ଟି ଲେୟାରର ଛାତ ଅଛି। ରାମ ମନ୍ଦିରଠାରୁ ୨ କିଲୋମିଟର ଦୂରରେ ଥିବା ସରଜୁ ନଦୀର ବାଲୁକା ଘାଟରେ ୧୦୦ଏକର ଜମିରେ ଏକ ଟେଣ୍ଟ ପ୍ରତିଷ୍ଠା କରାଯାଇଛି। ପ୍ରତିଦିନ ୫୦,୦୦୦ ଭକ୍ତଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଉଛି । ପ୍ରତିଦିନ ପ୍ରାୟ ୧ ଲକ୍ଷ ଭକ୍ତଙ୍କ ପାଇଁ ଭୋଜି ଆୟୋଜନ କରାଯିବ। ମହାଯଜ୍ଞ ସମାପ୍ତ ହେବା ପରେ ୧୦୦୮ ଶିବଲିଙ୍ଗ ପବିତ୍ର ସରଜୁ ନଦୀରେ ବିସର୍ଜନ କରାଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା