Masthead

ନିଆଁ ଲଗାଇବାରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜଙ୍ଗଲ ଜଳାଇବାରେ ଓଡ଼ିଶା ଦେଶରେ ନମ୍ବର ୱାନ୍ । ୨୦୨୦ ନଭେମ୍ବରରୁ ୨୦୨୧ ଜୁନ ମଧ୍ୟରେ ଦେଶର ବିଭିନ୍ନ ଜଙ୍ଗଲରେ ୫୨ ହଜାର ଥର ନିଆଁ ଲାଗିଛି । ଏନେଇ ରାଜ୍ୟସଭାରେ ସାଂସଦ ଭାଇକୋଙ୍କ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ପରିବେଶ ବିଭାଗ ମନ୍ତ୍ରୀ ଅଶ୍ବିନୀ କୁମାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ୨୦୨୦ ନଭେମ୍ବରରୁ ୨୦୨୧ ଜୁନ ମଧ୍ୟରେ ଓଡ଼ିଶାରେ ଅଧିକ ଥର ଜଙ୍ଗଲ ଜଳିଛି ।

କେନ୍ଦ୍ର ସରକାରଙ୍କ ଏହି ତଥ୍ୟକୁ ଆଧାର କରି ବିରୋଧୀ ବିଜେଡିକୁ ଟାର୍ଗେଟ୍ କରିଛି । ରାଜ୍ୟସଭାରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଦେଇଥିବା ଉତ୍ତର ଅନୁସାରେ, ନଭେମ୍ବର ୨୦୨୦ରୁ ଜୁନ ୨୦୨୧ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ୨୯ ହଜାର ୭୬୧ ଥର ନିଆଁ ଲାଗିଛି । ସର୍ବଭାରତୀୟ ସ୍ତରରେ ତୁଳନା କଲେ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ସବୁଠୁ ଅଧିକ ଥର ନିଆଁ ଲାଗିଛି । ନଭେମ୍ବର ୨୦୨୧୯ରୁ ଜୁନ ୨୦୨୦ ମଧ୍ୟରେ ବିଭିନ୍ନ ଜଙ୍ଗଲରେ ୧୦,୬୦୨ ଥର ନିଆଁ ଲାଗିଥିଲା । ସେହିପରି ନଭେମ୍ବର ୨୦୧୮ରୁ ଜୁନ ୨୦୧୯ ମଧ୍ୟରେ ରାଜ୍ୟରେ ୧୯,୧୬୯ଥର ଜଙ୍ଗଲରେ ନିଆଁ ଲାଗିଛି।

ଜଙ୍ଗଲରେ ନିଆଁ ଲିଭାଇବା ପାଇଁ କେନ୍ଦ୍ର ସରକାର ଫରେଷ୍ଟ ଫାୟାର ପ୍ରିଭେନସନ ଆଣ୍ଡ ମ୍ୟାନେଜମେଣ୍ଟ ସ୍କିମରେ ରାଜ୍ୟମାନଙ୍କୁ ଟଙ୍କା ଦେଇଥାନ୍ତି। ଏହି ସ୍କିମରେ ୨୦୧୮-୧୯ରେ ୪୩୫ କୋଟି, ୨୦୧୯-୨୦୨୦ରେ ୪୬୩.୬୪ କୋଟି ଓ ୨୦୨୦-୨୦୨୧ବର୍ଷରେ ୪୫୫.୧୮ କୋଟି ଟଙ୍କା ଓଡ଼ିଶାକୁ ମିଳିଛି ବୋଲି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ