Masthead

ଅରୁଣ-ଲକ୍ଷ୍ମଣ ମୁହାଁମହିଁ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ବଦଳିଲା ସରକାର । ବଦଳିଲା ଚାଷୀଙ୍କ ଭାଗ୍ୟ । ମୁହଁରେ ଫୁଟିଲା ହସ । ପାଇଲେ ୮ଶହ ଟଙ୍କା ଇନପୁଟ ସବସିଡ୍ । ଖରିଫ ଧାନ ସଂଗ୍ରହରେ ରେକର୍ଡ ସୃଷ୍ଟି କଲେ ମୋହନ ସରକାର । ୧୭ଲକ୍ଷରୁ ଉଦ୍ଧ୍ୱର୍ ଚାଷୀଙ୍କ ଠାରୁ ୭୪ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କଲେ ରାଜ୍ୟ ସରକାର । ଆସନ୍ତା ୧୩ରୁ ୩୧ତାରିଖ ଯାଏଁ ରାଜ୍ୟର ପ୍ରମୁଖ ୧୦ଟି ସ୍ଥାନରେ ଅନୁଷ୍ଠିତ ହେବ ଧନ୍ୟବାଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମ । ଯାହାକୁ ନେଇ ଲାଗିଛି ରାଜନୀତି ରଙ୍ଗ । ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁଙ୍କ ଯୁକ୍ତି ଲୋକେ ବିଜେପି ସରକାରକୁ ଧନ୍ୟବାଦ ଦେବେ ନାହିଁ । ପ୍ରାୟୋଜିତ ଧନ୍ୟବାଦ ସଭା କରିବେ ସରକାର । ଚାଷୀଙ୍କୁ ଧନ୍ୟବାଦ ଦେବା କଥା ମୁଖ୍ୟମନ୍ତ୍ରୀଙ୍କୁ କାହିଁକି? ଚାଷ ତ ଚାଷୀ କରୁଛି ।

ଧନ୍ୟ ଓ ଧାନକୁ ବାଦ୍ ଦେଇ ସଭା ହେବ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଧନ୍ୟବାଦ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ବିଜେଡିର ପ୍ରଶ୍ନକୁ ପାଲଟା ଜବାବ ଦେଇଛି ବିଜେପି । ବିଧାୟକ ଲକ୍ଷ୍ମଣ ବାଗ କହିଛନ୍ତି ଓଡ଼ିଶାର କୃଷକମାନେ ଆନନ୍ଦିତ ଓ ଉତ୍ସାହିତ ଅଛନ୍ତି । ଦେଶ ସ୍ୱାଧୀନତାର ୭୬ରୁ ୭୭ ମଧ୍ୟରେ କୃଷକ ତାର ଅଧିକାର ପାଇନଥିଲା । ଚାଷୀଙ୍କ ମତ ଥିଲା ତାହା ଲୋକଲୋଚନକୁ ଆସୁ । ଉସôବରେ ଲୋକେ ହିଁ ତାଙ୍କ ମୁହଁରେ କହିବେ ତାଙ୍କ ସରକାର କ’ଣ କରିଛି? ଯେଉଁ କାମ ଭଲ ତାକୁ ଭଲ କୁହନ୍ତି, ଯେଉଁ କାମ ଖରାପ ତାକୁ ଖରାପ କୁହନ୍ତି । ଧନ୍ୟବାଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମ ଚାଷୀଙ୍କର । ଚାଷୀ ହିଁ ଧନ୍ୟବାଦ ଦେବେ । ବିଗତ ସରକାର ଚାଷୀ ରାଜରାସ୍ତାକୁ ଆସୁଥିଲେ ଏବେ କେଉଁଠି ଆସିଛନ୍ତି କୁହନ୍ତୁ ।

ଚାଷୀ ଖୁସିରେ ଅଛନ୍ତି ରହିବେ, ଆମ ସରକାର । ରାଜନୈତିକ ଷଡଯନ୍ତ୍ର କରିବା ଛଡା ଆଉ କିଛି ନୁହେଁ । କାହା ପାଖରେ ଯଦି କିଛି ପ୍ରମାଣ ଅଛି ଦିଅନ୍ତୁ କହି ବିରୋଧୀଙ୍କୁ ଆହ୍ୱନ କରିଛନ୍ତି ଲକ୍ଷ୍ମଣ । ଯାହା କରିପାରିନଥିଲା ୨୪ବର୍ଷର ବିଜେଡି, ତାହା ୧୧ମାସରେ କରିଦେଖାଇଲା ବିଜେପି ସରକାର । ସୋହେଲାରେ ୧୦୦ଟଙ୍କା ସବସିଡ୍ ଦେବାକୁ ଘୋଷଣା କରି ବି ଫେଲ୍ ମାରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ । ହେଲେ ସରକାର ଗଠନର ସ୍ୱଳ୍ପ ସମୟ ଭିତରେ ଚାଷୀଙ୍କ ପ୍ରତି ଥିବା ଦରଦକୁ ପ୍ରତିପାଦିତ କରିଦେଖାଇଲେ ସିଏମ ମୋହନ । ସେହି ସୋହେଲାରୁ ଚାଷୀଙ୍କୁ ୮୦୦ଟଙ୍କାର ଇନପୁଟ୍ ସବସିଡ୍ ଦେଇ ଚାଷୀକୂଳଙ୍କୁ ଭେଟିଦେଇ ଥିଲେ ବଡ ଭେଟି । ଧାନ କୁଇଂଟାଲ ପିଛା ସହାୟକ ମୂଲ୍ୟ ଭାବେ ୩୧୦୦ଟଙ୍କା ପାଇଥିଲେ ଚାଷୀ । ଅର୍ଥ ନୈତିକ ମାନଦଣ୍ଡ ବୃଦ୍ଧି କରିବାରେ ଚାଷୀଙ୍କ ପାଇଁ ହୋଇଛି ବଡ ସହାୟକ । ସେଥିପାଇଁ ହେବାକୁ ଯାଉଛି ଧନ୍ୟବାଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମ । ଭୁବନେଶ୍ୱରରୁ ପ୍ରଶାନ୍ତ ଦାସଙ୍କ ରିପୋର୍ଟ ବଡ ଖବର ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ!