Masthead

ସାବଧାନ ଭାଲେଣ୍ଟାଇନ୍ସ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ପାଖେଇ ଆସୁଛି ଭାଲେଣ୍ଟାଇନ୍ସ ଉଇକ୍ । ଏହି ଉଇକରେ ପ୍ରେମିକ-ପ୍ରେମିକା ମାନେ ନିଜ ନିଜ ଭାଲେଣ୍ଟାଇନକୁ କିଛିନା କିଛି ଉପହାର ଦେଇଥାନ୍ତି । ତେବେ ଏସବୁ ସୁଯୋଗର ଅପେକ୍ଷାରେ ଥାଆନ୍ତି ସାଇବର ଅପରାଧୀମାନେ । ନୂତନ ଅଫରର ପ୍ରଲୋଭନ ଦେଖାନ୍ତି । ଉପହାର ନାମରେ ଇଣ୍ଟରନେଟ୍ ମାଧ୍ୟମରେ ଲିଙ୍କ୍ ପଠାନ୍ତି । ଆପଣ ଲିଙ୍କରେ କ୍ଲିକ୍ କରିବା ମାତ୍ରେ ଅପରାଧି ଆପଣଙ୍କ ବ୍ୟକ୍ତିଗତ ଏବଂ ବ୍ୟ।ଙ୍କ ସମ୍ବନ୍ଧୀୟ ବିବରଣୀ ମ।ଗନ୍ତି । ଯଦି ଆପଣ ତ।ଙ୍କ ନିର୍ଦ୍ଦେଶକୁ ଅନୁସରଣ କରନ୍ତି ତେବେ ସେମାନେ ଆଖି ପିଛୁଳାକେ ଆପଣଙ୍କ ଆକ।ଉଣ୍ଟ ଖାଲି କରିଦିଅନ୍ତି ।

ନିକଟ ଅତୀତରେ ସାଇବର ଅପରାଧୀଙ୍କ ଦ୍ୱାରା ତାଜ ହୋଟେଲ ସହ ଜଡିତ ଏକ ଲିଙ୍କ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ଭାଲେଣ୍ଟାଇନ୍ସ ଡେର ସ୍ୱତନ୍ତ୍ର ଅଫର ଅନୁଯାୟୀ ଲୋକଙ୍କୁ ୭ ଦିନ ମାଗଣା ରହଣି ଦେଉଥିଲେ । ଏହି ଲିଙ୍କ ଭାଇରାଲ ହେବା ପରେ ତାଜ ହୋଟେଲ ଏହାର ସୂଚନା ମୁମ୍ବାଇ ପୋଲିସକୁ ଦେଇଥିଲା । ଏହା ପରେ ମୁମ୍ବାଇ ପୋଲିସ ଏହାର ଅନୁସନ୍ଧାନରେ ଜାଣିବାକୁ ପାଇଲାଯେ ଏହା ସାଇବର ଅପରାଧୀଙ୍କ ଜାଲ ଅଟେ । ଯାହା ସେମାନେ ଲୋକଙ୍କୁ ଠକିବା ପାଇଁ ବ୍ୟବହାର କରୁଛନ୍ତି । ଅନ୍ୟପକ୍ଷରେ ହୋଟେଲ ତାଜ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି କହିଛି ଯେ ଭାଲେଣ୍ଟାଇନ୍ସ ଡେ ଅବସରରେ ସେମାନଙ୍କ ହୋଟେଲ ପକ୍ଷରୁ କୌଣସି ଅଫର ଦିଆଯାଇ ନାହିଁ । ତେବେ ମୁମ୍ବାଇ ସାଇବର ସେଲର ଡିସିପି ରଶ୍ମି କରାଣ୍ଡିକର ସାଇବର ଠକେଇରୁ କିଭଳି ବର୍ତ୍ତିହେବ ସେନେଇ ଗଣମାଧ୍ୟମରେ ସୂଚନା ଦେଇ ଜନସାଧାରଣଙ୍କୁ ସତର୍କ କରାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ