Masthead

ସାବଧାନ ଭାଲେଣ୍ଟାଇନ୍ସ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ପାଖେଇ ଆସୁଛି ଭାଲେଣ୍ଟାଇନ୍ସ ଉଇକ୍ । ଏହି ଉଇକରେ ପ୍ରେମିକ-ପ୍ରେମିକା ମାନେ ନିଜ ନିଜ ଭାଲେଣ୍ଟାଇନକୁ କିଛିନା କିଛି ଉପହାର ଦେଇଥାନ୍ତି । ତେବେ ଏସବୁ ସୁଯୋଗର ଅପେକ୍ଷାରେ ଥାଆନ୍ତି ସାଇବର ଅପରାଧୀମାନେ । ନୂତନ ଅଫରର ପ୍ରଲୋଭନ ଦେଖାନ୍ତି । ଉପହାର ନାମରେ ଇଣ୍ଟରନେଟ୍ ମାଧ୍ୟମରେ ଲିଙ୍କ୍ ପଠାନ୍ତି । ଆପଣ ଲିଙ୍କରେ କ୍ଲିକ୍ କରିବା ମାତ୍ରେ ଅପରାଧି ଆପଣଙ୍କ ବ୍ୟକ୍ତିଗତ ଏବଂ ବ୍ୟ।ଙ୍କ ସମ୍ବନ୍ଧୀୟ ବିବରଣୀ ମ।ଗନ୍ତି । ଯଦି ଆପଣ ତ।ଙ୍କ ନିର୍ଦ୍ଦେଶକୁ ଅନୁସରଣ କରନ୍ତି ତେବେ ସେମାନେ ଆଖି ପିଛୁଳାକେ ଆପଣଙ୍କ ଆକ।ଉଣ୍ଟ ଖାଲି କରିଦିଅନ୍ତି ।

ନିକଟ ଅତୀତରେ ସାଇବର ଅପରାଧୀଙ୍କ ଦ୍ୱାରା ତାଜ ହୋଟେଲ ସହ ଜଡିତ ଏକ ଲିଙ୍କ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ଭାଲେଣ୍ଟାଇନ୍ସ ଡେର ସ୍ୱତନ୍ତ୍ର ଅଫର ଅନୁଯାୟୀ ଲୋକଙ୍କୁ ୭ ଦିନ ମାଗଣା ରହଣି ଦେଉଥିଲେ । ଏହି ଲିଙ୍କ ଭାଇରାଲ ହେବା ପରେ ତାଜ ହୋଟେଲ ଏହାର ସୂଚନା ମୁମ୍ବାଇ ପୋଲିସକୁ ଦେଇଥିଲା । ଏହା ପରେ ମୁମ୍ବାଇ ପୋଲିସ ଏହାର ଅନୁସନ୍ଧାନରେ ଜାଣିବାକୁ ପାଇଲାଯେ ଏହା ସାଇବର ଅପରାଧୀଙ୍କ ଜାଲ ଅଟେ । ଯାହା ସେମାନେ ଲୋକଙ୍କୁ ଠକିବା ପାଇଁ ବ୍ୟବହାର କରୁଛନ୍ତି । ଅନ୍ୟପକ୍ଷରେ ହୋଟେଲ ତାଜ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି କହିଛି ଯେ ଭାଲେଣ୍ଟାଇନ୍ସ ଡେ ଅବସରରେ ସେମାନଙ୍କ ହୋଟେଲ ପକ୍ଷରୁ କୌଣସି ଅଫର ଦିଆଯାଇ ନାହିଁ । ତେବେ ମୁମ୍ବାଇ ସାଇବର ସେଲର ଡିସିପି ରଶ୍ମି କରାଣ୍ଡିକର ସାଇବର ଠକେଇରୁ କିଭଳି ବର୍ତ୍ତିହେବ ସେନେଇ ଗଣମାଧ୍ୟମରେ ସୂଚନା ଦେଇ ଜନସାଧାରଣଙ୍କୁ ସତର୍କ କରାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର 🔴 ଭୋଟ ଦେଉଛି ବିହାର 🔴 ଆଜିଠୁ ଜମିବ ଐତିହାସିକ ବାଲିଯାତ୍ରା 🔴 ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଭୋରରୁ ବୋଇତ ବନ୍ଦାଣ କଲେ ଶ୍ରଦ୍ଧାଳୁ 🔴 ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ 🔴 ‘ବିଶ୍ବାସଘାତକତାର ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ନୂଆପଡ଼ାବାସୀ’ 🔴 ବାପାଙ୍କୁ ଦେଖିବାକୁ ଆସିନଥିଲେ ଆଉ ଏବେ ଭୋଟ ପାଇଁ… 🔴 ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ-ନୃସିଂହ ବେଶ 🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର 🔴 ଭୋଟ ଦେଉଛି ବିହାର 🔴 ଆଜିଠୁ ଜମିବ ଐତିହାସିକ ବାଲିଯାତ୍ରା 🔴 ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଭୋରରୁ ବୋଇତ ବନ୍ଦାଣ କଲେ ଶ୍ରଦ୍ଧାଳୁ 🔴 ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ 🔴 ‘ବିଶ୍ବାସଘାତକତାର ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ନୂଆପଡ଼ାବାସୀ’ 🔴 ବାପାଙ୍କୁ ଦେଖିବାକୁ ଆସିନଥିଲେ ଆଉ ଏବେ ଭୋଟ ପାଇଁ… 🔴 ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ-ନୃସିଂହ ବେଶ