Masthead

ପୁଣି ଥରେ ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ବିଶ୍ବକପ ଫାଇନାଲ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପୁଣି ସେହି ରବିବାର, ପୁଣି ଏକ ବିଶ୍ବକପ ଫାଇନାଲ , ପୁଣି ଥରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ୨୦୨୩ ସିନିୟର ବିଶ୍ବକ ଫାଇନାଲର ବଦଲା ନେବାପାଇଁ ଭାରତକୁ ମିଳିଛି ଆଉ ଏକ ସୁଯୋଗ । ୨୦୨୩ ସିନିୟର ପୁରୁଷ ବିଶ୍ବକପ ଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିଥିଲା ଭାରତ ହେଲେ ସେଠାରେ ଟିମ ଇଣ୍ଡିଆକୁ ପରାଜୟର ସାମ୍ନା ହେବାକୁ ପଡ଼ିଥିଲା ।

ତେବେ ଆସନ୍ତା ଫେବୃଆରୀ ୧୧ ତାରିଖ ରବିବାର ଦିନ ଅଣ୍ଡର-୧୯ ଦିନିକିଆ ବିଶ୍ବକପରେ ଟିମ ଇଣ୍ଡିଆ ପୁଣିଥରେ ଅଷ୍ଟ୍ରେଲିଆକୁ ଭେଟିବ। ଆଜି ପାକିସ୍ତାନ ବିପକ୍ଷ ସେମି ଫାଇନାଲକୁ ଅଷ୍ଟ୍ରେଲିଆ ବେଶ ରୋମାଞ୍ଚକର ଢଙ୍ଗରେ ଜିତି ଫାଇନାଲ ଟିକେଟ ହାତେଇଛି। ଦିନକ ପୂର୍ବରୁ ଭାରତ ୨ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇ ନବମ ଥର ଫାଇନାଲରେ ପ୍ରବେଶ କରିଥିଲା। ସେହିପରି ଅଷ୍ଟ୍ରେଲିଆ ୬ଷ୍ଠ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି। ୨୦୧୮ରେ ଅଷ୍ଟ୍ରେଲିଆ ଶେଷ ଥର ପାଇଁ ଅଣ୍ଡର ୧୯ ବିଶ୍ୱକପ ଫାଇନାଲ ଖେଳିଥିଲା। ଉକ୍ତ ଫାଇନାଲରେ ଭାରତ ୮ ୱିକେଟରେ ଜିତି ଚାମ୍ପିୟନ ହୋଇଥିଲା।

ଏବେ ପୁଣିଥରେ ଫାଇନାଲରେ ଦୁଇ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି।ଭାରତ ଏଯାଏ ୮ଥର ଫାଇନାଲ ଖେଳିଥିବା ବେଳେ ୫ଥର ଚାମ୍ପିୟନ ହୋଇଛି। ଦଳକୁ ୩ଥର ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେହିପରି ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିଶ୍ୱକପରେ ତିନି ଥର ବିଜୟ ହୋଇଥିବା ବେଳେ ୨ଥର ଫାଇନାଲରେ ହାରିବାକୁ ପଡ଼ିଛି । ତେବେ ଆସନ୍ତା ରବିବାର ହେବାକୁ ଥିବା ଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆ ୨୦୨୩ ବିଶ୍ବକପର ବଦଲା ନେବା ଉଦ୍ଦେଶ୍ୟରେ ପଡ଼ିଆକୁ ଓହ୍ଲାଇବ । ଦେଖିବାକୁ ବାକି ରହିଲା ସିନିୟରଙ୍କ ବଦଲା ଜୁନିୟର ନେଇପାରିବେ ନା ପୁଣି ଥରେ ଭାରତୀୟ ପ୍ରଶଂସକ ନିରାଶ ହେବେ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା