Masthead

ବିଜେପିକୁ ଚେକ୍ ଦେବାକୁ ବିରୋଧୀଙ୍କ ମେଳି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବିଜେପିକୁ ଚେକ୍ ଦେବାକୁ ବିରୋଧୀଙ୍କ ମେଳି । ୧୫ ଦଳକୁ ଆମନ୍ତ୍ରଣ, ପାୱାରଙ୍କୁ ପୁଣି ଭେଟିଲେ ପ୍ରଶାନ୍ତ କିଶୋର । ଦେଶର କରୋନାର ଦ୍ବିତୀୟ ଲହର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତାରେ ଆଞ୍ଚ ଆସିଛି। ସେହିପରି ଦେଶର ସବୁଠୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶ ବିଧାନସଭା ପାଇଁ ନିର୍ବାଚନ ଆସନ୍ତାବର୍ଷ ହେବାକୁ ଯାଉଛି। ଏଠାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରତି ଲୋକଙ୍କ କ୍ରୋଧ ବି ବଢ଼ିବାରେ ଲାଗିଛି। ଏସବୁକୁ ଦୃଷ୍ଟିରେ ରଖି ବିଜେପିକୁ ଚେକ୍ ଦେବା ପାଇଁ ବିରୋଧୀ ଦଳମାନେ ଏକାଠି ହୋଇ ରଣକୌଶଳ ପ୍ରସ୍ତୁତ ଯୋଜନା ଆରମ୍ଭ କରିଦେଇଛନ୍ତି। ଏନ୍ସିପି ସୁପ୍ରିମୋ ଶରଦ ପାୱାର ଏବଂ ବିଜେପିର ପୂର୍ବତନ ନେତା ତଥା ନିକଟରେ ଟିଏମ୍ସିରେ ଯୋଗ ଦେଇଥିବା ଯଶୱନ୍ତ ସିହ୍ନା ବିରୋଧୀ ଦଳମାନଙ୍କର ଏକ ବୈଠକ ଡାକିଛନ୍ତି।

ଆଜି ଅପରାହ୍ଣ ୪ଟାରେ ନୂଆଦିଲ୍ଲୀରେ ଏହି ବୈଠକ ହେବ। କଂଗ୍ରେସ ସମେତ ୧୫ଟି ରାଜନୈତିକ ଦଳକୁ ଏହି ବୈଠକକୁ ଆମନ୍ତ୍ରଣ କରାଯାଇଛି। ଉଭୟ ପାୱାର ଓ ସିହ୍ନାଙ୍କ ସଭାପତିତ୍ବରେ ବୈଠକ ହେବ। ଯଶୱନ୍ତ ସିହ୍ନାଙ୍କ ଦ୍ବାରା ୨୦୧୮ରେ ଗଠିତ ରାଷ୍ଟ୍ରମଞ୍ଚ ପକ୍ଷରୁ ଏହି ନିମନ୍ତ୍ରଣ ପଠାଯାଇଛି। ବୈଠକକୁ ଆରଜେଡି ନେତା ମନୋଜ ଝା, ଏସ୍ପି ନେତା ଘନଶ୍ୟାମ ତିୱାରୀ, ଆପ୍ ନେତା ସଂଜୟ ସିଂହ, କଂଗ୍ରେସ ନେତା କପିଲ ସିବଲ ପ୍ରମୁଖଙ୍କୁ ଡକାଯାଇଛି। ତେବେ ଉଭୟ ସିବଲ ଏବଂ ଝା ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଅନ୍ୟପକ୍ଷରେ ନିକଟରେ ତାମିଲନାଡ଼ୁରେ କ୍ଷମତାକୁ ଆସିଥିବା ଡିଏମ୍କେ ଏହି ଆମନ୍ତ୍ରଣ ପାଇନାହିଁ ବୋଲି କହିଛି। ୨୦୨୪ ସାଧାରଣ ନିର୍ବାଚନରେ ମୋଦୀଙ୍କୁ ଟକ୍କର ଦେବାପାଇଁ ଜଣେ ମିଳିତ ପ୍ରାର୍ଥୀଙ୍କୁ ବାଛିବା ସଂପର୍କରେ ଏହି ବୈଠକରେ ଆଲୋଚନା ହୋଇପାରେ। ୟୁପିରେ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପିର ବିକଳ୍ପ ସୃଷ୍ଟି ପାଇଁ କସରତ ହୋଇପାରେ।

ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ପାୱାରଙ୍କୁ ଆଜି ଭେଟିବା ପରେ ବିରୋଧୀଙ୍କ ବୈଠକ ଖବର ପଦାକୁ ଆସିଛି। ତେବେ ବିଜେପି ବିରୋଧରେ ତୃତୀୟ ସାମ୍ମୁଖ୍ୟ ଗଠନ ନିଷ୍ଫଳ ଉଦ୍ୟମ ବୋଲି ସେ କହିଛନ୍ତି। ଆସନ୍ତାକାଲି ପାୱାରଙ୍କ ନେତୃତ୍ବରେ ହେଉଥିବା ବୈଠକରେ ସେ ଯୋଗଦେବେନାହିଁ ବୋଲି ସ୍ପଷ୍ଟ କରିଛନ୍ତି।୨୪ରେ ଏଆଇସିସି ବୈଠକଆସନ୍ତା ୨୪ ତାରିଖରେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ବୈଠକ ଡାକିଛନ୍ତି ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି। ଏଥିରେ ସାଧାରଣ ସମ୍ପାଦକ ଏବଂ ପିସିସି ମୁଖ୍ୟମାନଙ୍କୁ ଯୋଗଦେବା ପାଇଁ କୁହାଯାଇଛି। କରୋନା ପରିପ୍ରେକ୍ଷୀରେ ଏହି ବୈଠକ ଭର୍ଚୁଆଲ ମୋଡ୍ରେ ହେବ। ବର୍ଦ୍ଧିତ ପେଟ୍ରୋଲ, ଡିଜେଲ ଦର ଠାରୁ ଆରମ୍ଭ କରି ଜୁଲାଇରେ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ଦଳର ରଣନୀତି ସଂପର୍କରେ ମାନସମନ୍ଥନ ହୋଇପାରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ