Masthead

ଟିକାକରଣରେ ନୂଆ ରେକର୍ଡ଼, ଦିନକରେ ୮୩ଲକ୍ଷ ଟିକାକରଣ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଗତକାଲି ଠାରୁ ସାରା ଭାରତରେ ଆରମ୍ଭ ହୋଇଛି ମହାମାରୀ ବିରୋଧରେ ଟୀକାକରଣ ପାଇଁ ନୂଆ ନୀତି । ଏହି ନୂଆ ଟୀକା ନୀତି ପରେ ଭାରତରେ ଟିକାକରଣରେ ସୃଷ୍ଟି ହୋଇଛି ନୂଆ ରେକର୍ଡ଼ । ଗତକାଲି ଗୋଟିଏ ଦିନରେ ୮୩ ଲକ୍ଷ ଲୋକ ଟିକା ନେଇଛନ୍ତି । ଯାହାକି ଭାରତରେ ନୂଆ ରେକର୍ଡ଼ ସୃଷ୍ଟି କରିଛି । ଭାତରରେ ଗୋଟିଏ ଦିନରେ ଏତେ ସଂଖ୍ୟକ ଟିକାକରଣ ହେବା ପ୍ରଥମ ଘଟଣା । ଏପ୍ରିଲ ୫ରେ ଦେଶରେ ସର୍ବାଧ୍ଚଳ ୪୩ ଲକ୍ଷ ଡ଼ୋଜ୍ ଟିକାକରଣ ହୋଇଥିଲା କିନ୍ତୁ ଜୁନ ୨୧ରେ ଟିକାକରଣ ଏହି ରେକର୍ଡ଼କୁ ଭାଙ୍ଗି ଦେଇଛି ।

ଏହି ରେକର୍ଡ଼ ସଂଖ୍ୟକ ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି । ଏଥିସହ ସେ ୱେଲଡ଼ନ ଇଣ୍ଡିଆ ବୋଲ ଟ୍ୱିଟ୍ କରି କହିଛନ୍ତି । ଏହାସହ ସେ କହିଛନ୍ତି, ଆଜିର ରେକର୍ଡ଼ ଟିକାକରଣ ବେଶ ପ୍ରସଂଶନୀୟ । ଟିକା ହେଉଛି କରୋନା ବିରୋଧୀ ଲଢେଇରେ ଆମର ସବୁଠାରୁ ବଡ଼ ଅସ୍ତ୍ର । ଯେଉଁମାନେ ଟିକା ନେଇଛନ୍ତି ସେମାନଙ୍କୁ ଶୁଭେଚ୍ଛା । ଏତେ ସଂଖ୍ୟକ ଲୋକଙ୍କୁ ଟିକାର ଡ଼ୋଜ୍ ଦେବାକୁ ଅକ୍ଳାନ୍ତ ପରିଶ୍ରମ କରିଥିବା ସମସ୍ତ କୋଭିଡ଼ ଯୋଦ୍ଧାଙ୍କୁ ସଲାମ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ