Masthead

ମଦ ଦୋକାନ ଖୋଲାଯିବାକୁ ନେଇ ବିରୋଧ

ଭଦ୍ରକ (ବଡ଼ ଖବୁ ବ୍ୟୁରୋ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତଥା ବାଂଶଡା ଥାନା ଅଧିନ ଘଣ୍ଟେଶ୍ୱର ବଜାର ମଧ୍ୟରେ ଏକ ସରକାରୀ ବିଦେଶୀ ମଦ ଦୋକାନ ଖୋଲାଯିବାକୁ ନେଇ ତିବ୍ର ବିରୋଧ କରାଯାଇଛି । ବଜାର ମଧ୍ୟରୁ ମାତ୍ର ୫୦ ମିଟର ଦୂରତା ମଧ୍ୟରେ ଏହି ମଦ ଦୋକାନ ଖୋଲାଯିବାକୁ ପ୍ରଶାସନିକ ସ୍ତରରେ ସମସ୍ତ କାଗଜପତ୍ର କାମ ସରିଥିବା ବେଳେ ଦିନେ ଦୁଇ ଦିନ ମଧ୍ୟରେ ଖୋଲିବ ବୋଲି ପ୍ରାକ୍ ସୂଚନା ମଧ୍ୟ ମିଳିଛି । ଏନେଇ ମଦ ଦୋକାନୀ ପକ୍ଷରୁ ଆଗୁଆ ଷ୍ଟକ୍ ମଧ୍ୟ ଆସି ସାରିଛି । ପଂଚାୟତର ସରପଂଚ ସୁରେଶ୍ୱରୀ ସାହୁଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ ବିବେକାନନ୍ଦ ଦିକ୍ଷୀତ, ବିଜେପି ମହିଳା ମୋର୍ଚ୍ଚାର ଜିଲ୍ଲା ସମ୍ପାଦିକା ମାଳତୀଲତା ସାହୁ, ସୁବାଶ ଦାସ ଓ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ଶତାଧିକ ସଭ୍ୟା ଜିଲ୍ଲାପାଳଙ୍କୁ ଚରମ ପତ୍ର ଲେଖିଥିବା ଜଣାଯାଇଛି ।

ଯେଉଁ ସ୍ଥାନରେ ମଦ ଦୋକାନ ଖୋଲାଯାଉଛି ନିକଟରେ ପୋଷ୍ଟ ଅଫିସ୍, ୟୁକୋ ବ୍ୟାଙ୍କ, ସତ୍ୟସାଇ ମନ୍ଦିର, ପ୍ରଜାପିତା ବ୍ରହ୍ମକୁମାରୀ ଶିକ୍ଷାକେନ୍ଦ୍ର, ସେବା ସମବାୟ ସମିତି, ୨୦ରୁ ଉର୍ଦ୍ଧ ପରିବାର ଲୋକଙ୍କ ଘର ସମେତ ଦୁଇଟି ପଂଚାୟତ ଅଧିବାସୀଙ୍କ ଯାତାୟତର ମୁଖ୍ୟ ରାସ୍ତା ରହିଛି । ଶହ ଶହ ଛାତ୍ରଛାତ୍ରୀ ଏହି ବାଟ ଦେଇ ଯାତାୟତ କରନ୍ତି । ସତ୍ୟସାଇ ମନ୍ଦିରରେ ଆଖପାଖ ଅଂଚଳର ଶହ ଶହ ସାଇ ପ୍ରେମୀ ଆଶ୍ରିତ ହୋଇଥାନ୍ତି । କେତେକ ଅସାଧୁ ଛାମୁଆ ନେତା ଓ ତଥାକଥିତ ସାମାଜିକ କର୍ମୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନୀ ଏପରି ଅଦମ୍ୟ ସାହସ କରିଥିବା ଚର୍ଚ୍ଚା ହେଉଛି । ରାଜ୍ୟ ସରକାର ରାଜସ୍ୱ ଆଦାୟ ଲକ୍ଷ୍ୟରେ ଜନବସତି ମଧ୍ୟରେ ମଦ ଦୋକାନ ଖୋଲାଯିବା କେବଳ ଯେ ପୁରୁଷ ସମାଜକୁ କ୍ଷତିଗ୍ରସ୍ଥ କରୁଛି ତାହାନୁହେଁ ବରଂ ନାରୀ ସମାଜକୁ ଅସମ୍ମାନ କରୁଥିବା କୁହାଯାଉଛି ।

ମାଆକୁ ସମ୍ମାନ ଓ ଗାଁକୁ କାମ ଯୋଗାଇ ଦେବାର ନାରାଦେଇ ରାଜ୍ୟ ନବୀନ ସରକାର ବିଗତ ୨୧ ବର୍ଷ ଧରି ଶାସନ ଚଳାଇଛନ୍ତି । ଘଣ୍ଟେଶ୍ୱରରେ ସ୍ୱାସ୍ଥ୍ୟ ସେବା ଓ ପଶୁ ସେବା ବିପର୍ୟ୍ୟସ୍ଥ ହୋଇଥିବା ବେଳେ ମଦ ଦୋକାନ ଖୋଲି ପ୍ରଶାସନ କଟା ଘା’ରେ ଚୂନ ମାରୁଥିବା ଆଲୋଚନା ହେଉଛି । ମହିଳାମାନଙ୍କ ବିରୋଧ ଆରମ୍ଭ ହୋଇଛି ଆଗାମି ଦିନରେ ପ୍ରଶାସନକୁ ବହୁ ମୁଲ୍ୟ ଦେବା ସହିତ ଆଇନ୍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ହେବା ବଡ ମୁସ୍କିଲି ହେବାର ସମ୍ଭାବନାକୁ ଏଡେଇ ଦିଆଯାଇନପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 ଆସନ୍ତା ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା 🔴 ଟଳିଲେ ଆଉ ୨ ଆତଙ୍କୀ 🔴 ଋଷରେ ତୀବ୍ରତର ଭୂମିକମ୍ପ ପରେ ସୁନାମିର ଭୟ 🔴 ପ୍ରଳୟ-୬ ମିସାଇଲର ସଫଳ ପରୀକ୍ଷଣ 🔴 ବଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ 🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 ଆସନ୍ତା ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା 🔴 ଟଳିଲେ ଆଉ ୨ ଆତଙ୍କୀ 🔴 ଋଷରେ ତୀବ୍ରତର ଭୂମିକମ୍ପ ପରେ ସୁନାମିର ଭୟ 🔴 ପ୍ରଳୟ-୬ ମିସାଇଲର ସଫଳ ପରୀକ୍ଷଣ 🔴 ବଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ