Masthead

ଓପିଏସସି ୨୦୨୦ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୂବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ ୨୦୨୦ ପାଇଁ ବିଜ୍ଞପ୍ତି । ମୋଟ ୩୯୨ଟି ପଦବି ପାଇଁ ଫେବୃଆରୀ ୧୨ ତାରିଖରୁ ୧୮ ତାରିଖ ଭିତରେ ଆବେଦନ କରିପାରିବେ ଆଶାୟୀ । ଏନେଇ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିମଧ୍ୟରୁ ୧୨୮ଟି ପଦବି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ବାଲେଶ୍ୱର, କଟକ, ବ୍ରହ୍ମପୁର, ଭୂବନେଶ୍ୱର ଓ ସମ୍ବଲପୁରରେ ପରୀକ୍ଷା କେନ୍ଦ୍ର କରାଯିବାର ବ୍ୟବସ୍ଥା କରାଯାଇଛି ।

ଆବେଦନକାରୀଙ୍କ ବୟସ ୨୧ରୁ ୩୨ ବର୍ଷ ଭିତରେ ହୋଇଥିବା ଆବଶ୍ୟକ । ପରୀକ୍ଷାର୍ଥୀ ଯେ କୌଣସି ବିଷୟରେ ସ୍ନାତକ ହାସଲ କରିଥିବା ଆବଶ୍ୟକ । ଆବେଦନ ପାଇଁ ଦେୟ ୫୦୦ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଅନୁସୁଚିତ ଜାତି,ଜନଜାତି ଓ ୪୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମଙ୍କ ପାଇଁ ଦେୟମୁକ୍ତ କରାଯାଇଛି । ଜଣେ ପ୍ରାର୍ଥୀ ସର୍ବାଧିକ ୪ଥର ପରୀକ୍ଷା ଦେଇପାରିବେ । ତେବେ ଅନୁସୁଚିତ ଜାତି, ଜନଜାତିଙ୍କ ପାଇଁ କିଛି ଏଥିରେ କଟକଣା ନାହିଁ ।

ଏହି ପରୀକ୍ଷାରେ କୃତକାର୍ଯ୍ୟହେଲେ ଓଡ଼ିଶା ପ୍ରଶାସନିକ ସେବା, ଓଡ଼ିଶା ଅର୍ଥନୀତିକ ସେବା, ଓଡ଼ିଶା ପୁଲିସ ସେବା, ଓଡ଼ିଶା କୋପରେଟିଭ୍ ସେବା, ଓଡ଼ିଶା ରାଜସ୍ୱ ସେବା, ଓଡ଼ିଶା ଟ୍ୟାକ୍ସେସନ୍ ଏବଂ ଆକାଉଣ୍ଟସ୍ ସର୍ଭିସେସରେ ଖାଲି ଥିବା ପଦ ପଦବୀରେ ନିଯୁକ୍ତ ହେବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ