Masthead

ଓପିଏସସି ୨୦୨୦ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୂବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ ୨୦୨୦ ପାଇଁ ବିଜ୍ଞପ୍ତି । ମୋଟ ୩୯୨ଟି ପଦବି ପାଇଁ ଫେବୃଆରୀ ୧୨ ତାରିଖରୁ ୧୮ ତାରିଖ ଭିତରେ ଆବେଦନ କରିପାରିବେ ଆଶାୟୀ । ଏନେଇ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିମଧ୍ୟରୁ ୧୨୮ଟି ପଦବି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ବାଲେଶ୍ୱର, କଟକ, ବ୍ରହ୍ମପୁର, ଭୂବନେଶ୍ୱର ଓ ସମ୍ବଲପୁରରେ ପରୀକ୍ଷା କେନ୍ଦ୍ର କରାଯିବାର ବ୍ୟବସ୍ଥା କରାଯାଇଛି ।

ଆବେଦନକାରୀଙ୍କ ବୟସ ୨୧ରୁ ୩୨ ବର୍ଷ ଭିତରେ ହୋଇଥିବା ଆବଶ୍ୟକ । ପରୀକ୍ଷାର୍ଥୀ ଯେ କୌଣସି ବିଷୟରେ ସ୍ନାତକ ହାସଲ କରିଥିବା ଆବଶ୍ୟକ । ଆବେଦନ ପାଇଁ ଦେୟ ୫୦୦ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଅନୁସୁଚିତ ଜାତି,ଜନଜାତି ଓ ୪୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମଙ୍କ ପାଇଁ ଦେୟମୁକ୍ତ କରାଯାଇଛି । ଜଣେ ପ୍ରାର୍ଥୀ ସର୍ବାଧିକ ୪ଥର ପରୀକ୍ଷା ଦେଇପାରିବେ । ତେବେ ଅନୁସୁଚିତ ଜାତି, ଜନଜାତିଙ୍କ ପାଇଁ କିଛି ଏଥିରେ କଟକଣା ନାହିଁ ।

ଏହି ପରୀକ୍ଷାରେ କୃତକାର୍ଯ୍ୟହେଲେ ଓଡ଼ିଶା ପ୍ରଶାସନିକ ସେବା, ଓଡ଼ିଶା ଅର୍ଥନୀତିକ ସେବା, ଓଡ଼ିଶା ପୁଲିସ ସେବା, ଓଡ଼ିଶା କୋପରେଟିଭ୍ ସେବା, ଓଡ଼ିଶା ରାଜସ୍ୱ ସେବା, ଓଡ଼ିଶା ଟ୍ୟାକ୍ସେସନ୍ ଏବଂ ଆକାଉଣ୍ଟସ୍ ସର୍ଭିସେସରେ ଖାଲି ଥିବା ପଦ ପଦବୀରେ ନିଯୁକ୍ତ ହେବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ