Masthead

ଆଜାଦ ହିନ୍ଦ ଫୌଜକୁ ୭୮ ବର୍ଷ

(ବଡ଼ ଖବର ବ୍ୟୁରୋ):   ତାରିଖ – ୨୧ ଅକ୍ଟୋବର ୧୯୪୩ । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଆଜାଦ ହିନ୍ଦ ଫୌଜ ଗଠନ କରାଯାଇଥିଲା । ଭାରତକୁ ସ୍ୱାଧୀନ କରିବା ଲାଗି ବିଶ୍ୱର ଶୀର୍ଷ ଶକ୍ତିମାନଙ୍କ ଦ୍ୱାରା ଏହା ଗଠନ କରାଯାଇଥିଲା । ଏହାର ନେତୃତ୍ୱ ନେଇଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ତେବେ ସୁଭାଷ ଚନ୍ଦ୍ର ବୋଷ ଜଣେ ଏପରି ନେତା ଥିଲେ ଯିଏକି ଇଁରେଜ ସହ କୌଣସି ପ୍ରକାର ବୁଝାମଣା କରିବାକୁ ଚାହୁଁନଥିଲେ । ତେବେ ନେତାଜୀ ଚାହୁଁ ନଥିଲେ ଭାରତ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସାମିଲ ହେଉ । ସେ ଇଂରେଜମାନଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିବାରୁ ସେମାନେ ତାଙ୍କୁ ଗିରଫ କରିଥିଲେ ।

ଗିରଫ କରି ଜେଲର କୋଠରୀ ଭିତରେ ରଖିଥିଲେ । କିନ୍ତୁ ନେତାଜୀ ଜେଲରେ ଅନଶନ ଆରମ୍ବ କରିଥିଲେ । ଏଭଳି ସ୍ଥିତିରେ ଇଂରେଜମାନେ ତାଙ୍କୁ ଜେଲରୁ ଛାଡି ତ ଦେଇଥିଲେ କିନ୍ତୁ ନଜରବନ୍ଦୀ କରି ରଖିଥିଲେ । ଏହି ସମୟରେ ନେତାଜୀ ଲୁଚିଛପି ଜର୍ମାନ ପଳାଇଥିଲେ । ନେତାଜୀ ଏକ ଫୌଜ ଗଠନ କଲେ । ପରେ ସେ ଦକ୍ଷିଣ ଏସିଆ ଆସି ପୁଣି ସେଠାରୁ ଜାପାନ ଗଲେ । ଜାପାନରୁ ନେତାଜୀ ସିଙ୍ଗାପୁର ଆସି ସେଠାରେ ଆଜାଦ ହିନ୍ଦ ନାମରେ ଏକ ଆସ୍ଥାୟୀ ସରକାର ଗଠନ କରିଥିଲେ । ଏହାର ନେତୃତ୍ୱ ମଧ୍ୟ ସେ ନେଇଥିଲେ । ଏପରିକି ନିଜକୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ବୋଲି ଘୋଷଣା କରିଥିଲେ ।

ସବୁଠାରୁ ବଡ କଥା ବ୍ରିଟିସ ଶାସନରୁ ଭାରତକୁ ମୁକ୍ତ କରିବା ଲାଗି ଘୋଷଣା ହୋଇଥିବା ଏହି ଆଜାଦ ହିନ୍ଦ ସରକରାକୁ ୯ଟି ଦେଶର ସମର୍ଥନ ରହିଥିଲା । ଜାପାନ, ଜର୍ମାନ, ଇଟାଲି, ଫିଲିପାଇନ୍ସ, କ୍ରୋଏସିଆ,ଥାଇଲାଣ୍ଡ,ବର୍ମା ଏବଂ ମାଂଚୁକୋ ଭଳି ଦେଶ ଆଜାଦ ହିନ୍ଦ ସରକାରକୁ ସମର୍ଥନ କରିଥିଲେ । ୧୯୪୪ରେ ଆଜାଦ ହିନ୍ଦ ଇଂରେଜମାନଙ୍କ ବିରୋଦ୍ଦରେ ଭୟଙ୍କର ଯୁଦ୍ଧ ଲଢିଥଲା ।

୨୨ ଡିସେମ୍ବର ୧୯୪୪ ରେ ସହିଦ ଦିବସ ପାଳନ ସମୟରେ ସୁଭାଷ ଚନ୍ଦ୍ର ବୋଷ ସୈନିକମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ‘ତମେ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି’ । କିନ୍ତୁ ଦ୍ବିତୀୟ ବିଶ୍ୱଯୁଦ୍ଧ ସମୟରେ ସବୁ କିଛି ଓଲଟପାଲଟ ହୋଇଯାଇଥିଲା । ଆମେରିକା ୬ ଓ ୯ ଅଗଷ୍ଟରେ ଜାପାନର ଦୁଇ ସହର ଉପରେ ପରମାଣୁ ବୋମା ପକାଇଥିଲା । ସେଥିରେ ଦୁଇ ଲକ୍ଷରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ । ପରେ ଜାପାନ ଆତ୍ମସମର୍ପଣ କରିଥିଲା ।

ଜାପାନ ଆତ୍ମସମର୍ପଣ କରିବା ପରେ ଆଜାଦ ହିନ୍ଦ ଫୌଜ ଦୁର୍ବଳ ହୋଇପଡିଥିଲା । ଇଂରେଜମାନେ ସୁଭାଷ ଚନ୍ଦ୍ର ବୋଷଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବା ଲାଗି ଯୋଜନା ପ୍ରସ୍ତୁତ କରିଥିଲେ । ଦେଶ ସ୍ୱାଧୀନ ହେଲା ସତ, କିନ୍ତୁ ନେତାଜୀଙ୍କ ଆଉ ଖୋଜ ଖବର ମିଳିଲା ନାହିଁ । ଏକ ବିମାନ ଦୁର୍ଘଟଣାରେ ନେତାଜୀଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ଗୃହ ବିଭାଗ ଦେଶବାସୀଙ୍କୁ ଅବଗତ କରାଇଥଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼