Masthead

କୋଭିସିଲ୍ଡର ମାରାତ୍ମକ ସାଇଡ ଇଫେକ୍ଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କୋଭିଡ ଟିକାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା କମ୍ପାନୀ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡକୁ ନେଇ କୋର୍ଟରେ ଏକ ମାମଲା ଚାଲିଥିଲା । ଏହି ଭାକ୍ସିନରେ ପାଶ୍ୱର୍ପ୍ରତିକ୍ରିୟା ଥିବା ନେଇ କୋର୍ଟରେ ଚାଲିଥିଲା ମାମଲା ।ଶେଷରେ ୪ ବର୍ଷ ଲଢେଇ ପରେ କୋର୍ଟରେ ସତ ମାନିଛି ଆଷ୍ଟ୍ରାଜେନିକା କମ୍ପାନୀ । ଏହାକୁ ପ୍ରସ୍ତୁତ କରିଥିବା ବ୍ରିଟିଶ ଫାର୍ମା କମ୍ପାନି ଆଷ୍ଟ୍ରାଜେନେକା ବ୍ରିଟେନର ହାଇକୋର୍ଟରେ ସ୍ୱୀକାର କରିଛି ଯେ କୋଭିଡ ଟିକାରେ ବିରଳ ପାର୍ଶ୍ୱପ୍ରତିକ୍ରିୟା ରହିଛି ।

ଅଦାଲତରେ ଦାଖଲ କରିଥିବା ନିଜ ଦସ୍ତାବିଜରେ କମ୍ପାନି ପ୍ରଥମ ଥର ପାଇଁ ଖୁଲାସା କରିଛି ଯେ କୋଭିଡ-୧୯ ଟିକା ଦ୍ୱାରା ଟିଟିଏସ୍ (ଥ୍ରମ୍ବୋସିସ୍ ୱିଥ୍ ଥ୍ରମ୍ବୋସାଇଟୋପେନିଆ ସିଣ୍ଡ୍ରୋମ୍)’ ଭଳି ବିରଳ ପାଶ୍ୱର୍ପ୍ରତିକ୍ରିୟା ଦେଖାଦେଇପାରେ । ଯାହା ମସ୍ତିଷ୍କାଘାତ ଓ ହୃଦଘାତର କାରଣ ସାଜିପାରେ । ଶରୀରରେ ରକ୍ତଜମାଟ, ହୃଦଘାତ , ମସ୍ତିଷ୍କ ଘାତ ଭଳି ସମସ୍ୟା ଦେଖାଦେଇପାରେ ବୋଲି ସ୍ୱୀକାର କରିଛି ଆଷ୍ଟ୍ରାଜେନିକା । ଫାର୍ମା କମ୍ପାନି ଆଷ୍ଟ୍ରାଜେନେକା ନିଜ ଟିକାକୁ ଅନେକ ଦେଶରେ କୋଭିସିଲ୍ଡ ଏବଂ ଭାକ୍ସଜେଭ୍ରିଆ ବ୍ରାଣ୍ଡ୍ ନାମରେ ବିକ୍ରି କରିଥିଲା । କରୋନା ଭୂତାଣୁରୁ ସୁରକ୍ଷା ନିମନ୍ତେ ଭାରତରେ ବହୁଳ ଭାବେ କୋଭିସିଲ୍ଡ ଟିକା ବ୍ୟବହୃତ ହୋଇଥିଲା । ଏବେ ଏଥିରେ ଟିଟିଏସ୍ ପାଶ୍ୱର୍ପ୍ରତିକ୍ରିୟା ଥିବା ନେଇ ଜଣାପଡ଼ିଛି ।

ଟିଟିଏସ୍ ପ୍ରଭାବରେ ଶରୀରରେ ରକ୍ତ ଜମାଟ ବାନ୍ଧିବା ସ୍ଥିତି ଉପୁଜିଥାଏ । ଏହାକୁ ‘ବ୍ଲଡ୍ କ୍ଲଟ୍’ କୁହାଯାଏ । ବ୍ଲଡ୍ କ୍ଲଟ୍ ଯୋଗୁ ମସ୍ତିଷ୍କାଘାତ ଓ ହୃଦ୍ଘାତ ଭଳି ଆଶଙ୍କା ବଢ଼ିଯାଏ । ଏହାବ୍ୟତୀତ ଏହି ସିଣ୍ଡ୍ରୋମ୍ ଶରୀରରେ ପ୍ଲେଟ୍ଲେଟ୍ସ କମିବାର କାରଣ ସାଜିପାରେ । ଜେମି ସ୍କଟ୍ ନାମକ ଜଣେ ବ୍ୟକ୍ତି ଏହି ଘଟଣାରେ ବ୍ରିଟେନ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଷ୍ଟ୍ରାଜେନେକାର କୋଭିଡ ଟିକା ନେବା ପରେ ସେ ‘ବ୍ରେନ୍ ଡ୍ୟାମେଜ୍’ର ଶିକାର ହୋଇଥିବା କହିଥିଲେ । ଏହାଛଡ଼ା ଅନ୍ୟ କେତେକ ଲୋକ ମଧ୍ୟ ଅଦାଲତରେ ଏହାକୁ ନେଇ ଅଭିଯୋଗ କରିଥିଲେ । ଟିକା ନେବା ପରେ ସେମାନେ ପାଶ୍ୱର୍ପ୍ରତିକ୍ରିୟାର ଶିକାର ହୋଇଥିବା କହିଥିଲେ । ବର୍ତ୍ତମାନ ସେମାନେ ଏହାକୁ ନେଇ କମ୍ପାନି ଆଷ୍ଟ୍ରାଜେନେକାଠାରୁ କ୍ଷତିପୂରଣ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ