Masthead

ମହଙ୍ଗା ହେଲା ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ ଦାମରେ ଲାଗୁନି ରୋକ । ପୁଣି ଏଲପିଜିର ଦାମ ବଢ଼ିଛି । ବିନା ସବସିଡିଯୁକ୍ତ ସିଲିଣ୍ଡର ପିଛା ଦାମ ୨୫ ଟଙ୍କା ମହଙ୍ଗା ହୋଇଛି । ଦେଶର ରାଜଧାନୀ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ପ୍ରତି ଦାମ ୮୩୪ ଟଙ୍କା ହୋଇଛି । ପୂର୍ବରୁ ଦାମ୍ ୮୦୯ ଟଙ୍କା ଥିଲା । ଏପ୍ରିଲ ମାସରେ ୧୦ ଟଙ୍କା ଶସ୍ତା ହୋଇଥିଲା ବିନା ସବସିଡିଯୁକ୍ତ ସିଲିଣ୍ଡର ଦାମ୍ । ତେବେ ମେ ଓ ଜୁନରେ ବଢ଼ି ନଥିଲା ।

ସେହିପରି କୋଲକାତାରେ ବର୍ଦ୍ଧିତ ଦର ଲାଗୁ ପରେ ଏଲପିଜି ସିଲିଣ୍ଡର ଦାମ୍ ୮୬୧ ଓ ମୁମ୍ବାଇରେ ୮୩୪ରୁ ୮୫୦ ଟଙ୍କାରେ ବିକ୍ରି ହେଉଛି । ଦିଲ୍ଲୀର ଚଳିତବର୍ଷ ଏଲପିଜି ସିଲିଣ୍ଡର ଦାମରେ ୧୩୮ ଟଙ୍କା ବୃଦ୍ଧି ହୋଇଛି । ଚଳିତବର୍ଷ ଜାନୁଆରୀ ୧ ତାରିଖରେ ଦାମ୍ ଥିଲା ୬୯୪ ଟଙ୍କା । ଆଜି ୮୩୪ ଟଙ୍କାରେ ପହଞ୍ଚିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା