ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆତଙ୍କବାଦୀଙ୍କୁ ପୋସୁଥିବା କାଙ୍ଗାଳ ପାକିସ୍ତାନ ଏବେ ସାଉଦି ଆରବକୁ ଭରସା କରିଛି । ବିଶ୍ୱ ମୁଦ୍ରାପାଣ୍ଠି ଋଣ ଦେଉନଥିବାରୁ ପାକିସ୍ତାନ ଅବସ୍ଥା ଦିନକୁ ଦିନ ସାଙ୍ଘାତିକ ହେବାରେ ଲାଗିଛି । ଯଦି ସାଉଦି ଆରବ ସହଯୋଗର ହାତ ନ ବଢାଏ, ତେବେ ପାକିସ୍ତାନର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡିବ । କାଙ୍ଗାଳ ପାକିସ୍ତାନ ଏବେ ସାଉଦି ଆରବ ପାଖରେ ହାତ ପାତିଛି । ୨ବିଲିୟନ ଆମେରିକୀୟ ଡଲାର ଏସିଆନ୍ ଇନଫ୍ରାଷ୍ଟ୍ରକ୍ଚର ବ୍ୟାଙ୍କରେ ୨ବିଲିୟନ ଆମେରିକୀୟ ଡଲାର ଜମାକଲେ ପାକିସ୍ତାନ ବିଶ୍ୱ ମୁଦ୍ରାପାଣ୍ଠିରୁ ୯୫୦ ବିଲିୟନ୍ ଆମେରିକୀୟ ଡଲାର ଋଣ ଉଠାଇ ପାରିବ ।

ଅବଶ୍ୟ ଏହି ଋଣ ମଞ୍ଜୁର ପାଇଁ ବିଶ୍ୱ ମୁଦ୍ରାପାଣ୍ଠି ଏକ ସର୍ତ୍ତ ରଖିଛି । ସାଉଦୀ ଆରବ ଟଙ୍କା ଜମା କଲେ ମଧ୍ୟ ପାକିସ୍ତାନ ଋଣ ଉଠାଇ ପାରିବ ନାହିଁ । ସେଥିପାଇଁ ତାକୁ ଷ୍ଟାଫ୍ ଲେଭଲ ଏଗ୍ରିମେଣ୍ଟରେ ଦସ୍ତଖତ କରିବାକୁ ପଡିବ । ପାକିସ୍ତାନ ଉତ୍କଣ୍ଠାର ସହ ଚାହିଁଥିଲା ବିଶ୍ୱ ମୁଦ୍ରାପାଣ୍ଠି ବା ଆଇଏମ୍ଏଫରୁ ୧.୧ ବିଲିୟନ୍ ଆମେରିକୀୟ ଡଲାର ପାଇଯିବ । ମାତ୍ର ଆଇଏମଏଫର କିଛି ସର୍ତ୍ତ ପାକିସ୍ତାନ ସରକାର ପାଳନ କରୁନଥିବାରୁ ଏହି ଆଶା ଧୂଳିସାତ୍ ହୋଇଯାଇଛି । ଆଇଏମଏଫ୍ ସହ ଡିଲ କରୁଥିବା ପାକିସ୍ତାନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସାଉଦି ଆରବ ଟଙ୍କା ଜମା କଲେ ବିଶ୍ୱ ବ୍ୟାଙ୍କରୁ ଋଣ ମିଳିଯିବ । ବିଶ୍ୱ ବ୍ୟାଙ୍କର ଅନୁବନ୍ଧିତ ଏସିଆନ୍ ଇନଫ୍ରାଷ୍ଟ୍ରକ୍ଚର ଇନଭେଷ୍ଟ ବ୍ୟାଙ୍କ ବା ଏଆଇଆଇବି ସାଉଦି ଆରବଠାରୁ ୨ବିଲିୟନ ଆମେରିକୀୟ ଡଲାର ଜମା ରଖିବା ପରେ ପାକିସ୍ତାନକୁ ୯୫୦ ମିଲିୟନ୍ ଆମେରିକୀୟ ଡଲାର ଋଣ ଦେବା ପାଇଁ ବିଶ୍ୱ ବ୍ୟାଙ୍କକୁ ପ୍ରସ୍ତାବ ଦେଇପାରିବ ।

ମାତ୍ର ଏଆଇଆଇବିର ପ୍ରସ୍ତାବକୁ ବିଶ୍ୱ ବ୍ୟାଙ୍କ ଗ୍ରହଣ କରିନପାରେ । ବିଶ୍ୱ ବ୍ୟାଙ୍କର ସମସ୍ତ ସର୍ତ୍ତ ପାକିସ୍ତାନ ପାଳନ କଲେ ଋଣ ପାଇପାରିବ । ବିଶ୍ୱ ବ୍ୟାଙ୍କରେ ଅଧିକ ପୁଞ୍ଜି ଜମା ରଖିଥିବା ଦେଶଗୁଡିକ ପାକିସ୍ତାନକୁ ଋଣ ଦେବା ସପକ୍ଷରେ ନାହାନ୍ତି । ସେମାନେ ଚାହାନ୍ତି ଷ୍ଟାଫ୍ ଲେଭଲ ଏଗ୍ରିମେଣ୍ଟ । ପୂର୍ବରୁ ପାକିସ୍ତାନ ଋଣ ନେଇ ଚୁକ୍ତି ଖିଲାଫ କରିଥିବାରୁ ବିଶ୍ୱ ବ୍ୟାଙ୍କ ମଧ୍ୟ ଋଣ ଦେବା ସପକ୍ଷରେ ନାହିଁ । ବର୍ତ୍ତମାନ ପରିସ୍ଥିତିରେ ବିଭିନ୍ନ ପ୍ରସଙ୍ଗ ନେଇ ଚାଇନା ଓ ଆମେରିକା ମୁହାଁମୁହିଁ ସ୍ଥିତିରେ । ଏହା ପାକିସ୍ତାନ ପାଇଁ ବିରାଟ ସମସ୍ୟା ସୃଷ୍ଟି କରିଛି । ନିଜ ଦେଶର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ କୁଟନୈତିକ ସ୍ତରରେ ଆଲୋଚନା କରି ପାକିସ୍ତାନ ଆମେରିକା ଓ ଚାଇନାର ଷ୍ଟାଫ୍ ଲେଭଲ ଏଗ୍ରିମେଣ୍ଟ କରିପାରୁ ନାହିଁ । ଗତ ସପ୍ତାହରେ ପାକିସ୍ତାନ ଅର୍ଥମନ୍ତ୍ରୀ ଇସାକ୍ ଦର କହିଛନ୍ତି ଚୀନଠାରୁ ୧.୩ ବିଲିୟନ୍ ଆମେରିକୀୟ ଡଲାର ଖୁବଶୀଘ୍ର ମିଳିବ । ଦେଶରେ ୧୭ରୁ ୧୮ ପ୍ରତିଶତ ଜିଏସଟି ବଢାଇ ପାକିସ୍ତାନ ୧୭୦ ବିଲିୟନ୍ ଆମେରିକୀୟ ଡଲାର ରାଜସ୍ୱ ଆକାରରେ ସଂଗ୍ରହ କରିଛି ।

୭ ବିଲିୟନ୍ ଆମେରିକୀୟ ଡଲାର ଋଣ ସୁବିଧାରୁ ୧.୧ ବିଲିୟନ୍ ଆମେରିକୀୟ ଡଲାର ବିଶ୍ୱ ବ୍ୟାଙ୍କରୁ ପାଇବା ପାଇଁ ପାକିସ୍ତାନ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ବିଫଳ ହୋଇଛି । ବିଦ୍ୟତ୍ ୟୁନିଟ୍ ପିଛା ୭ଟଙ୍କା, ପାୱାର ସରଚାର୍ଜ ୟୁନିଟ୍ ପିଛା ୩ଟଙ୍କା ୮୨, ଜାଳେଣି ଗ୍ୟାସ ଦର ବୃଦ୍ଧି, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଭଳି ୩୦୦ କଠୋର ଆଭିମୁଖ୍ୟ ଗ୍ରହଣ କରିବା ପରେ ଦେଶର ଅର୍ଥନୀତି ୧୭ରୁ ୨୦ ପ୍ରତିଶତକୁ ବୃଦ୍ଧି ପାଇଛି । ବିବାଦର ସମାଧାନ ପାଇଁ ପାକିସ୍ତାନ ଓ ଆଇଏମ୍ଏଫ୍ ମଧ୍ୟରେ ଭର୍ଚୁଆଲରେ ଦୀର୍ଘ ୧୦ଦିନ ଧରି ଆଲୋଚନା ଚାଲିଥିଲା । ୧.୧ ବିଲିୟନ୍ ଆମେରିକା ଡଲାର ପାଇବା ପାଇଁ ଜାନୁଆରୀ ୩୧ରୁ ଫେବୃଆରୀ ୯ ପର୍ଯ୍ୟନ୍ତ ଚାଲିଥିବା ଆଲୋଚନା ବିଫଳ ହୋଇଛି ।

Leave a Reply

Your email address will not be published. Required fields are marked *