ସିସୋଦିଆଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଛନ୍ତି କେଜ୍ରିୱାଲ: ମନୋଜ ତିୱାରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବେ ତିହାର ଜେଲରେ । ତାଙ୍କ ଗିରଫକୁ ନେଇ ଚାରିଆଡ଼େ ଲାଗି ରହିଛି ଅସନ୍ତୋଷ । ଏପରିକି କେନ୍ଦ୍ର ସରକାର ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଦୁରୂପଯୋଗ କରୁଛନ୍ତି ବୋଲି ଅଭିଯୋଗ କରି ବିରୋଧୀ ଦଳର ୯ ଜଣ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ । ତେବେ ଏହା ମଧ୍ୟରେ ଏହି ମାମଲାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ବିଜେପି ନେତା ମନୋଜ ତିୱାରୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ଆବାହକ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଏକ ବଡ଼ ବୟାନ ଦେଇଛନ୍ତି ।

କେଜ୍ରିୱାଲଙ୍କ ରହସ୍ୟର ଖୁଲାସାକୁ ରୋକିବା ପାଇଁ ସିସୋଦିଆଙ୍କ ହତ୍ୟା ଷଡ଼ଯନ୍ତ୍ର ରଚାଯାଇଥିବା ମନୋଜ ପ୍ରଶ୍ନ କରିଛନ୍ତି । ସିସୋଦିଆଙ୍କ ପ୍ରତି ବିଜେପି ତରଫରୁ ବିପଦ ରହିଥିବା ନେଇ ଧାରଣା ସୃଷ୍ଟି କରାଯାଉଥିବା ମଧ୍ୟ ସେ କହିଛନ୍ତି । ଏହା ପୂର୍ବରୁ ଜେଲ ମଧ୍ୟରେ ସିସୋଦିଆଙ୍କୁ ହତ୍ୟା ନେଇ ଆଶଙ୍କା ବ୍ୟକ୍ତ କରିଥିଲା ଆପ । ଆପ ପ୍ରବକ୍ତା ସୌରଭ ଭରଦ୍ୱାଜ ବିଜେପିକୁ ଟାର୍ଗେଟ କରି କହିଥିଲେ, ସିସୋଦିଆଙ୍କୁ ଜେଲ ପଠାଇବା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ରହିଛି । ସିସୋଦିଆଙ୍କୁ ତିହାର ଜେଲ ନମ୍ବର ୧ରେ ରଖାଯାଇଛି । ସେଠାରେ ହିଂସ୍ରକ ଓ ଭୟଙ୍କର ଅପରାଧୀଙ୍କୁ ରଖାଯାଇଥାଏ । ଏପରିକି ସେହି ସ୍ଥାନରେ ଅପରାଧୀଙ୍କ ଇସାରାରେ କାହାକୁ ବି ହତ୍ୟା କରାଯାଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ