Masthead

ପାକିସ୍ତାନ କେତେ ଟଙ୍କାରେ କୋଭିଡ ଟିକା କିଣିବ ଜାଣନ୍ତି…

ଇସଲାମବାଦ (ବଡ଼ ଖବର): ପାକିସ୍ତାନର ଡ୍ରଗ୍ସ ନିୟନ୍ତ୍ରଣ ଆୟୋଗର ପ୍ରସ୍ତାବକୁ ଦେଶର କ୍ୟାବିନେଟ ମଂଜୁର କରିଛି । ଅତି ମୁଲ୍ୟବାନ କୋଭିଡ଼ ଟିକା କିଣିବା ପାଇଁ ଡ୍ରଗ ନିୟନ୍ତ୍ରଣ ଆୟୋଗ ପାକିସ୍ତାନ ସରକାରଙ୍କ ପ୍ରସ୍ତାବ ଦେଇଥିଲା । ଏହି ପ୍ରସ୍ତାବକୁ ସଂଘୀୟ କ୍ୟାବିନେଟ ମଂଜୁର ଦେଇଛି । ଋଷିଆ ନିର୍ମିତ ଭାକ୍ସିନକୁ ପାକିିସ୍ତାନ କିଣିବ । ପାକିସ୍ତାନ ଟଙ୍କାରେ ଏହି ୨ ଡ଼ୋଜ କରୋନା ଟିକାର ମୂଲ୍ୟ ୮୪୯୯ ଟଙ୍କା ।

ଏହା ସହ ଚୀନ ନିର୍ମିତ ଟିକାର ମୂଲ୍ୟ ୪୨୨୫ ଟଙ୍କା । ଋଷିଆ ଓ ଚାଇନା ନିର୍ମିତ ଟିକା କିଣିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ କ୍ୟାବିନେଟ ରବିବାର ମଂଜୁର କରିଛି । ବର୍ତ୍ତମାନ ପାକିସ୍ତାନରେ କୋଭିଡ଼ରେ ୩ୟ ଲହରୀ ଜାରୀ ରହିଛି । ପ୍ରତି ଦିନ ୩୪୦୦ ଶହରୁ ଅଧିକ ଲୋକେ ଆକ୍ରାନ୍ତ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୩୬୬୯ ନୂଆ ସଂକ୍ରମିତ ହୋଇଥିବାବେଳେ ୨୦ ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ଟିଭ ସଂଖ୍ୟା ୩୩,୦୭୦ ରହିଛି ।

ରବିବାର ସୁଧା ପଜେଟିଭ ରେସିଓ ୧.୪୩ ପ୍ରତିଶତ ରହିଛି । ସମଗ୍ର ପାକିସ୍ତାନରେ ୨୪୨୩ ଜଣ କରୋନା ଆକ୍ରାନ୍ତଙ୍କ ସ୍ଥିତି ସଂଗୀନ ଥିବା ସରକାରୀ ଭାବେ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା