Masthead

ଏକ୍ସଆଇଏମବି କ୍ୟାମ୍ପସ କାହିଁକି ସିଲ ହେଲା ପଢନ୍ତୁ..

କଟକ (ବଡ଼ ଖବର ବ୍ୟୁରୋ): ଦେଶରେ କରୋନା ମହାମାରୀ ହୋଇଛି ଉତ୍କଟ । ଅନ୍ୟପଟେ ରାଜ୍ୟରେ କୋରନା ସ୍ଥିତ ରହିଛି ଉପରମୁହାଁ। ଗତ ୩ଦିନ ହେଲା କଟକରୁ ଏକାଧିକ ଆକ୍ରାନ୍ତ ଚିହ୍ନଟ ହେବା କରୋନା ସ୍ଥିତିକୁ ଗମ୍ଭୀର କରିଥିଲା । ଫଳରେ ଟୁଇନସିଟିର କଟକ ପାଲଟିଛି ହଟସ୍ପଟ । କଟକରୁ ଆଜି ୨୫ ଜଣ ନୂଆ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୩୫ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନ ଏକ୍ସଆଇଏମବି କ୍ୟାମ୍ପସକୁ ସିଲ କରିଛି ଭୁବନେଶ୍ୱର ମହାନଗର ନିଗମ ।

ବହୁ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । କ୍ୟାମ୍ପସ ଭିତରୁ କେହି ଯେପରି ବାହାରକୁ ନଯାଆନ୍ତି ସେ ନେଇ କଡା ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବାହାରୁ କେହିବି ଯେପରି କ୍ୟାମ୍ପସକୁ ନଆସିବେ ସେନେଇ ମଧ୍ୟ ନିର୍ଦ୍ଦେଶ ଦେଇଛି ବିଏମସି । ଅନ୍ୟପଟେ ଶିକ୍ଷାନୁଷ୍ଠାନକୁ ଔଷଧ ଓ ଅନ୍ୟାନ ସାମଗ୍ରୀ ଯୋଗାଇ ଦେବ ବିଏମସି । ସେହିପରି କଲେଜର ସମସ୍ତ ଶିକ୍ଷାର୍ଥୀ ଓ ଶିକ୍ଷକଙ୍କର ଆଜି କୋଭିଡ ଟେଷ୍ଟ କରାଯିବ ବୋଲି କହିଛି ବିଏମସି ।

ସମସ୍ତ ଆକ୍ରାନ୍ତଙ୍କୁ ହଷ୍ଟେଲର ଏକ ରୁମରେ ଆଇସୋଲେସନରେ ରହିବାକୁ ଦିଆଯାଇଛି ନିର୍ଦ୍ଦେଶ । କଟକର ୨ଟି ଶିକ୍ଷାନୁଷ୍ଠାନରୁ ଏକାଧିକ ଶିକ୍ଷାର୍ଥୀ ଆକ୍ରାନ୍ତ ହୋଇଥିଲେ । ଯାହାକୁ ନେଇ ଚିନ୍ତାରେ ପଡିଛି ସିିଏମସି । ଏନେଇ ସିଏସି ପକ୍ଷରୁ ୫ଟି ଟିମ ଦ୍ୱାରା ୭ ଦିନ ଯାଏ କରୋନା ପରୀକ୍ଷା ଜାରି ରହିଛି । କଟକ ଓ ଭୁବନେଶ୍ୱରରୁ ଏକାଧିକ ଆକ୍ରାନ୍ତଙ୍କ ଚିହ୍ନଟ ହେବା ଘଟଣା ଆଗକୁ ସ୍ଥିତ ଜଟିଳ କରିବ ବୋଲି ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ