Masthead

ତାଲିବାନକୁ ବଳ ଯୋଗାଉଛି ପାକିସ୍ତାନ: ଆରିୟାନା ସୟିଦ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପାକିସ୍ତାନ ଉପରେ ବର୍ଷିଲେ ଆଫଗାନର ଫେମସ ପପ୍ ଗାୟିକା ଆରିୟାନା ସୟିଦ । ମଙ୍ଗଳବାର ଏକ ଭିଡିଓ ଜାରି କରି ଆରିୟାନା କହିଛନ୍ତି ତାଲିବାନକୁ ଅଧିକ ବଳ ଯୋଗାଉଛି ପାକିସ୍ତାନ । ଆଫଗାନିସ୍ତାନକୁ ନିଜ ଆୟତ୍ତକୁ ନେବାକୁ ତାଲିବାନକୁ ଢାଲ କରୁଛି ପାକିସ୍ତାନ ବୋଲି କହିଛନ୍ତି ପପ୍ ଗାୟିକା । ଆଫଗାନିସ୍ତାନର ଦୁର୍ଦ୍ଦିନରେ ଭାରତର ସହାୟତାକୁ ନେଇ କୃତଜ୍ଞତା ଜଣାଇଛନ୍ତି ଆରିୟାନା ।

ତେବେ ପାକିସ୍ତାନ ସରକାର ତାଲିବାନୀ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେଉଥିବା କହିଛନ୍ତି ଆରିୟାନା। ବିଶ୍ୱ ସମୁଦାୟକୁ ଅପିଲ କରି ଆରିୟାନା କହିଛନ୍ତ, ପାକିସ୍ତାନକୁ କୌଣସି ପ୍ରକାର ଆର୍ଥିକ ସହାୟତା ନ ଯୋଗାନ୍ତୁ । କେବଳ ଆଫଗାନିସ୍ତାନ ନୁହେଁ, ସମଗ୍ର ବିଶ୍ୱ ପାଇଁ ତାଲିବାନ ଏକ ସତର୍କ ଘଣ୍ଟି । ତେଣୁ ସବୁ ରାଷ୍ଟ୍ର ଏହାର ସମାଧାନର ସୂତ୍ର ବାହାର କରନ୍ତୁ । ଆରିୟାନା ଆଫଗାନିସ୍ତାନରୁ ଯାଇ ଏବେ ଦୋହାରେ ଆଶ୍ରୟ ନେଇଛନ୍ତି । ଆଗକୁ ମଧ୍ୟ ସଙ୍ଗୀତ ପରିବେଷଣ ଜାରି ରଖିବେ ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ