Masthead

ଶେଷ ଦୁଇ ବଲରେ ୧୦ ରନ୍ କରି ଚେନ୍ନାଇକୁ ପିନ୍ଧାଇଲେ ଚମ୍ପିଆନ ଟାଇଟଲ

ଅହମ୍ମଦାବାଦ(ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୩ ଟାଇଟଲକୁ ନିଜ ନାଁରେ କରିଛି ଧୋନୀ ବାହିନୀ । ଗଜୁରାଟକୁ ମାତ ଦେଇ ଚମ୍ପିଆନ ଟାଇଟଲ ହାତେଇଛି ଚେନ୍ନାଇ ସୁପର କିଙ୍ଗସ । ଗତକାଲି ଅହମ୍ମଦବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜିତ ଫାଇନାଲ ମ୍ୟାଚରେ ଗୁଜୁରାଟ ଟାଇଟନ୍ସକୁ ୫ ୱିକେଟରେ ପରାସ୍ତ କରିଛି ଚେନ୍ନାଇ । ଗତକାଲିର ରୋମାଞ୍ଚକ ମ୍ୟାଚର ଶେଷ ଦୁଇ ବଲ ଥିଲା ମ୍ୟାଚର ଟଣ୍ଣିଂ ପଏଣ୍ଟ । ଶେଷ ଓଭରରେ ମୋହିତ ଶର୍ମାଙ୍କ ଘାତକ ବୋଲିଂ ଫଳରେ ଚେନ୍ନାଇ ହାତରୁ ଟ୍ରଫି ଖସୁଥିବା ବେଳେ ଚମକ୍ରାର ଦେଖାଇଥିଲେ ସାର ରବିନ୍ଦ୍ର ଜାଡ଼େଜା ।

ଶେଷ ଓଭରରେ ୧୩ ରନର ଆବଶ୍ୟକତା ଥିଲାବେଳେ ପ୍ରଥମ ୪ ଟି ବଲରେ ସଂଗ୍ରହ ହୋଇଥିଲା ମାତ୍ର ୩ ରନ । ଶେଷ ୨ ବୋଲରେ ବଦଳିଥିଲା ମ୍ୟାଚର ମୋଡ଼ । ପଞ୍ଚମ ଓ ଷଷ୍ଟ ବୋଲରେ ଯଥାକ୍ରମେ ୬ ଓ ୪ ମାରି ଚେନ୍ନାଇକୁ ୫ମ ଟ୍ରୋଫି ଭେଟି ଦେଇଥିଲେ ଜାଡେଜା । ଗ୍ୟାଲେରୀରେ ବସି ଏହାର ମଜା ନେଉଥିଲେ ରବିନ୍ଦ୍ରଙ୍କ ପତ୍ନୀ ତଥା ଗୁଜୁରାଟ ସରକାରରେ ମନ୍ତ୍ରୀ ରିବାବା ଜାଡେଜା । ରବିନ୍ଦ୍ରଙ୍କ ଏହି ଚମକôାର ବ୍ୟାଟିଂ ଦେଖି ଭାବପ୍ରବଣ ହୋଇପଡ଼ିଥିଲେ ରିବାବା । ଖୁସିରେ ପଡ଼ିଆକୁ ଆସି ରବିନ୍ଦ୍ରଙ୍କୁ କରିଥିଲେ ଆଲିଙ୍ଗନ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରିବାବା ଗୁଜୁରାଟ ଜାମନଗରର ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା