ଶେଷ ଦୁଇ ବଲରେ ୧୦ ରନ୍ କରି ଚେନ୍ନାଇକୁ ପିନ୍ଧାଇଲେ ଚମ୍ପିଆନ ଟାଇଟଲ

ଅହମ୍ମଦାବାଦ(ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୩ ଟାଇଟଲକୁ ନିଜ ନାଁରେ କରିଛି ଧୋନୀ ବାହିନୀ । ଗଜୁରାଟକୁ ମାତ ଦେଇ ଚମ୍ପିଆନ ଟାଇଟଲ ହାତେଇଛି ଚେନ୍ନାଇ ସୁପର କିଙ୍ଗସ । ଗତକାଲି ଅହମ୍ମଦବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜିତ ଫାଇନାଲ ମ୍ୟାଚରେ ଗୁଜୁରାଟ ଟାଇଟନ୍ସକୁ ୫ ୱିକେଟରେ ପରାସ୍ତ କରିଛି ଚେନ୍ନାଇ । ଗତକାଲିର ରୋମାଞ୍ଚକ ମ୍ୟାଚର ଶେଷ ଦୁଇ ବଲ ଥିଲା ମ୍ୟାଚର ଟଣ୍ଣିଂ ପଏଣ୍ଟ । ଶେଷ ଓଭରରେ ମୋହିତ ଶର୍ମାଙ୍କ ଘାତକ ବୋଲିଂ ଫଳରେ ଚେନ୍ନାଇ ହାତରୁ ଟ୍ରଫି ଖସୁଥିବା ବେଳେ ଚମକ୍ରାର ଦେଖାଇଥିଲେ ସାର ରବିନ୍ଦ୍ର ଜାଡ଼େଜା ।

ଶେଷ ଓଭରରେ ୧୩ ରନର ଆବଶ୍ୟକତା ଥିଲାବେଳେ ପ୍ରଥମ ୪ ଟି ବଲରେ ସଂଗ୍ରହ ହୋଇଥିଲା ମାତ୍ର ୩ ରନ । ଶେଷ ୨ ବୋଲରେ ବଦଳିଥିଲା ମ୍ୟାଚର ମୋଡ଼ । ପଞ୍ଚମ ଓ ଷଷ୍ଟ ବୋଲରେ ଯଥାକ୍ରମେ ୬ ଓ ୪ ମାରି ଚେନ୍ନାଇକୁ ୫ମ ଟ୍ରୋଫି ଭେଟି ଦେଇଥିଲେ ଜାଡେଜା । ଗ୍ୟାଲେରୀରେ ବସି ଏହାର ମଜା ନେଉଥିଲେ ରବିନ୍ଦ୍ରଙ୍କ ପତ୍ନୀ ତଥା ଗୁଜୁରାଟ ସରକାରରେ ମନ୍ତ୍ରୀ ରିବାବା ଜାଡେଜା । ରବିନ୍ଦ୍ରଙ୍କ ଏହି ଚମକôାର ବ୍ୟାଟିଂ ଦେଖି ଭାବପ୍ରବଣ ହୋଇପଡ଼ିଥିଲେ ରିବାବା । ଖୁସିରେ ପଡ଼ିଆକୁ ଆସି ରବିନ୍ଦ୍ରଙ୍କୁ କରିଥିଲେ ଆଲିଙ୍ଗନ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରିବାବା ଗୁଜୁରାଟ ଜାମନଗରର ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ