Masthead

ଦୁନିଆର ସବୁଠୁ ଶକ୍ତିଶାଳୀ ମିସାଇଲ ଭାରତ ହାତରେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚଳିତବର୍ଷ ଶେଷ ସୁଦ୍ଧା ଭାରତୀୟ ସ୍ଥଳସେନାକୁ ମିଳିବ ଅତ୍ୟାଧୁନିକ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ ଏସ୍-୪୦୦ । ଭୂ-ପୃଷ୍ଠରୁ ଆକାଶକୁ ନିକ୍ଷେପ ହୋଇପାରୁଥିବା ଋଷ ନିର୍ମିତ ଏହି ବିଧ୍ବଂସୀ ରକ୍ଷା କବଚ ୨୦୨୧ଶେଷ ସୁଦ୍ଧା ସେନାକୁ ମିଳିବ । ଋଷ-ଭାରତ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ମିସାଇଲ ଡେଲିଭରି ହୋଇଯିବ। ଏବେ ଭାରତୀୟ ସେନାର ଯବାନମାନେ ଏସ୍-୪୦୦ର ବ୍ୟବାହର ସମ୍ପର୍କରେ ମସ୍କୋରେ ତାମିଲ ନେଉଛନ୍ତି । ପ୍ରଥମ ବ୍ୟାଚ ତାଲିମ ଶେଷ ହୋଇଥିବା ବେଳେ ଦ୍ବିତୀୟ ବ୍ୟାଚର ତାଲିମ ଜାରି ରହିଛି ।

ଚଳିତ ମାସ ଶେଷ ସୁଦ୍ଧା ତାଲିମ ପାଇଁ ଆହୁରି ୧୦୦ ଜଣ ସେନା ଅଧିକାରୀ ଓ ଯବାନ ଋଷିଆ ଯିବେ । ଏସ୍-୪୦୦ର ପରିଚାଳନା ଓ ବ୍ୟବହାର ପାଇଁ ଭାରତୀୟ ସେନା ପାଖରେ ଦକ୍ଷତା ରହିଛି । ଭାରତୀୟ ସେନାକୁ ଶକ୍ତିଶାଳୀ କରିବା ପାଇଁ ୨୦୧୮ ଅକ୍ଟୋବରରେ ଋଷ ଗସ୍ତବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପସ୍ଥିତିରେ ଏହି ଚୁକ୍ତି ହୋଇଥିଲା । ଚୁକ୍ତି ଅନୁସାରେ ୫ ଟି ଏସ୍-୪୦୦ ପାଇଁ ୫.୪୩ ଆରବ ଡଲାରର ଚୁକ୍ତି ହୋଇଥିଲା । ଭାରତ ଏହି ମିସାଇଲ ସିଷ୍ଟମକୁ ଯଥାଶୀଘ୍ର ପାଇବା ପାଇଁ ୨୦୧୯ ରେ ୮୦ କୋଟି ଡଲାର ଦେଇଛି ।

ଏସ୍-୪୦୦ ଦୁନିଆର ସବୁଠାରୁ ଅତ୍ୟାଧୁନିକ ମିସାଇଲ ସିଷ୍ଟମ । ଏହା ଭୂ-ପୃଷ୍ଠରୁ ଆକାଶକୁ ଟାର୍ଗେଟ ହିଟ କରିପାରୁଥିବା ସବୁଠାରୁ ଲମ୍ବା ମିସାଇଲ ସିଷ୍ଟମ । ଭାରତ ନିଜର ଭୌଗୋଳିକ ସ୍ଥିତି ଦେଖି ଓ ସମ୍ପୂର୍ଣ୍ଣ ଦେଶର ସୁରକ୍ଷା ସୁ-ନିଶ୍ଚିତ କରିବା ପାଇଁ ୫ ଟି ଏସ୍-୪୦୦ ଆଣିବା ପାଇଁ ଚୁକ୍ତି କରିଛି । ୨୦୨୨ ସୁଦ୍ଧା ସମସ୍ତ ଏସ୍-୪୦୦ ଭାରତକୁ ମିଳିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ