Masthead

ଦିଲ୍ଲୀରୁ ପାକିସ୍ତାନ ଆତଙ୍କବାଦୀ ଗରଫ

(ବଡ଼ ଖବର ବ୍ୟୁରୋ)   ଦିଲ୍ଲୀରୁ ପାକିସ୍ତାନ ଆତଙ୍କବାଦୀ ଗିରଫ ହୋଇଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଲକ୍ଷ୍ମୀନଗର ଅଞ୍ଚଳରୁ ଆତଙ୍କବାଦୀକୁ ଗିରଫ କରିଛି । ଏହି ଆତଙ୍କବାଦୀ ଭାରତୀୟ ନାଗରିକର ଫେକ ଆଇଡି ସହ ରହୁଥିଲେ । ତା ନିକଟରୁ ଏକେ-୪୭ ରାଇଫଲ, ହ୍ୟାଣ୍ଡ ଗ୍ରେନେଡ, ୫୦ ରାଉଣ୍ଡର ଦୁଇଟି ପିସ୍ତଲ ଜବତ ହୋଇଛି । ଏହି ଆତଙ୍କବାଦୀକୁ ଆଇଏସଆଇ ଭାରତରେ ଆକ୍ରମଣ ପାଇଁ ଟ୍ରେନିଂ ଦେଇଥିବା ସୂଚନା ମିଳିଛି ।

ତାଙ୍କୁ ଗିରଫ କରାଯିବା ପରେ ଏବେ ପଚରାଉଚରା କରାଯାଉଛି । ତେବେ ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି ଯେ, ଗତକାଲି ତାଙ୍କୁ ୯ ଟା ୩୦ରେ ମହମ୍ମଦ ଓରଫ ଅଲ୍ଲୀ ନାମକ ଏକ ପାକିସ୍ତାନି ଯୁବକଙ୍କୁ ଗିରଫ କରିଛି ପୋଲିସ । ସେ ଭାରତୀୟ ନାଗରିକ ଭାବେ ନିଜର ପରିଚୟ ଦେଇ ରହୁଥିଲେ । ସୂଚନା ଅନୁଯାୟୀ ସେ ନୁରୀ ନାଁରେ ଏକ ଫେକ ଆଇଡି କରିଥିଲା । ଏଥିପାଇଁ ସେ ଜାଲ କାଗଜ ପତ୍ର ବ୍ୟବହାର କରିଥିଲା । ସୂତ୍ରରୁ ଜଣାପଡିଛି ଯେ ଦିଲ୍ଲୀରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା