Before Header

ଟିଟିଲାଗଡ଼ ଉପକାରାଗାରରୁ ଦୁଇ ବିଚାରାଧୀନ କଏଦୀ ଫେରାର

0 1,028

ବଲାଙ୍ଗୀର(ବଡ଼ ଖବର ବ୍ୟୁରୋ): ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପକାରାଗାରରୁ ଦୁଇ ବିଚାରାଧୀନ କଏଦୀ ଫେରାର । ଗତକାଲି ରାତିରୁ ୨ କଏଦୀ ଚମ୍ପଟ ମାରିଥିବା ସୂଚନା ମିଳିଛି । ଉଭୟ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିଲେ । ଟିଟିଲାଗଡ଼ ଉପଖଣ୍ଡ ସିନ୍ଧେକେଲା ଥାନା ଅଞ୍ଚଳରେ ମାନସିକ ପୂରଣ ପାଇଁ ଦୁଇଟି ଶିଶୁ ବଳି ଦେଇଥିବା ଗୁଣିଆ ଶୋଭାବନ ରଣା ଏବଂ ଜଣେ ନାବାଳକଙ୍କୁ କୂଅରେ ଫିଙ୍ଗି ମାରିଦେବା ଅଭିଯୋଗରେ ଗିରଫ ସୁମିତ ବିହାରୀ ଜେଲ୍‌ରୁ ଫେରାର୍‌ ମାରିଛନ୍ତି ।

ଶନିବାର ରାତି ପ୍ରାୟ ୮ଟାରେ ପାଚେରି ଜେଲ୍‌ ଡେଇଁ ଉଭୟେ ଫେରାର୍‌ ମାରିଥିବା ଜେଲର ଚୈତନ୍ୟ ପ୍ରଧାନ କହିଛନ୍ତି। ସେ ଏନେଇ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିବା କହିଛନ୍ତି। ତେବେ ଉଭୟେ ଜେଲରଙ୍କ ଅତି ବିଶ୍ୱସ୍ତ ହୋଇଥିବା ନେଇ ବିନା ବାଧାରେ ଜେଲ୍‌ ଭିତରେ ଓ ବାହାରେ ବିଚରଣ କରୁଥିବା ଆଲୋଚନା ହେଉଛି।

Leave A Reply

Your email address will not be published.