Masthead

ପାଣ୍ଡୋରା ପେପର୍ସ ଲିକର ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାଣ୍ଡୋରା ପେପର୍ସ ଖୋଲିବ ଅନେକ ଧନୀ ବ୍ୟକ୍ତିଙ୍କ ଗୁମର । ବେଆଇନ ଅର୍ଥନୈତିକ କାର୍ଯ୍ୟକଳାପ ସମ୍ପର୍କରେ ପାଣ୍ଡୋରା ପେପର୍ସ ସବିଶେଷ ତଥ୍ୟକୁ ସାମ୍ନାକୁ ଆଣିଛି । ଆଇସିଆଇଜେ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଏହି ମାମାଲାରେ ଯାଞ୍ଜ ପ୍ରକ୍ରିୟା ସମ୍ପାଦନ ପାଇଁ ୧୧୭ଟି ଦେଶରେ ୬୦୦ରୁ ଅଧିକ ସାମ୍ବାଦିକଙ୍କୁ ସାମିଲ କରାଯାଇଥିଲା । ଏହି ସମୟରେ ୧୨ କୋଟିରି ଅଧିକ ଦସ୍ତାବିଜର ଯାଞ୍ଜ କରାଯାଇଥିଲା ।କରାଯାଇଥିବା ତଦନ୍ତ ଅନୁସାରେ ଭାରତ ସମେତ ବିଶ୍ୱର ଅନେକ ରାଷ୍ଟ୍ର ଟିକସ ଫାଙ୍କି ଭଳି କଳା କାରାନାମାରେ ସାମିଲ ଅଛନ୍ତି ।

ସେପଟେ ପାଣ୍ଡୋରା ପେପର୍ସ ଲିକର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏଥିପାଇଁ କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ ଅର୍ଥାତ ସିବିଡିଟିର ଅଧ୍ୟକ୍ଷଙ୍କ ନେତୃତ୍ୱରେ ଏକାଧିକ ଏଜେନ୍ସିକୁ ନେଇ ଏକ ତଦନ୍ତ ଟିମ୍ ଗଠନ କରାଯାଇଛି । ଆୟକର ବିଭାଗ, ପ୍ରବର୍ତନ ନିର୍ଦ୍ଦେଶାଳୟ, ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଆର୍ଥିକ ଗୁଇନ୍ଦା ଶାଖା ଭଳି ଏଜେନ୍ସିକୁ ତଦନ୍ତ ଟିମରେ ସାମିଲ କରାଯାଇଛି । ଏବେ ସିବିହିଟି ଅଧ୍ୟକ୍ଷ ଭାବେ ଜେ ବି ମହାପାତ୍ର କାର୍ୟ୍ୟ କରୁଛନ୍ତି । ଗତକାଲି ତଦନ୍ତକାରୀ ସାମ୍ବାଦିକଙ୍କ ଆନ୍ତର୍ଜାତିକ କନ୍ସୋଟିୟମ ପକ୍ଷରୁ ଆର୍ଥିକ ସେବା କ୍ଷେତ୍ରର ସବୁଠୁ ବଡ ଲିକ ଭାବେ ପାଣ୍ଡୋରା ପେପର୍ସକୁ ଜାରି କରାଯାଇଥିଲା ।

ଏଥିରେ ବ୍ୟବସାୟୀ ଅନିଲ ଅମ୍ବାନି, ବାୟୋକନ୍ ମୁଖ୍ୟ କିରଣ ମଜୁମ୍ଦାର ସ’ଙ୍କ ସ୍ୱାମୀ, ନିରବ ମୋଦୀଙ୍କ ଭଉଣୀ, କ୍ରିକେଟ୍ କିମ୍ବଦନ୍ତ୍ରୀ ସଚ୍ଚିନ ତେନ୍ଦୁଲକର, କର୍ପୋରେଟ ଲବିଷ୍ଟ ନିରା ରାଡିଆ, ବିନୋଦ ଆଦାନି, ଅଭିନେତା ଜ୍ୟାକି ଶ୍ରଫ୍ ଓ ସତୀଶ ଶର୍ମାଙ୍କ ଭଳି ୩୮୦ରୁ ଅଧିକ ଚର୍ଚ୍ଚିତ ତଥା ହାଇପ୍ରୋଫାଇଲ୍ ଭାରତୀୟଙ୍କ ନାମ ରହିଛି । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ପାଣ୍ଡୋରା ପେପର୍ସରେ ପ୍ରଘଟ ହୋଇଥିବା ତଥ୍ୟକୁ ସରକାର ବିଚାରକୁ ନେଇଛନ୍ତି। ତଦନ୍ତ ଏଜେନ୍ସିଗୁଡ଼ିକୁ ତଦନ୍ତ ଦାୟିତ୍ବ ଦିଆଯାଇଛି। ସେମାନେ ପ୍ରଚଳିତ ନିୟମ ଅନୁସାରେ ତଦନ୍ତ କରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ