Masthead

ଆଜିଠୁ ପ୍ୟାରିସରେ ପାରାଲିମ୍ପିକ୍ସ: ଭାଗନେବେ ୮୪ ଭାରତୀୟ ଖେଳାଳି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଗ୍ରୀଷ୍ମ ଅଲିମ୍ପିକ୍ସ ସଫଳତାର ସହ ସମାପ୍ତ ହେବା ପରେ ଆଜିଠାରୁ ପ୍ୟାରିସରେ ଆରମ୍ଭ ହେବାକୁ ଯାଉଛି ପାରାଅଲିମ୍ପିକ୍ସ କ୍ରୀଡ଼ା । ନ୍ୟାସନାଲ ଷ୍ଟାଡିୟମରେ ଆୟୋଜିତ ହେବ ରଙ୍ଗାରଙ୍ଗ ଉଦ୍ଘାଟନୀ ଉତ୍ସବ । ୧୬୯ ଦେଶର କ୍ରୀଡ଼ାବିତ ଉଦ୍ଘାଟନୀ ପରେଡ୍ରେ ସାମିଲ ହେବେ । ୮୪ ଜଣିଆ ଭାରତୀୟ ଦଳ ଏଥର କ୍ରୀଡ଼ାରେ ଭାଗ ନେଇଛନ୍ତି । କ୍ରୀଡ଼ା ୨୮ ତାରିଖରୁ ଉଦ୍ଘାଟିତ ହୋଇ ସେପ୍ଟେମ୍ବର ୮ ତାରିଖରେ ଶେଷ ହେବ । ଏଥର ୨୨ଟି କ୍ରୀଡ଼ାରେ ମୋଟ୍ ୫୪୯ଟି ଇଭେଣ୍ଟ ରହିଛି ।

ଭାରତୀୟ ଦଳ ୧୨ଟି କ୍ରୀଡ଼ାରେ ଭାଗ ନେବ । ପୂର୍ବ ଟୋକିଓ ପାରାଲିମ୍ପିକ୍ସରେ ୫୪ ଜଣ ଭାରତୀୟ ୯ଟି କ୍ରୀଡ଼ାରେ ଭାଗ ନେଇ ୫ଟି ସ୍ୱର୍ଣ୍ଣ ସହ ମୋଟ୍ ୧୯ଟି ପଦକ ଜିତିଥିଲେ । ପୂର୍ବାପେକ୍ଷା ଏଥର ଦଳର କଳେବର ବଢ଼ିଛି । ତେଣୁ ପଦକ ସଂଖ୍ୟାରେ ବୃଦ୍ଧି ପାଇବ ବୋଲି ଆଶା ରହିଛି । ଆଥଲେଟିକ୍ସରେ ସର୍ବାଧିକ ୩୮ ଜଣ ଅଂଶ ଗ୍ରହଣ କରିବେ । ସେମିତି ବ୍ୟାଡମିଣ୍ଟନରେ ୧୩ ଓ ସୁଟିଂରେ ୧୦ ଜଣ ଭାରତୀୟ ପଦକ ଲଢ଼େଇ କରିବେ । ଦୁର୍ଭାଗ୍ୟକୁ ଏଥର ଟୋକିଓ ଚାମ୍ପିଅନ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଭାଗ ନେବାରୁ ବଞ୍ଚିତ ହୋଇଛନ୍ତି । ଡୋପ୍ ନିୟମ ଉଲ୍ଲଂଘନ କରି ସେ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ସଂଘର ଡୋପ୍ ନିରୋଧୀ ସଂସ୍ଥା ଦ୍ୱାରା ବାସନ୍ଦ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ