ଆମକୁ ଗୁଳି କରିଦିଅ: ଆନ୍ଦୋଳନକାରୀ ରେସଲର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଜନ୍ତରମନ୍ତରରେ ପୋଲିସ ଏବଂ ରେସଲର ମୁହାଁମୁହିଁ । ସଂସଦ ଅଭିମୁଖେ ଯାଉଥିବାବେଳେ କୁସ୍ତିଯୋଦ୍ଧାଙ୍କୁ ଉଠାଇନେଲା ପୋଲିସ । ଗୋଟିଏ ପଟେ ନୂଆ ସଂସଦ ଭବନ ଉଦଘାଟନ ଚାଲିଥିବା ବେଳେ ଆଉଗୋଟେ ପଟେ ସଂସଦ ଭବନ ଆଡକୁ ଶୋଭାଯାତ୍ରାରେ ବାହାରିଥିଲେ କୁସ୍ତିଯୋଦ୍ଧା । ଦିଲ୍ଲୀର ଜନ୍ତରମନ୍ତରରେ ଆନ୍ଦୋଳନ ଜାରି ରଖିଥିବା କୁସ୍ତିଯୋଦ୍ଧା ମହାପଞ୍ଚାୟତ କରିବାକୁ ନୂଆ ସଂସଦ ଭବନ ଆଡକୁ ଯିବା ବେଳେ ବାଟରେ ଅଟାକାଇଥିଲା ପୋଲିସ । ଏହାପରେ ସେଠାରେ ଉତ୍ତେଜନା ପରିସ୍ଥିତି ଉପୁଜିଛି ।

କେତେକ କୁସ୍ତିଯୋଦ୍ଧା ବ୍ୟାରିକେଡ ପାର୍ ହୋଇ ଭିତରକୁ ପଶିବାକୁ ଉଦ୍ୟମ କରିବା ସମୟରେ ପୋଲିସ ସେମାନଙ୍କୁ ଅଟକ ରଖିଛି । ସେପଟେ ପୋଲିସ ଅଟକାଇବା ପରେ କୁସ୍ତିଯୋଦ୍ଧା ମାନେ କେରଳ ହାଉସ ନିକଟରେ ଧାରଣରେ ବସିଛନ୍ତି । ଏଠାରୁ ନୂଆ ସଂସଦ ଭବନ ମାତ୍ର କିଛି ବାଟ ଦୂରରେ ରହିଛି । ତେବେ ପୋଲିସ ଅଟକାଇବା ବେଳେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ କ୍ଷୋଭର ସହ କହିଥିଲେ, ଆମକୁ ଗୁଳି କରିଦିଅ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’