Masthead

୧୨ଟାରେ ଉଦଘାଟନ ହେବ ସଂସଦ ଭବନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ମେ’ ୨୮ ରେ ହେବ ନୂଆ ସଂସଦ ଭବନ ଉଦଘାଟନ । ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ସାମ୍ନକୁ ଆସିଛି ଉଦଘାଟନ ଉସôବର କାର୍ଯ୍ୟସୂଚୀ । ସୂଚନା ଅନୁସାରେ ସକାଳ ସାଢ଼େ ୭ଟାରୁ ହୋମଯଜ୍ଞ ଓ ପୂଜାର୍ଚ୍ଚନା କାର୍ୟ୍ୟକ୍ରମ ଆରମ୍ଭ ହେବ । ପୂଜା ପାଇଁ ଗାନ୍ଧୀ ମୂର୍ତି ପାଖରେ ପେଣ୍ଡାଲ ହେବ । ଏହି ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷଙ୍କ ସମେତ କିଛି ମନ୍ତ୍ରୀ ଉପସ୍ଥିତ ରହିବେ । ଏହା ପରେ ସାଢ଼େ ୮ଟାରୁ ୯ଟା ଯାଏଁ ଲୋକସଭା କକ୍ଷ ଭିତରେ ସେନଗୋଲ ସ୍ଥାପନା କରାଯିବ । ସକାଳ ସାଢ଼େ ୯ଟା ବେଳେ ପ୍ରାର୍ଥନା ସଭା ଆୟୋଜିତ ହେବ ।

ଏହି ପ୍ରାର୍ଥନା ସଭାରେ ଶଙ୍କରାଚାର୍ୟ୍ୟଙ୍କ ସମେତ ବଡ଼ ବଡ଼ ବିଦ୍ୱାନ ପଣ୍ଡିତ ଏବଂ ସାନ୍ଧୁସନ୍ଥ ଉପସ୍ଥିତ ରହିବେ । ପରେ ଅପରାହ୍ଣ ୧୨ଟାରୁ ଜାତୀୟ ସଂଗୀତ ସହ ଦ୍ୱିତୀୟ ପର୍ୟ୍ୟାୟ କାର୍ୟ୍ୟକ୍ରମ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ କରାଯିବ ସଂସଦ ଭବନ । ଏହି ଅବସରରେ ଦୁଇଟି କ୍ଷୁଦ୍ର ଚଳଚ୍ଚିତ୍ରର ସ୍କ୍ରିନିଂ ହେବ । ଏହା ପରେ ରାଜ୍ୟସଭା ଉପାଧ୍ୟକ୍ଷ, ଉପରାଷ୍ଟ୍ରପତି ଓ ରାଷ୍ଟ୍ରପତିଙ୍କ ବାର୍ତା ଅଧ୍ୟୟନ କରିବେ । ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସମ୍ବୋଧନ କରିବାର କାର୍ୟ୍ୟକ୍ରମ ରହିଛି । ଶେଷରେ ପ୍ରଧାନମନ୍ତ୍ରୀ ସମ୍ବୋଧନ ଦେବେ ଏବଂ ଅପରାହ୍ଣ ସାଢ଼େ ୨ଟା ବେଳେ କାର୍ୟ୍ୟକ୍ରମ ଶେଷ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ