ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଏଣିକି ପାସପୋର୍ଟ ଭେରିଫିକେସନ ପାଇଁ ହବନି ବିଳମ୍ବ । ପୂର୍ବରୁ ଏଥିପାଇଁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଥିବା ବେଳେ ଏବେ ମାତ୍ର ୪ ଦିନ ଭିତରେ ହୋଇଯାଉଛି ପାସପୋର୍ଟ ଭେରିଫିକେସନ । ତେବ 5T ଅଧିନରେ ଏପରି ପରିବର୍ତ୍ତନ କରାଯାଇଛି ।
ଏ ନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ଡିଜି କହିଛନ୍ତି , ୨୦୨୧ରେ ନିଷ୍ପତି ନେଲୁ ପାସପୋର୍ଟ ଭେରିଫିକେସନ 5T ଅଧିନକୁ ଆଣି ଆବେଦନକାରୀଙ୍କୁ ତତକ୍ରାଳ ସୁବିଧା ଉପଲବ୍ଧ କରାଇବୁ । ଏହି ବର୍ଷ ଏହି କାମକୁ ଯୁଦ୍ଧକାଳୀ୫ନ ଭିତ୍ତିରେ କରାଯାଇଛି । ଆଗଷ୍ଟ ମାସରେ ପାସପୋର୍ଟ ଭେରିଫିକେସନ ଟାଇମ ୬ ଦିନ ଥିଲା । ସେପ୍ଟେମ୍ବର ପ୍ରଥମ ୧୫ ଦିନରେ ମାତ୍ର ୪ ଦିନରେ କରାଯାଉଥିଲା । କିନ୍ତୁ ଏବେ ପାସପୋର୍ଟ ଭେରିଫିକେସନ ପାଇଁ ଆଉ ବିଳମ୍ବ ହେବ ନାହିଁ ବୋଲି ପୋଲୁସ ଡିଜି ସୂଚନା ଦେଇଛନ୍ତି ।