Masthead

ଧରାପଡ଼ିଲେ ଲୁଟେରା ଗ୍ୟାଙ୍ଗ୍

ପାଟଣାଗଡ଼ (ବଡ଼ ଖବର ବ୍ୟୁରୋ): ପାଟଣାଗଡ଼ ପୋଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା । ପାଟଣାଗଡ଼ ଅଞ୍ଚଳରେ ଲୁଟ୍ କରୁଥିବା ଏକ ବଡ଼ ଲୁଟେରା ଗ୍ୟାଙ୍ଗକୁ ଧରିଛି ପୋଲିସ । ଗୋଟିଏ ପରେ ଗୋଟିଏ ଲୁଟ୍ କରି ଏହି ଗ୍ୟାଙ୍ଗ ପୋଲିସର ନିଦ ହଜେଇ ଦେଇଥିଲା । ବନ୍ଧୁକ ଦେଖାଇ ଧମକ ଦେବା, ଟଙ୍କା ନଦେଲେ ଆକ୍ରମଣ କରିବା ଭଳି ଅନେକ କେସରେ ଏହି ଗ୍ୟାଙ୍ଗର ସମ୍ପୃକ୍ତି ଥିଲା । ଲୁଟପାଟକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଲାଗି ରହିଥିଲା । ଏହି ଗ୍ୟାଙ୍ଗ୍ ବିରୋଧରେ ଏକାଧିକ ମାମଲା ରୁଜୁ ହୋଇଥିବା ସତ୍ୱେ ପୋଲିସ ଲୁଟେରା ଗ୍ୟାଙ୍ଗଙ୍କ ଟେର୍ ପାଉନଥିଲା ।

ତେବେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ପାଟଣାଗଡ ଥାନାଧିକାରୀ କେ.ପ୍ରିୟଙ୍କା ରାଉତରାୟଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ପାଟଣାଗଡର ବିଭିନ୍ନ ଜାଗାରେ ଚଢାଉ କରିଥିଲେ । ପାଟଣାଗଡ଼ ରାମପୁରର ଆବାଜ ମେହେର, ଅଏଁଲାତୁଙ୍ଗାର ପିତବାସ ସାହୁ, ବାଞ୍ଜିଝାଲର ରଂଜନ ବଗର୍ତି ଏବଂ ଗୁଣପୁର ରେଙ୍ଗାଲପଦର ଗାଁର ତପନ କୁମାର ଦାମୋଦରଙ୍କୁ ଗିରଫ କରିଥିଲା ପୋଲିସ । ସେମାନଙ୍କ ଠାରୁ ଏକ ବୋଲେରୋ, ଗୋଟିଏ ବୁଲେଟ, ନକଲି ବନ୍ଧୁକ, ଲୁହା ଛଡ଼, ବାଉଁଶ ଠେଙ୍ଗା ଓ ଗୋଟିଏ ମୋବାଇଲ ଜବତ କରିଛି ପୋଲିସ । ଏହି ଲୁଟେରା ଗ୍ୟାଙ୍ଗ ୪ଟି କେସରେ ସମ୍ପୃକ୍ତି ଥିବା ସ୍ୱୀକାର କରିଛନ୍ତି । ଶୁକ୍ରବାର ଏହି ୪ ଲୁଟେରାଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ଏହି ଗ୍ୟାଙ୍ଗର ଅନ୍ୟ ୪ ଜଣ ସଦସ୍ୟ ଫେରାର ଥିବା ପାଟଣାଗଡ ଆଇଆଇସି ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା