Masthead

ମୁଷାପାଲ୍ଲୀ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ

ଅନୁଗୁଳ(ବଡ଼ ଖବର ବ୍ୟୁରୋ): ଅନୁଗୁଳ ମୁଷାପାଲ୍ଲୀ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଘଟଣାରେ ସମ୍ପୃକ୍ତ ଦୁଇଭାଇଙ୍କ ମଧ୍ୟରୁ ଜଣକୁ ଗିରଫ କରିବା ସହ ତା’ ନିକଟରୁ ହତ୍ୟାରେ ବ୍ୟବହୃତ ବନ୍ଧୁକ ଓ ଭୁଜାଲି ଜବତ କରିଛି ପୋଲିସ । ଏନେଇ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ପୋଲିସ ।

ଜମିଜମା ବିବାଦକୁ ନେଇ ବୁଧବାର ସନ୍ଧ୍ୟାରେ ଏହି ହତ୍ୟାକଣ୍ଡ ଘଟିଥିଲା । ମୁଷାପାପୁଲ୍ଲୀ ଛକରେ ରନ୍ତେଳେଇ ଗ୍ରାମର ଦୁଇଭାଇ ଦୁଷ୍ମନ୍ତ ସେନାପତି ଓ ଦୁଃଶାସନ ଛିଡା ହୋଇଥିଲେ । ଏହି ସମୟରେ ରାନ୍ତଳେଇ ଗ୍ରାମର ଦୟାନିଧି ସେନାପତିଙ୍କ ଦୁଇପୁଅ ସନ୍ତୋଷ ଓ ସୁଜନ ବାଇକରେ ଆସି ସେମାନଙ୍କ ଉପରକୁ ଅଚାନକ ଗୁଳି ଚଲାଇବା ସହ ଭୁଜାଲିରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ହିଁ ଦୁଷ୍ମନ୍ତଙ୍କ ଜୀବନ ଚାଲିଚାଇଥିବା ବେଳେ ଗୁରୁତର ଦୁଃଶାସନଙ୍କୁ ପ୍ରଥମେ ଅନୁଗୁଳ ମାଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଜମିଜମା ବିବାଦକୁ ନେଇ ହତ୍ୟାକଣ୍ଡ ଘଟିଥିବା ଜାଣିବାକୁ ପାଇଥିଲା ପୋଲିସ । ତେବେ ଆଜି ସୁଜନକୁ ଗିରଫ କରିଛି । ଡେରେଜାଙ୍ଗ ଡ୍ୟାମ ପାଣିରେ ସୁଜନ ଲୁଚାଇ ଥିବା ବନ୍ଧୁକ ଓ ଭୁଜାଲିକୁ ଜବତ କରିଛି ପୋଲିସ । ସନ୍ତୋଷ ଏବେବି ଫେରାର ଅଛି । ଖୁବଶୀଘ୍ର ସନ୍ତୋଷକୁ ଗିରଫ କରାଯିବ ବୋଲି ପୋଲିସ କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ