Masthead

୫୮ ପଇସା ମହଙ୍ଗା ହେଲା ପେଟ୍ରୋଲ

(ବଡ଼ ଖବର ବ୍ୟୁରୋ):  ତେଲ ଦର ବୃଦ୍ଧିରେ ଲୋକଙ୍କୁ ମିଳୁନି ଆଶ୍ୱସ୍ତି । ଦିନକୁ ଦିନ ବଢୁଛି ପେଟ୍ରୋଲ ଡିଜେଲ ଦର । ଗତ ଦୁଇଦିନ ଧରି ତୈଳ ଦର ସ୍ଥିର ରହିବା ପରେ ଆଜି ପୁଣି ବଢିଲା ତୈଳ ଦର । ପେଟ୍ରୋଲ ମୂଲ୍ୟ ଲିଟର ପିଛା ୫୮ ପଇସା ବୃଦ୍ଧି ପାଇଛି । ସେହିଭଳି ଡିଜେଲ ଦର ୩୫ ପଇସା ବୃଦ୍ଧି ପାଇଛି । ମାଲକାନଗିରି କାଲିମେଳାରେ ପେଟ୍ରୋଲ ଦର ୧୧୫ ଟଙ୍କା ୫୨ ପଇସାରେ ପହଞ୍ଚିଛି ।

ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୮ ଟଙ୍କା ୯୦ ପଇସା । କଟକରେ ପେଟ୍ରୋଲ ଦର ୧୦୯ଟଙ୍କା ୨୫ ପଇସା ରହିଛି । ଏହାରି ମଧ୍ୟରେ ଅନେକ ସ୍ଥାନରେ ପେଟ୍ରୋଲ ଦର ୧୦ ଟଙ୍କା ଟପିଗଲାଣି । ତେଲ ଦର ବଢିବା ଫଳରେ ଟ୍ରାନ୍ସପୋର୍ଟିଂ ଚାର୍ଜ ବଢୁଛି । ଯାହାଫଳରେ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଦର ଦାମ ମଧ୍ୟ ବୃଦ୍ଧି ପାଉଛି । ସେହିପରି ପରିବା ମାକେର୍ଟରେ ୬୦ କି ୭୦ ଟଙ୍କା ତଳକୁ କୌଣସି ପରିବା ମିଳୁ ନାହିଁ । ଦର ଦାମ ବୃଦ୍ଧି ନେଇ ଲୋକେ ହନ୍ତସନ୍ତ ହେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା