Masthead

ଗୋଟିଏ ଦିନ ପରେ ପୁଣି ବଢ଼ିଲା ପେଟ୍ରୋଲ ଦାମ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ତୈଳ ଦର । ଗତ ଦୁଇ ମାସ ଧରି ଲଗାତାର ବୃଦ୍ଧି ଯୋଗୁ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮ଟଙ୍କାରୁ ଅଧିକ ବୃଦ୍ଧି ପାଇଛି । ତେବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢ଼ୁଥିବାରୁ ଏହାର ସିଧାସଳଖ ପ୍ରଭାବ ପେଟ୍ରୋଲ ଓ ଡିଜେଲ ଉପରେ ପଡ଼ୁଛି । ମଙ୍ଗଳବାର ପୁଣି ତୈଳ ଦର ବୃଦ୍ଧି ପାଇଛି । ଏହାପୂର୍ବରୁ ଶନିବାର ଓ ରବିବାର ତୈଳ ଦର ବଢ଼ାଯାଇଥିଲା । ତେବେ ସୋମବାର ଗୋଟିଏ ଦିନକୁ ଛାଡ଼ି ଆଜି ପୁଣି ବଢ଼ିଛି ତୈଳଦର । ଆଜି ପେଟ୍ରୋଲ ଲିଟର ପିଛା ୩୧ରୁ ୩୫ ପଇସା ଓ ଡିଜେଲ ଲିଟର ପିଛା ୨୬ରୁ ୩୦ ପଇସା ମହଙ୍ଗା ହୋଇଛି । ମେ ୪ତାରିଖ ପରଠାରୁ ଲଗାତାର ଭାବେ ୩୧ ଦିନ ହେବ ବଢ଼ୁଛି ପେଟ୍ରୋଲ ଦର ।

ଦେଶରେ ଅନେକ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୧୦ ଟଙ୍କା ଓ ଡିଜେଲ ୧୦୦ ଟଙ୍କା ପାର ପାର କରିଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍ ଲିଟର୍ ପିଛା ପାଖାପାଖି ୯୯ ଟଙ୍କାରେ ପହଞ୍ଚି ଯାଇଛି । ଅନ୍ୟ ପକ୍ଷରେ ନୂଆ ଦର ଅନୁସାରେ ମୁମ୍ବାଇରେ ପେଟ୍ରୋଲ୍ ଦର ଲିଟର୍ ପିଛା ଖୁବଶୀଘ୍ର ୧୦୫ ଟଙ୍କା ପର୍ୟ୍ୟନ୍ତ ପହଞ୍ଚିଯିବ । ଦିଲ୍ଲୀରେ ପେଟ୍ରୋଲ୍ ଦର ଲିଟର୍ ପିଛା ୯୮.୮୧ ଟଙ୍କା ଓ ଡିଜେଲ୍ ଦର ଲିଟର୍ ପିଛା ୮୯.୯୧ ଟଙ୍କା, ମୁମ୍ବାଇରେ ପେଟ୍ରୋଲ୍ ୧୦୪.୯୦ ଟଙ୍କା ଓ ଡିଜେଲ୍ ୯୬.୭୨ ଟଙ୍କା, କୋଲକାତାରେ ପେଟ୍ରୋଲ ୯୮.୬୪ ଟଙ୍କା, ଡିଜେଲ୍ ୯୨.୦୩ ଟଙ୍କା, ଚେନ୍ନାଇରେ ପେଟ୍ରୋଲ୍ ୯୯.୮୦ ଟଙ୍କା ଓ ଡିଜେଲ୍ ୯୩.୭୨ ଟଙ୍କା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ