Masthead

ଗୋଟିଏ ଦିନ ପରେ ପୁଣି ବଢ଼ିଲା ପେଟ୍ରୋଲ ଦାମ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ତୈଳ ଦର । ଗତ ଦୁଇ ମାସ ଧରି ଲଗାତାର ବୃଦ୍ଧି ଯୋଗୁ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮ଟଙ୍କାରୁ ଅଧିକ ବୃଦ୍ଧି ପାଇଛି । ତେବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢ଼ୁଥିବାରୁ ଏହାର ସିଧାସଳଖ ପ୍ରଭାବ ପେଟ୍ରୋଲ ଓ ଡିଜେଲ ଉପରେ ପଡ଼ୁଛି । ମଙ୍ଗଳବାର ପୁଣି ତୈଳ ଦର ବୃଦ୍ଧି ପାଇଛି । ଏହାପୂର୍ବରୁ ଶନିବାର ଓ ରବିବାର ତୈଳ ଦର ବଢ଼ାଯାଇଥିଲା । ତେବେ ସୋମବାର ଗୋଟିଏ ଦିନକୁ ଛାଡ଼ି ଆଜି ପୁଣି ବଢ଼ିଛି ତୈଳଦର । ଆଜି ପେଟ୍ରୋଲ ଲିଟର ପିଛା ୩୧ରୁ ୩୫ ପଇସା ଓ ଡିଜେଲ ଲିଟର ପିଛା ୨୬ରୁ ୩୦ ପଇସା ମହଙ୍ଗା ହୋଇଛି । ମେ ୪ତାରିଖ ପରଠାରୁ ଲଗାତାର ଭାବେ ୩୧ ଦିନ ହେବ ବଢ଼ୁଛି ପେଟ୍ରୋଲ ଦର ।

ଦେଶରେ ଅନେକ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୧୦ ଟଙ୍କା ଓ ଡିଜେଲ ୧୦୦ ଟଙ୍କା ପାର ପାର କରିଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍ ଲିଟର୍ ପିଛା ପାଖାପାଖି ୯୯ ଟଙ୍କାରେ ପହଞ୍ଚି ଯାଇଛି । ଅନ୍ୟ ପକ୍ଷରେ ନୂଆ ଦର ଅନୁସାରେ ମୁମ୍ବାଇରେ ପେଟ୍ରୋଲ୍ ଦର ଲିଟର୍ ପିଛା ଖୁବଶୀଘ୍ର ୧୦୫ ଟଙ୍କା ପର୍ୟ୍ୟନ୍ତ ପହଞ୍ଚିଯିବ । ଦିଲ୍ଲୀରେ ପେଟ୍ରୋଲ୍ ଦର ଲିଟର୍ ପିଛା ୯୮.୮୧ ଟଙ୍କା ଓ ଡିଜେଲ୍ ଦର ଲିଟର୍ ପିଛା ୮୯.୯୧ ଟଙ୍କା, ମୁମ୍ବାଇରେ ପେଟ୍ରୋଲ୍ ୧୦୪.୯୦ ଟଙ୍କା ଓ ଡିଜେଲ୍ ୯୬.୭୨ ଟଙ୍କା, କୋଲକାତାରେ ପେଟ୍ରୋଲ ୯୮.୬୪ ଟଙ୍କା, ଡିଜେଲ୍ ୯୨.୦୩ ଟଙ୍କା, ଚେନ୍ନାଇରେ ପେଟ୍ରୋଲ୍ ୯୯.୮୦ ଟଙ୍କା ଓ ଡିଜେଲ୍ ୯୩.୭୨ ଟଙ୍କା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା