Masthead

ରାଜ୍ୟର ୫ ଜିଲ୍ଲାରେ ୧୦୦ ପାର କଲା ପେଟ୍ରୋଲ ଦର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି ତୈଳ ଦର । ଗୋଟିଏ ଦିନ ତୈଳଦର ସ୍ଥିର ରହିବା ପରେ ଆଜି ପୁଣି ବଢିଛି । କେବଳ ଦେଶରେ ନୁହେଁ ଓଡିଶାର ୫ ଜିଲ୍ଲାରେ ମଧ୍ୟ ୧୦୦ପାର କରିଛି ପେଟ୍ରୋଲ ରେଟ୍ । ପେଟ୍ରୋଲ ଲିଟର ପିଛା ୨୯ପଇସା, ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଛି । ଓଡ଼ିଶାର ମାଲକାନାଗିରି, ରାୟଗଡା, କୋରାପୁଟ, ଗଜପତି ଓ କଳାହାଣ୍ଡିରେ ୧୦୦ପାର କରିଛି । ଭୁବନେଶ୍ୱରରେ ଆଜିର ପେଟ୍ରୋଲ ଦର ଲିଟର ପ୍ରତି ୯୮ଟଙ୍କା ୨୧ ପଇସା ଓ ଡିଜେଲ ୯୬ଟଙ୍କା ୯ପଇସା ରହିଛି ।

ସେହିପରି ସମ୍ବଲପୁରରେ ପେଟ୍ରୋଲ ୯୮ ଟଙ୍କା ୫୯ ପଇସା ଓ ଡିଜେଲ ୯୬ ଟଙ୍କା ୪୭ ପଇସା, ରାୟଗଡ଼ାରେ ପେଟ୍ରୋଲ ଲିଟର ପିଛା ୧୦୧ ଟଙ୍କା ୪୭ ପଇସାରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୯୯ ଟଙ୍କା ୨୩ ପଇସାରେ ବିକ୍ରି ହେଉଛି । ବାଲେଶ୍ୱରରେ ପେଟ୍ରୋଲ ୯୭ ଟଙ୍କା ୯୮ ପଇସା ଓ ଡିଜେଲ ୯୫ ଟଙ୍କା ୮୮ ପଇସା ଏବଂ କୋରାପୁଟରେ ପେଟ୍ରୋଲ ୧୦୨ ଟଙ୍କା ୨୯ ଓ ଡିଜେଲ ୧୦୦ ଟଙ୍କା ୦୫ ପଇସା, କଳାହାଣ୍ଡିରେ ପେଟ୍ରୋଲ ୧୦୦ ଟଙ୍କା ୬୭ ପଇସା ଓ ଗଜପତିରେ ପେଟ୍ରୋଲ ୧୦୦ ଟଙ୍କା ୩୦ ପଇସାରେ ବିକ୍ରି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ