Before Header

ଗରିବୀରେ ଦ୍ୱିତୀୟ ରାୟଗଡା

0 166

ରାୟଗଡା(ବଡ଼ ଖବର ବ୍ୟୁରୋ): ସରକାରଙ୍କ ଯୋଜାନରେ ମେଣ୍ଟୁନି ପେଟର ଭୋକ । ରାୟଗଡା ଭଳି ମାଳଭୂଇଁରୁ ଶୁଣାଯାଉଛି ହା-ଅନ୍ନ ହା-ଅନ୍ନର ଚିକ୍ରାର । ଜିଲ୍ଲାରେ ଦାରିଦ୍ର ଲୋକଙ୍କ ଚିରସାଥୀ । ରାତି ପାହିଲେ ଲୋକଙ୍କ ମନରୁ ପେଟ ଭୋକର ଚିନ୍ତା ଦୂର ହୋଇପାରିନାହିଁ । ଦାରିଦ୍ର ଦୂର କରିବା ପାଇଁ ଅସଂଖ୍ୟ ଯୋଜାନା । ତା ସାଙ୍ଗକୁ ରାୟଗଡ ଜିଲାରେ ୩ଟି ବୃହତ ଶିଳ୍ପ । ତଥାପି ଜିିଲାରେ ଦାରିଦ୍ର୍ୟର ହାର ୩୪.୦୩ ପ୍ରତିଶତ । ଗରିବ ତାଲିକାରେ ରାୟଗଡାର ସ୍ଥାନ ମାଲକାନଗିରି ପରେ ୨ୟ ସ୍ଥାନରେ ରହିଛି । ତେବେ ଦାରିଦ୍ର୍ୟ ଲୋକଙ୍କ ପାଖରେ କାହିଁକ ବସା ବାନ୍ଧିଛି ତାହା ଏକ ପ୍ରଶ୍ନ ହୋଇ ରହିଯାଇଛି । ଆଉ ସରକାର ଦାରିଦ୍ର ହଟାଇବା ପରିବର୍ତ୍ତେ ମାଳମାଳ ପୋଷ୍ଟର ବ୍ୟାନର ଲଗାଇ ପ୍ରଗତିର ଭ୍ରମ ସୃଷ୍ଟି କରୁଛନ୍ତି ।

ମାଟି ମା’ର ଗର୍ଭରେ ଅପରିର୍ଯ୍ୟପ୍ତ ସମ୍ପତି । ଭୂଗର୍ଭ ତଳେ ଥିବା ଖଣିଜ ସମ୍ପଦ ଭଣ୍ଡାରରେ ତା ପେଟଟା ଫାଟି ପଡୁଛି । ମାଟିତଳେ ବକସାଇଟ୍ ଭଳି ଅମୁଲ୍ୟ ସମ୍ପତି ଠୁଳହୋଇ ରହିଛି । କିନ୍ତୁ ଅଭିଶପ୍ତ ଦିନ କାଟୁଛନ୍ତି ରାୟଗଡ ଜିଲ୍ଲାବାସୀ । ଜିଲାର ପାହାଡିଆ ଦୁର୍ଗମ ଇଲାକାରୁ ଶୁଭୁଛି ହାଅନ୍ନ ହାଅନ୍ନର ଚିକ୍ରାର । ଘରେଘରେ ଏବେବି ଦାରିଦ୍ର ବସା ବାନ୍ଧଛି । ଭୋକର ଚିନ୍ତା ଲୋକଙ୍କ ମନରୁ ଦୂରେଇ ଯାଇପାରିନାହିଁ । ଏକ ନିୟମିତ ବ୍ୟବଧାନରେ ଅଖାଦ ଜନୀତମୃତ୍ୟୁର ସ୍ୱର ଶୁଭୁଛି । ବେଳକୁ ବେଳ ସ୍ଥିତି ଅନୁଧ୍ୟାନ କରାଯାଉଛି । ତୁହାକୁ ତୁହା ବଡବଡିଆ ଆସି ଚଳିଣୀ ପରଖି ଯାଉଛନ୍ତି । ଦାରିଦ୍ର ଦୂର କରିବା ଆଉ ପେଟର ଭୋକ ମେଣ୍ଟାଇବା ପାଇଁ ସରକାରଙ୍କ ସବୁତକ ଯୋଜନା ପ୍ରସ୍ତୁତ କରାଯାଉଛି ।

କିନ୍ତୁ ଆଦିବାସୀ ଅଧ୍ୟୁଷିତ ଇଲାକା ରାୟଗଡରେ ଦାରିଦ୍ର ପିଛା ଛାଡୁନାହିଁ । ମୁଠାଏ ଦାନା ଯୋଗାଡ କରିବା ପାଇଁ ରାତିପାହିଲେ ଘରର ମୁରବିଙ୍କ ଚିନ୍ତା ମନରୁ ଯାଉନି । ଆଉ ଦାଣ୍ଡଦୁଆରେ କାମ ଯୋଗାଇ ଆର୍ଥôକ ମାନଦଣ୍ଡ ସୁଦୃଢ଼ କରିବା ନିମନ୍ତେ ଚାଲିଛି ଅହରହ ପ୍ରୟାସ । ବେଳକୁ ବେଳ ବୈଠକ ଆଲୋଚନା ପର୍ଯ୍ୟାଲୋଚନା ଆଉ ସମିକ୍ଷା ମଧ୍ୟ କରାଯାଉଛି । ତେବେ କେଉଁଠି ନା କେଉଁଠି ରହିଥିବା ତୃଟି ଯୋଗୁ ଏହାର ଶତପ୍ରତିଶତ ସଫଳ ରୂପାୟନ ହୋଇ ପାରୁନଥିବା ବିଗତ ଦିନ ମାନଙ୍କରେ ନଜିର ରହିଛି । ତେଣୁ ପାହାଡ ମୁଲକ ରାୟଗଡା ଭଳି ଆଦିବସୀ ଅଧ୍ୟୁଷିତ ଜିଲାରେ ରହୁଥିବା ଆଦିମ ଅଧିବାସୀ ଦାଦନ ମଧ୍ୟସ୍ଥି ଓ ଅଖାଦ୍ୟକୁ ସାଥିରେ ଧରି ବାଟ ଚାଲୁଛନ୍ତି । ଜିଲାପରିଷଦ ବୈଠକରେ ଦିଆଯାଇଥିବା କିଛି ସୂଚନା କହୁଛିଯେ, କେବଳ ୨୦୧୭-୧୮ଆର୍ଥିକ ବର୍ଷରୁ ୨୦୨୨-୨୩ ରିପୋର୍ଟ ଅନୁଯାଇ ପର୍ଯ୍ୟାପ୍ତ ଅର୍ଥ ଶ୍ରାଦ୍ଧ କରାଯଇଛି ।

କିନ୍ତୁ ଦୁର୍ଣ୍ଣିତିଖୋର ଅଧିକାରୀ ଓ କର୍ମଚାରୀଙ୍କ ବିକାଶ ପାଇଁ ଆସୁଥିବା ଅର୍ଥ ଆତ୍ମସାତ ଜିଲ୍ଲାକୁ ଧିରେôଧିରେ ଦାରିଦ୍ର୍ୟ ଆଡକୁ ଠେଲିଠେଲି ନେଇଯାଉଛି । ଗତ ମାର୍ଚ୍ଚମାସ ସୁଦ୍ଧା ଜିଲ୍ଲାର ୧୧ଟି ବ୍ଲକରେ ୩୮ଲକ୍ଷ ୭୨ହଜାର ୨୮୭ଟି ଶ୍ରମ ଦିବସ ଅନୁମୋଦିତ ହୋଇଥିଲା । ୨୦୧୮ ମଇମାସ ସୁଦ୍ଧା ସମ୍ପୃକ୍ତ କାର୍ଯ୍ୟ ୩୯ଲକ୍ଷ ୮୭ହଜାର ୦୨୨ଶ୍ରମ ଦିବସ ଜରିଆରେ କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ଯାହାକି ଜିଲାରୁ ଦିଆଯାଇଥିବା ଆକଳନ ପ୍ରାକରେ ୧୦୨.୯୬ପ୍ରତିଶତ ବୋଲି ନଥିପତ୍ର କହୁଛି । ଏହି ବାବଦକୁ ଜିଲ୍ଲାରେ ଶ୍ରମିକଙ୍କୁ ୧୦୪୦୦.୧୪ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସେହିପରି ୨୦୧୮-୧୯ଆର୍ଥିକ ବର୍ଷ ଆରମ୍ଭ ୨ମାସରେ ୪ଲକ୍ଷ ୨୧ହଜାର ୪୦ଟି ଶ୍ରମଦିବସ ସୃଷ୍ଟିକରି ୫୭.୨୫ପ୍ରତିଶତ ସଫଳତା ପାଇଥିବା ପ୍ରଶାସନ ଦେଇଥିବା ତଥ୍ୟରୁ ଜଣାପଡିଛି । ଏହିଭଳି ପ୍ରତବର୍ଷ ଶ୍ରମିକଙ୍କ ହାତକୁ କାମ ଯୋଗାଇଦିଆଯାଇଥିବା କଥା କୁହାଯାଉଛି ।

କିନ୍ତୁ ବିଡମ୍ବନାର କଥାଯେ, ଏତକଯାକ ଯୋଜନା ପରେବି ଜିଲ୍ଲାରେ ଦାରିଦ୍ର୍ୟ କାହିଁକି । ଯାହାକୁ ନେଇ ନିକଟରେ ପ୍ରକାଶିତ ନିତିଆୟୋଗର ରିପୋଟରେ ଜିଲାରେ ୧୦୦ରେ ୩୪.୦୩ ପ୍ରତିଶତ ଲୋକେ ଦାରିଦ୍ର୍ୟ ସିମାରୋଖା ତଳେଦିନ କାଟୁଛନ୍ତି । ଅପରପକ୍ଷରେ ଖଣି ଓ କାରଖାନା ସମୃଦ୍ଧ ଜିଲା ରୂପେ ରାୟଗଡ ପରିଗଣିତ । ପ୍ରତିଷ୍ଟା ବେଳେ ସରକାର ଓ ପ୍ରଶାସନକୁ ସାକ୍ଷୀରଖି ସ୍ଥାନୀୟ ଲୋକଙ୍କୁ କାମ ଯୋଗାଇଦେବା ସହ ଅଞ୍ଚଳକୁ ସୁନା କରି ଗଢ଼ି ତୋଳିବାର ପ୍ରତିଶୃତି ଦେଇଥିଲେ । କିନ୍ତିୁ ଦାଦନର ସୁଅ ଥମିବାର ନା ଧରୁନାହିଁ କି ବେକାରୀ ସମସ୍ୟା ଦୂର ହେବାର କୌଣସି ସୁରାକ ମଧ୍ୟ ମିଳିପାରିନାହିଁ । ତେଣୁ ଏଠି ଶୈଶବ ଅଭିସପ୍ତ ହୋଇଯାଇଛି । ଆଉ ପୂର୍ବପୁରୁଷ ଦେଖାଇଥିବା ରାସ୍ତାରେ ବାଟ ଚାଲୁଥିବା ବେଳେ ଜଙ୍ଗଲରେ ଜନ୍ମଦେଇ ଜଙ୍ଗଲି ଜୀବନ ଜିଇଁ ସେଠାରେ ସେମାନଙ୍କର ଅନ୍ତ ଘଟୁଛି । ତେବେ ରାୟଗଡ ଜିଲା ଗଠନକୁ ୩୦ ପୁରି ୩୧ବର୍ଷ ଚାଲୁଛି । ଆଉ ଗୋଟିଏ ଶାସକ ଦଳ ହାତରେ ଗତ ୨୩ବର୍ଷ ଧରି ଶାସନଭାର ରହିଆସିଛି । ପାହାଡ ମୁଲକରୁ ଲୋକେ ପ୍ରଶ୍ନ କରୁଛନ୍ତି । ଏହାକଣ ବିକାଶ ।

 

Leave A Reply

Your email address will not be published.