Masthead

କାହା ହାତକୁ ଯିବ ପିପିଲି ?

ପିପିଲି (ବଡ଼ ଖବର ବ୍ୟୁରୋ): ପିପିଲି ଉପନିର୍ବାଚନ ରେଜଲ୍ଟ ପାଇଁ ଆଜି ଭୋଟ ଗଣତି । କୋଭିଡ ଗାଇଡଲାଇନ ଭିତରେ ଗଣତି ହେବ ଭୋଟ । ସକାଳ ୮ ଟାରୁ ଗଣତି ଆରମ୍ଭ ହେବ । ପୁରୀର ପେଣ୍ଠକଣ୍ଟା ଇଭିଏମ ୱେୟାର ହାଉସରେ ଭୋଟି ଗଣତି ହେବ । ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି ହେବ । ସକାଳ ୮ ଟା ୩୦ ରୁ ଇଭିଏମ ଭୋଟ କାଉଣ୍ଟିଙ୍ଗ ହେବ । ଦୁଇଟି ହଲରେ ଇଭିଏମ ଏବଂ ଗୋଟିଏ ହଲରେ ବାଲାଟା ଭୋଟ ଗଣତି ହେବ । ଇଭିଏମ ପାଇଁ ଗୋଟିଏ ହଲରେ ୭ ଟି ଲେଖାଏଁ ଟେବୁଲ ପଡିବ । ଦୁଇଟି ହଲରେ ୧୪ ଟି ଟେବୁଲ ରହିବ । ଭୋଟ ଗଣତି କରିବା ପାଇଁ ୬୨ ଜଣ କର୍ମଚାରୀ ନିୟୋଜିତ ରହିବେ । ମୋଟ ୩୪୮ ଟି ବୁଥରେ ଭୋଟି ଗ୍ରହଣ ହୋଇଥିଲା ।

୫ ଟି ଟେବୁଲରେ ରେଜଲ୍ଟ ଓ ଭିଭିପାଟ ମ୍ୟାଚ ହେବ । ପିପିଲି ଉପନିର୍ବାଚନ କାଉଣ୍ଟିଙ୍ଗର ପ୍ରତିଟି ଅପଡେଟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟ ଉପଲବ୍ଧ ହେବ । ଭୋଟ ଗଣତି ପାଇଁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗଣତି ଟେବୁଲ୍‌ ନିକଟରେ ପ୍ରାର୍ଥୀମାନେ ସେମାନଙ୍କ ଏଜେଣ୍ଟ ରଖିପାରିବେ। ଗଣମାଧ୍ୟମର କର୍ମଚାରୀ କେବଳ କ୍ୟାମେରା ନେଇ ଗଣତି ହଲ୍‌ ଭିତରକୁ ଯାଇପାରିବେ। କିନ୍ତୁ ସମସ୍ତେ ଦୁଇ ଡୋଜ୍ କୋଭିଡ ଟିକା ନେଇଥିବେ କିମ୍ବା କୋଭିଡ୍ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି।

ସୂଚନାଯୋଗ୍ୟ ଯେ, ଉପନିର୍ବାଚନରେ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଛନ୍ତି। ବିଜେଡ଼ିରୁ ରୁଦ୍ର ପ୍ରତାପ ମହାରଥୀ, ବିଜେପିରୁ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସରୁ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ମଇଦାନରେ ଅଛନ୍ତି। ଅନ୍ୟାନ୍ୟ ଦଳରୁ ୪ଜଣ ଓ ୩ଜଣ ସ୍ବାଧୀନ ପ୍ରାର୍ଥୀ ଅଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 SI ସ୍କାମ୍ , ମାମଲା ରୁଜୁ କଲା ସିବିଆଇ 🔴 ଖସୁଛି ପାରଦ, ବଢୁଛି ଥଣ୍ଡା 🔴 କାଲି ଇଭିଏମରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ 🔴 LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଆଜି ପ୍ରଥମାଷ୍ଟମୀ, ନୂଆ ବସ୍ତ୍ର ପିନ୍ଧିବେ ଘରର ଜ୍ୟେଷ୍ଠମାନେ 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’ 🔴 ଦିଲ୍ଲୀ ବିସ୍ଫୋରଣ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ 🔴 ଦିଲ୍ଲୀ ବିସ୍ଫୋରଣ, ୧୩ ଜଣଙ୍କୁ ଅଟକ ରଖି ପଚରାଉଚରା 🔴 ଭୋଟ ଦେଉଛି ନୂଆପଡ଼ା 🔴 ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ଗୁଜବ 🔴 SI ସ୍କାମ୍ , ମାମଲା ରୁଜୁ କଲା ସିବିଆଇ 🔴 ଖସୁଛି ପାରଦ, ବଢୁଛି ଥଣ୍ଡା 🔴 କାଲି ଇଭିଏମରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ 🔴 LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଆଜି ପ୍ରଥମାଷ୍ଟମୀ, ନୂଆ ବସ୍ତ୍ର ପିନ୍ଧିବେ ଘରର ଜ୍ୟେଷ୍ଠମାନେ 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’ 🔴 ଦିଲ୍ଲୀ ବିସ୍ଫୋରଣ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ 🔴 ଦିଲ୍ଲୀ ବିସ୍ଫୋରଣ, ୧୩ ଜଣଙ୍କୁ ଅଟକ ରଖି ପଚରାଉଚରା 🔴 ଭୋଟ ଦେଉଛି ନୂଆପଡ଼ା 🔴 ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ଗୁଜବ