Masthead

ଅସହଯୋଗକୁ ଅସହଯୋଗ !

ଭୁବନେଶ୍ଵର: ଗତକାଲି ସାରା ଦେଶ ପାଳନ କରିଛି ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ । ବାପୁଙ୍କ ସ୍ମୃତିକୁ ସମସ୍ତେ ମନେ ପକାଇଛନ୍ତି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଚଳିତ ବର୍ଷ ମାତ୍ର ମାସେ ତଳେ ଦେଶର ସ୍ୱାଧୀନତା ସଂଗ୍ରାମ ସଂପର୍କିତ ଏକ ପ୍ରମୁଖ ଦିବସର ଶତବାର୍ଷିକୀ ଯାଇଛି । ଅଥଚ ସମସ୍ତେ ଯେମିତି ତାହାକୁ ଭୁଲିଯାଇଛନ୍ତି । ଆମେ କହୁଛୁ, ଅସହଯୋଗ ଆନ୍ଦୋଳନ କଥା । ଆମେ ସମସ୍ତେ ଜାଣିଛୁ, ମହାତ୍ମା ଗାନ୍ଧିଙ୍କୁ ସ୍ୱାଧୀନତା ଆନ୍ଦୋଳନରେ ସବୁଠୁ ବଡ଼ ଗ୍ରହଣୀୟତା ଯଦି କେଉଁ ଆନ୍ଦୋଳନ ଦେଇଥିଲା, ତାହା ହେଉଛି ଅସହଯୋଗ ଆନ୍ଦୋଳନ । ପୂର୍ଣ୍ଣ ସ୍ୱରାଜ ଲକ୍ଷ୍ୟରେ ଭାରତବର୍ଷ ନୂଆ ଉଦ୍ଦୀପନାର ସହ ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଲା । ଭାରତର ସ୍ୱାଧୀନତା ସଂଗ୍ରାମରେ ଏହା ଥିଲା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ କ୍ଷଣ । ଏହି ଐତିହାସିକ ଆନ୍ଦୋଳନ ଆରମ୍ଭ ହୋଇଥିଲା ୫ ସେପ୍ଟେମ୍ବର ୧୯୨୦ରେ । ଅର୍ଥାତ ଗତ ସେପ୍ଟେମ୍ବର ୫ ଥିଲା ଅସହଯୋଗ ଆନ୍ଦୋଳନର ଶହେ ବର୍ଷ ପୂର୍ତ୍ତି । ହେଲେ ଯେମିତି ସମସ୍ତେ ଏହାକୁ ଭୁଲି ଯାଇଥିଲେ । ସରକାରୀସ୍ତରରେ କାର୍ଯ୍ୟକ୍ରମ ତ ଦୂରର କଥା, କାହାରି ଗୋଟିଏ ଟ୍ୱିଟ୍ ବି ଦେଖିବାକୁ ମିଳିଲା ନାହିଁ । ଖାଲି ସରକାର କାହିଁକି, ଗାନ୍ଧି ନାଁକୁ ନେଇ ସବୁବେଳେ ରାଜନୀତି ଫାଇଦା ନେଉଥିବା କଂଗ୍ରେସ ନେତା ବି ଏତେବଡ଼ ଦିନ କଥା ଯେମିତି ଭୁଲି ଯାଇଥିଲେ । ଲାଗିଲା ଯେମିତି ଅସହଯୋଗକୁ ସମସ୍ତେ ଅସହଯୋଗ କରିବା ଅବସ୍ଥାରେ ଥିଲେ । ତେବେ ଆମେ ଆଶା କରିବୁ ଅନ୍ତତଃ ଆଗକୁ ସେହି ସଂଗ୍ରାମୀମାନଙ୍କୁ ଦେଶ କେବେ ବି ଭୁଲି ନ ଯାଉ, ଯେଉଁମାନଙ୍କ ପାଇଁ ଆମେ ସ୍ୱାଧୀନତାର ସ୍ୱାଦ ଚାଖିଛେ । ଦେଶର ପ୍ରତିଟି ସ୍ୱାଧୀନତା ସଂଗ୍ରାମୀଙ୍କୁ ‘ବଡ଼ ଖବର’ର ବିନମ୍ର ଶ୍ରଦ୍ଧାଞ୍ଜଳି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିହାରରେ ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ବିହାରରେ ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’