Masthead

ପିପିଲିରେ କଂଗେସରୁ କିଏ? ଚର୍ଚ୍ଚାରେ ମିସେସ ମଙ୍ଗରାଜ

ପିପିଲି (ବଡ଼ ଖବର ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ଘୋଷଣା ହୋଇଛି ସାନି ନିର୍ବାଚନୀ ତାରିଖ । ମେ ୧୩ରେ ପିପିଲି ପାଇଁ ଭୋଟ ଗ୍ରହଣ ହେବ । ୧୬ରେ ଗଣତି ହୋଇ ସେଦିନହିଁ ଘୋଷଣା ହେବ ଫଳାଫଳ । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବାହାରିଛି ବିଜ୍ଞପ୍ତି । ତାରିଖ ଘୋଷଣା ପରେ ଏବେ କିଛିଦିନ ପାଇଁ ନିରବ ଥିବା ପିପିଲି ରାଜନୀତିର ପାଣିପାଗ ପୁଣି ଉଷ୍ମ ହେବାରେ ଲାଗିଛି । ବିଜେପି ବିଜେଡି ନିଜ ନିଜ ରଣକୌଶଳ ପ୍ରୟୋଗ କରି ଚାଲିଛନ୍ତି । ଏହାରି ଭିତରେ ଏବେ ସମସ୍ତଙ୍କ ନଜର କଂଗ୍ରେସ ପ୍ରାର୍ଥୀଙ୍କ ଉପରେ । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ ପିପିଲିରେ ହେବାକୁ ଥିବା ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ଏବେ ଏହି ଆସନରୁ କାହାକୁ ପ୍ରାର୍ଥୀ କରିବ କଂଗ୍ରେସ ତାକୁ ନେଇ ଲାଗିରହିଛି କଳ୍ପନାଜଳ୍ପନା । ଚର୍ଚ୍ଚା ହେଉଛି ଏହି ଆସନ ପାଇଁ ସିମ୍ପାଥି ଭୋଟ ହାତେଇବା ଲକ୍ଷ୍ୟରେ ରହିଛି ଦଳ । ଦଳ ପକ୍ଷରୁ ଦିବଙ୍ଗତ ନେତା ଅଜିତ ମଙ୍ଗରାଜଙ୍କ ପତ୍ନୀ ବନ୍ଦନା ମଙ୍ଗରାଜଙ୍କୁ ପ୍ରାର୍ଥୀ କରାଯିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ସେପଟେ ନିଶିକାନ୍ତ ମିଶ୍ର, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ନିରୁପମା ପାତ୍ର ମଧ୍ୟ ଟିକେଟ ରେସରେ ଅଛନ୍ତି ।

୨୦୧୯ ସାଧାରଣ ନିର୍ବାଚନରେ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ଅଜିତ । କିନ୍ତୁ ସେହି ନିର୍ବାଚନରେ ଦଳ ଶୋଚନୀୟ ପରାଜତ ବରଣ କରିଥିଲା । ତଥାପି କଂଗ୍ରେସ ଅଜିତଙ୍କ ଉପରେ ଭରସା କରିଥିଲା । ପୁଣି ଉପ ନିର୍ବାଚନରେ ଅଜିତଙ୍କୁ ପ୍ରାର୍ଥୀ କରିଥିଲା ଦଳ । ଏବେ ଅଜିତଙ୍କ ଅବର୍ତ୍ତମାନରେ କିଏ ପିପିଲିରେ କଂଗ୍ରେସର ହାତକୁ ଅଗକୁ ନେବ ? କାହାକୁ ଟିକେଟ ଦେଇ ପିପିଲିରେ ହାତକୁ ମଜବୁତ କରିବ ଦଳ ତାହା ଆଗମୀ ଦିନରେ ଜଣାପଡିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ