Masthead

ଗିରଫ ହେବେ କଙ୍ଗନା !

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଗିରଫ ହୋଇପାରନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । ବଲିଉଡ ପ୍ରସିଦ୍ଧ ଗୀତିକାର ଜାବେଦ ଅଖତର କଙ୍ଗନାଙ୍କ ବିରୋଧରେ ଆଣିଥିବା ମାନହାନୀ ମାମଲାର ଶୁଣାଣି କରି ମୁମ୍ବାଇର ଅନ୍ଧେରୀ କୋର୍ଟ ଏହା କହିଛନ୍ତି। ଏନେଇ କୋର୍ଟ କଙ୍ଗନାଙ୍କ ପାଇଁ ଏମିତି ନିର୍ଦ୍ଦେଶନାମା ଜାରି କରିଛନ୍ତି। । ଯଦି ସେ କଥା ନଶୁଣନ୍ତି କି ହଜାର ନହୁଅନ୍ତି ତେବେ ତାଙ୍କୁ ଗିରଫ ମଧ୍ୟ କରାଯାଇପାରେ। ତାଙ୍କ ନାଁରେ ଜାରି ହୋଇପାରେ ଗିରଫ ୱାରେଣ୍ଟ। ଜାଭେଦ ଅଖତର କଙ୍ଗନାଙ୍କ ବିରୋଧରେ ମନହାନୀ ମକଦ୍ଦମା କରିଥିଲେ। ଏହାର ଶୁଣାଣି ମୁମ୍ବାଇର ଅନ୍ଧେରୀ କୋର୍ଟରେ ହୋଇଛି।

ତେବେ ଏହି ଶୁଣାଣି ବେଳେ ଜାଭେଦ ଅଖତର ତାଙ୍କ ପତ୍ନୀ ଶବାନା ଆଜମୀଙ୍କ ସହ ଉପସ୍ଥିତ ଥିବାବେଳେ କଙ୍ଗନା କିନ୍ତୁ କୋର୍ଟରେ ହାଜର ହୋଇନଥିଲେ। ଏହାକୁ ନେଇ କୋର୍ଟ ବିରକ୍ତି ପ୍ରକାଶ କରିଥିଲେ। କଙ୍ଗନାଙ୍କ ଓକିଲ କହିଥିଲେ, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ନାହିଁ।  ତାଙ୍କ ନିକଟରେ କରୋନା ଲକ୍ଷଣ ମଧ୍ୟ ରହିଛି। ତେଣୁ ସେ କୋର୍ଟ ହାଜର ହୋଇପାରିନଥିବା ନେଇ କଙ୍ଗନାଙ୍କ ଓକିଲ କୋର୍ଟଙ୍କୁ ଜଣାଇଥିଲେ।

ସେପଟେ ଏହାକୁ ନେଇ ଜାବେଦଙ୍କ ଓକିଲ  କହିଥିଲେ , କଙ୍ଗନାଙ୍କର ଏହା ଅଭ୍ୟାସ ହୋଇଗଲାଣି। ପ୍ରତିଥର ସେ କୌଣସି ନା କୌଣସି କାରଣ ଦେଖାଇ କୋର୍ଟରେ ହାଜର ହେଉନାହାନ୍ତି। ତାଙ୍କୁ ଫେବୃଆରୀ ମାସରୁ ସମନ ହୋଇଛି। କିନ୍ତୁ ସେ କୋର୍ଟରେ ହାଜର ହୋଇନାହାନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ