Masthead

ପ୍ଲାଷ୍ଟିକ ଓ ମେକଅପ ନେଉଛି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ

ୱାଶିଂଟନ(ବଡ଼ ଖବର ବ୍ୟୁରୋ):    ପ୍ଲାଷ୍ଟିକ ବ୍ୟବହାର କରୁଛନ୍ତି କି ? ତେବେ ହୋଇଯାଅନ୍ତୁ ସାବଧାନ । ପ୍ରତିଦିନ ଲୋକମାନେ ପ୍ଲାଷ୍ଟିକ ଓ ମେକଅପ ପରି ଜିନିଷ ବ୍ୟବହାର କରିଥାନ୍ତି । ହେଲେ ଏଥିରେ ବ୍ୟବହୃତ ହେଉଥିବା କେମିକାଲ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ଏଥିରୁ ଲୋକମାନେ ଅଜଣା ଅଛନ୍ତି । ଏହି କେମିକାଲ ପାଇଁ ଆମେରିକାରେ ପ୍ରତିବର୍ଷ ପ୍ରାୟ ଲକ୍ଷେ ଲୋକଙ୍କ ଜୀବନ ଯାଉଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । ମୃତକଙ୍କ ମଧ୍ୟରୁ ଅଧିକାଂଶ ବୟସ୍କ ବ୍ୟକ୍ତି ଥିବା ଜଣାପଡିଛି ।

ତେବେ ନ୍ୟୁୟର୍କର ବିଶ୍ୱବିଦ୍ୟାଳୟ ଗବେଷଣାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ହୋଇଥିବା ଗବେଷଣାରୁ ଜଣାପଡିଛି ଯେ, ଖେଳନା, ପୋଷାକ, ମେକଅପ ଓ ସାମ୍ପୁ ଭଳି ଶହ ଶହ ଦ୍ରବ୍ୟରେ ମିଳୁଥିବା ରାସାୟନିକ ପଦାର୍ଥ ହରମୋନ୍ ବ୍ୟାଘତକାରୀ ଭାବରେ ବେଶ ଜଣାଶୁଣା । ଏହା ମନ୍ୟୁଷର ଏଣ୍ଟ୍ରୋକ୍ରାଇନ ସିଷ୍ଟମକୁ ପ୍ରଭାବିତ କରିଥାଏ । ଏହି ସବୁ ପଦାର୍ଥ ବ୍ୟବହାର କରିବା ଦ୍ୱାରା ବିଷାକ୍ତ ପଦାର୍ଥ ଶରୀରକୁ ପ୍ରବେଶ କରିଥାଏ । ଯାହା ଦ୍ୱାରା ମୋଟାପଣ, ମଧୁମେହ ଓ ହୃଦରୋଗ ଭଳି ରୋଗ ହୋଇଥାଏ ।

ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରେ ହୋଇଥିବା ଗବେଷଣାରେ ୫୫ରୁ ୬୪ ବର୍ଷ ବୟସର ପ୍ରାୟ ୫୦୦୦ ହଜାର ଲୋକଙ୍କୁ ସାମିଲ କରାଯାଇଥିଲା । ସେମାନଙ୍କ ଶରୀରରେ ଉପରେ ରାସାୟିନିକ ପଦାର୍ଥଗୁଡିକର ପ୍ରଭାବ କଣ ରହୁଛି ତାକୁ ଯାଞ୍ଚ କରାଯାଇଥିଲା । ତେବେ ଏଥିରୁ ଜଣାପଡିଥିଲା ଯେ ଯେଉଁମାନଙ୍କର ପରିଶ୍ରାରେ ଫଥାଲେଟସ ଅଧିକ ରହିଛି, ସେମାନେ ହୃଦଜନିତ ସମସ୍ୟାରେ ପ୍ରାଣ ହରାଇଛନ୍ତି । ଅନେକଙ୍କ ମୃତ୍ୟୁର କାରଣ ସାଜୁଥିବା ରାସାୟିନିକ ପଦାର୍ଥର ବ୍ୟବହାର ଆମ ସମାଜରେ ବହୁଳ ମାତ୍ରାରେ କରାଯାଉଛି ।ଆମେରିକାବାସୀ ସବୁଦିନ ବିଭିନ୍ନ ପ୍ରକାରର ପ୍ଲାଷ୍ଟିକ, ମେକଅପ୍ ସାମଗ୍ରୀ ଓ ଖେଳନା ଆଦିର ବ୍ୟବହାର କରିଥାନ୍ତି । ଯାହା ଫଳରେ .ପ୍ରତିବର୍ଷ ପ୍ରାୟ ୧ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ