Masthead

ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ ଅଟକ; ଅଧାରାତିରେ ଉଠାଇ ନେଲା ପୁଲିସ

ଯାଜପୁର(ବଡ଼ ଖବର ବ୍ୟୁରୋ): ବଢିଲା ବବିଙ୍କ ଅଡୁଆ । ଥାନାରେ ଅଟକ ଭବ ପ୍ରସାଦ ଦାସ, ବିଳମ୍ବିତ ରାତିରେ ଘରୁ ଉଠାଇ ନେଲା ପୋଲିସ । ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମ୍ପର୍କୀୟ ଭାଇ ଭବ ପ୍ରସାଦ ଦାସଙ୍କୁ ଥାନାରେ ଅଟକ ରଖିଛି କଳିଙ୍ଗ ନଗର ଥାନା ପୋଲିସ । ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା ଓ ବିରଜା ହାଟ ଗଣ୍ଡଗୋଳ ଘଟଣାରେ ତାଙ୍କୁ ଅଟକ ରଖାଯାଇଛି । ଘଟଣାରେ ମୋଟ ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଯାଜପୁର ଥାନାରେ ଭବ ପ୍ରସାଦ ଦାସ ନାମରେ ୪ଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି।

ବିରଜା ହାଟରେ ବ୍ୟବସାୟୀଙ୍କ ପରିବା ଫୋପାଡିବା ଓ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା । ସେହିପରି ପୋଲିସର ବିନା ଅନୁମତିରେ ବୁଢ଼ାଘାଟ ନିକଟରେ ରାସ୍ତାରୋକ କରିବା ଘଟଣାରେ ମଧ୍ୟ ମାମଲା ରୁଜୁ ହୋଇଛି। ବ୍ୟବସାୟୀ ମାନେ ଭବଙ୍କ ନାଁରେ ୩ଟି ମାମଲା ରୁଜୁ କରିଥିବା ବେଳେ ପୋଲିସ ପକ୍ଷରୁ ଗୋଟିଏ ମାମଲା ରୁଜୁ ହୋଇଛି । ଏଥିସହ ଏ ଘଟଣାରେ କୌଣସି ବିଶୃଙ୍ଖଳା ପରିସ୍ଥିତି ନ ସୃଷ୍ଟି ହେବା ନେଇ ଯାଜପୁର ଟାଉନରେ ପୋଲିସ ମୁତୟନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ