Masthead

ଦଳକୁ ବୁଡାଇଲେ, ବିଧାୟକଙ୍କୁ ବନାଇବେ ଲଲୁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିକୁ ସ୍ୱପ୍ନ ରାଇଜରେ ରଖିଛନ୍ତି ଭୈରବ କାର୍ତ୍ତିକେୟନ ପାଣ୍ଡିଆନ । ଦଳକୁ ବୁଡାଇଲେ, ବିଧାୟକଙ୍କୁ ବନାଇବେ ଲଲୁ । ଶଙ୍ଖ ଫଟାଇ ବିଧାୟକଙ୍କୁ ହ୍ୟାଙ୍ଗଓଭରରେ ରଖିଲେ । ଗଠନ କଲେ ଛାୟା ମନ୍ତ୍ରୀମଣ୍ଡଳ ମନେ ମନେ ସିଏମ ବନିଗଲେ ପାଣ୍ଡିଆନ । ଓଡ଼ିଶାରେ ଚିତ ପଟ୍ଟାଙ୍ଗ ମାରିଛି ଆଞ୍ଚଳିକ ବିଜୁ ଜନତା ଦଳ । ଦୀର୍ଘ ଅଢେଇ ଦଶନ୍ଧୀ ଧରି ରାଜ୍ୟରେ କରିଆସୁଥିଲା ଶାସନ । କିନ୍ତୁ ୨୦୨୪ ନିର୍ବାଚନରେ ଲାଗିଛି ବ୍ରେକ୍ । ଦଳକୁ ଲାଗିଛି ବଡ ଝଟକା । ଧୂଳି ଚାଟିଛି ବିଜେଡି । କାମ ଦେଇନି ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବର୍ତ୍ତମାନର ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ କ୍ରେଜ୍ । ନବୀନ ବ୍ରାଣ୍ଡକୁ ଲାଗିଲା ଶକ୍ତ ଝଟକା । ନିଜେ କ୍ଷମତାର ଉପଭୋଗ କରିବା ଲାଳସାରେ ନବୀନ ଓ ବିଜେଡିକୁ ନେଇ ଯିଏ ରାଜରାସ୍ତାରେ ଛିଡା କରିଲେ ବାବୁ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଏବେ ପୁରା ଦଳକୁ ତଳିତଳାନ୍ତ କରିବାକୁ ବସିଛନ୍ତି ।

ଜନତା ଶାସକରୁ ବିରୋଧି ଭାବେ ଦାୟିତ୍ୱ ତୁଲାଇବାକୁ ଦେଲେ କିନ୍ତୁ ବିଜେଡି ନେତାଙ୍କ ଆକ୍ରୋଶରୁ ନିଜକୁ ବଞ୍ଚାଇ ରଖିବା ପାଇଁ ଦଳର ବିଧାୟକଙ୍କୁ ସରକାରରେ ରହିଥିବାର ଭ୍ରମ ସୃଷ୍ଟି କରି ରଖିଛନ୍ତି ପାଣ୍ଡିଆନ । ଏହାରି ଭିତରେ ବିଜେଡି ସରକାରରୁ ବିଦାୟ ନେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି କିନ୍ତୁ ଦଳର ନେତାଙ୍କ କ୍ରୋଧରୁ ବର୍ତ୍ତି ରହିବା ପାଇଁ ନବୀନଙ୍କ ଅଜାଣତରେ ମନ୍ତ୍ରୀମଣ୍ଡଳର କବଚ ସୃଷ୍ଟି କରିଦେଛନ୍ତି ପାଣ୍ଡିଆନ । ଲୋକେ କ୍ଷମତା ଦେଇ ନାହାନ୍ତି କିନ୍ତୁ ନିଜେ ନିଜେ ସରକାର ବନାଇ ଦେଲା ବିଜେଡି । ବିଧାନସଭା ପୂର୍ବରୁ ଗଠନ କରିଦେଲେ ଛାୟା ମନ୍ତ୍ରୀମଣ୍ଡଳ । ଆଉ ବିଧାୟକ ମାନଙ୍କ ମଧ୍ୟରେ ବାଣ୍ଟିଦେଲେ ବିଭାଗ । ଏଠି ପ୍ରଶ୍ନ କି ବିଜେଡି କ୍ଷମତା ଚୁତ୍ୟ ହେବା ପରେ ବି ଛାଡିପାରୁନି ସରକାର ଲୋଭ ? ନାଁ ବାବୁ ଭୈରବ ପାଣ୍ଡିଆନ ନିଜକୁ ସୁରକ୍ଷିତ ରଖିବା ପାଇଁ ଏ ଚାଲ୍ ? ଯଦି ତାହା ହୋଇଥାଏ ତେବେ ବିଜେଡି ଓଡ଼ିଶାରୁ ମୂଳପୋଛ ହେବାକୁ ଆଉ ବେଶୀ ସମୟ ନାହିଁ ତାହା ଏଠୁ ସ୍ପଷ୍ଟ ! ତା ସହ ବାବୁ ପାଣ୍ଡିଆନ ଓଡ଼ିଶାବାସୀଙ୍କୁ ଭଣ୍ଡାଇବା ପାଇଁ ଯେଉଁ ଚକ୍ରବିହ୍ୟୁ ରଚିବା ଆରମ୍ଭ କରିଦେଇଛନ୍ତି ନିଜେ ଦିନେ ନା ଦିନେ ଫାସିବେ !

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ