Masthead

ଆନ୍ଦୋଳନକୁ ମିଳିଲାନି ଅନୁମତି, ଫେରିଗଲେ ଶିକ୍ଷକ-ଶିକ୍ଷୟତ୍ରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶିକ୍ଷକ ଆନ୍ଦୋଳନକୁ ମିଳିଲାନି ଅନୁମତି । ଭୁବନେଶ୍ୱରରୁ ଫେରିଗଲେ ଶିକ୍ଷକ, ଶିକ୍ଷୟିତ୍ରୀ । ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନ ଡାକରା ଦେଇ ରାଜଧାନୀରେ ପହଞ୍ଚିଥିଲେ । କିନ୍ତୁ ଲୋୟର ପିଏମଜିରେ ଆନ୍ଦୋଳନ କରିବାକୁ ଅନୁମତି ଦେଲେ ନାହିଁ ସରକାର । ଆନ୍ଦୋଳନ ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସମୁହ ଛୁଟି ନେଇ ଶିକ୍ଷକ-ଶିକ୍ଷୟିତ୍ରୀ ରାଜଧାନୀ ପହଞ୍ଚି ସାରିଥିଲେ ।

ତିନି ଦଫା ଦାବି ନେଇ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଆନ୍ଦୋଳନ ପାଇଁ ସଜବାଜ ହେଉଥିଲେ । ଦେଢଲକ୍ଷ ଶିକ୍ଷକ ଭୁବନେଶ୍ୱରରେ ଆନ୍ଦୋଳନ କରିବା ପାଇଁ ସଜବାଜ କରିଥିଲେ । ଗତକାଲି ହଜାର ହଜାର ଶିକ୍ଷକ ଭୁବନଶ୍ୱେରରେ ପହଞ୍ଚି ସାରିଥିଲେ । ସରକାର ଅନୁମତି ନଦେବାରୁ ଅନେକ ଶିକ୍ଷକ ଗତକାଲି ଫେରିଯାଇଥିଲେ । ଏବଂ ଅନେକ ଶିକ୍ଷକ ଆଜି ରାଜଧାନୀରେ ପ୍ରବେଶ ପାଇଁ ଚେଷ୍ଟା କରୁଥିବାବେଳେ ସରକାର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରଦର୍ଶନୀ ପଡ଼ିଆରେ ଛାଡିଥିଲେ ଏବଂ ଆନ୍ଦୋଳନକୁ ଅନୁମତି ନାହିଁ ବୋଲି ସ୍ପଷ୍ଟ କରିଥିଲେ ।

ଅନୁମତି ନମିଳିବାରୁ ଆନ୍ଦୋଳନ ପାଇଁ ରାଜଧାନୀରେ ପହଞ୍ଚିଥିବା ଶିକ୍ଷକ କହିଛନ୍ତି, ଆମକୁ ଆମ ଅଧିକାରରୁ କ୍ଷୁର୍ଣ୍ଣ କରାଯାଇଛି । ମାଧ୍ୟମିକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି, ପ୍ରାଥମିକ ଶିକ୍ଷାକୁ କାହିଁକି ନୁହେଁ । ଲକ୍ଷ ଲକ୍ଷ ଶିକ୍ଷକଙ୍କ ସହିତ କ’ଣ ପାଇଁ ଖେଳୁଛନ୍ତି ସରକାର । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା