Masthead

ଅଭିଯୁକ୍ତକୁ ଧରିବାକୁ ଆସି ହଟହଟା ହେଲା ପୋଲିସ

ସୋର (ବଡ଼ ଖବର ବ୍ୟୁରୋ): ଅଭିଯୁକ୍ତକୁ ଧରିବାକୁ ଯାଇଥିବା ବେଳେ ପୋଲିସକୁ ଆକ୍ରମଣ କଲେ ଅଭିଯୁକ୍ତର ପରିବାର । ଆକ୍ରମଣରେ ପୋଲିସ କନେଷ୍ଟବଳଙ୍କ ଭାଙ୍ଗିଲା ହାତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୋର ଥାନା ଅନନ୍ତପୁର ଫାଣ୍ଡି ଅଧୀନ ପୁରୋଷୋତ୍ତମପୁର ଗାଁରେ । ସୂଚନା ଅନୁସାରେ ପୁରଷୋତ୍ତମପୁର ଗାଁର ବଂଶୀଧର ମଲିକଙ୍କ ନାମରେ ଏକ ୱାରେଣ୍ଟ ଥିବାବେଳେ ଅନନ୍ତପୁର ଫାଣ୍ଡି ଅଧିକାରୀ ଅଶୋକ ମହାନ୍ତି ଏକ ଟିମ ନେଇ ଅଭିଯୁକ୍ତ କୁ ଧରିବାକୁ ଯାଇଥିଲା । ଅଭିଯୁକ୍ତର ପରିବାର ଲୋକ ପୋଲିସକୁ ଆକ୍ରମଣ କରିଥିଲେ ।

କନେଷ୍ଟବଳ ପୁନଚନ୍ଦ୍ର ସିଂ ଙ୍କ ହାତ ଭାଙ୍ଗି ଯାଇଥିଲା । ତାଙ୍କୁ ଉଦ୍ଧାର କରି ପ୍ରଥମେ ସୋର ପରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତର ପରିବାର ଲୋକ ଫାଣ୍ଡି ଅଧିକାରୀଙ୍କ ମୋବାଇଲ ଛଡ଼ାଇ ନେଇଥିଲେ । ପୋଲିସକୁ ଆକ୍ରମଣ କରି ଶେଷରେ ତାର ବାଡ଼ରେ କରେଣ୍ଟ ଦେଇଥିବା ମଧ୍ୟ ଦେଖିବାକୁ ମିଳିଛି । ଅଭିଯୁକ୍ତକୁ ଧରି ନ ପାରି ସୋର ପୋଲିସ ଖାଲି ହାତରେ ଫେରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ