Masthead

ଅଭିଯୁକ୍ତକୁ ଧରିବାକୁ ଆସି ହଟହଟା ହେଲା ପୋଲିସ

ସୋର (ବଡ଼ ଖବର ବ୍ୟୁରୋ): ଅଭିଯୁକ୍ତକୁ ଧରିବାକୁ ଯାଇଥିବା ବେଳେ ପୋଲିସକୁ ଆକ୍ରମଣ କଲେ ଅଭିଯୁକ୍ତର ପରିବାର । ଆକ୍ରମଣରେ ପୋଲିସ କନେଷ୍ଟବଳଙ୍କ ଭାଙ୍ଗିଲା ହାତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୋର ଥାନା ଅନନ୍ତପୁର ଫାଣ୍ଡି ଅଧୀନ ପୁରୋଷୋତ୍ତମପୁର ଗାଁରେ । ସୂଚନା ଅନୁସାରେ ପୁରଷୋତ୍ତମପୁର ଗାଁର ବଂଶୀଧର ମଲିକଙ୍କ ନାମରେ ଏକ ୱାରେଣ୍ଟ ଥିବାବେଳେ ଅନନ୍ତପୁର ଫାଣ୍ଡି ଅଧିକାରୀ ଅଶୋକ ମହାନ୍ତି ଏକ ଟିମ ନେଇ ଅଭିଯୁକ୍ତ କୁ ଧରିବାକୁ ଯାଇଥିଲା । ଅଭିଯୁକ୍ତର ପରିବାର ଲୋକ ପୋଲିସକୁ ଆକ୍ରମଣ କରିଥିଲେ ।

କନେଷ୍ଟବଳ ପୁନଚନ୍ଦ୍ର ସିଂ ଙ୍କ ହାତ ଭାଙ୍ଗି ଯାଇଥିଲା । ତାଙ୍କୁ ଉଦ୍ଧାର କରି ପ୍ରଥମେ ସୋର ପରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତର ପରିବାର ଲୋକ ଫାଣ୍ଡି ଅଧିକାରୀଙ୍କ ମୋବାଇଲ ଛଡ଼ାଇ ନେଇଥିଲେ । ପୋଲିସକୁ ଆକ୍ରମଣ କରି ଶେଷରେ ତାର ବାଡ଼ରେ କରେଣ୍ଟ ଦେଇଥିବା ମଧ୍ୟ ଦେଖିବାକୁ ମିଳିଛି । ଅଭିଯୁକ୍ତକୁ ଧରି ନ ପାରି ସୋର ପୋଲିସ ଖାଲି ହାତରେ ଫେରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ